HAL ରେ ନିଯୁକ୍ତି: ଡିପ୍ଲୋମା ଟେକ୍ନିସିଆନ, ଟେକ୍ନିସିଆନ ଏବଂ ଆସିଷ୍ଟାଣ୍ଟ ପଦବୀ ପାଇଁ କରନ୍ତୁ ଆବେଦନ
ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (HAL) ରେ ଖାଲିପଡିଛ ଅନେକ ପଦବୀ । ହାଲରେ ଡିପ୍ଲୋମା ଟେକ୍ନିସିଆନ, ଟେକ୍ନିସିଆନ ଏବଂ ଆସିଷ୍ଟାଣ୍ଟ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଚୟନିତ ପ୍ରାର୍ଥୀଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ମିଳିବ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ । ପଦବୀ ବିବରଣୀ : ୨୮ ଟେକ୍ନିସିଆନ : ୧୬ ଆସିଷ୍ଟାଣ୍ଟ: ୧ ଡିପ୍ଲୋମା ଟେକ୍ନିସିଆନ : ୧୧ ଜରୁରୀ ତାରିଖ: […] The post HAL ରେ ନିଯୁକ୍ତି: ଡିପ୍ଲୋମା ଟେକ୍ନିସିଆନ, ଟେକ୍ନିସିଆନ ଏବଂ ଆସିଷ୍ଟାଣ୍ଟ ପଦବୀ ପାଇଁ କରନ୍ତୁ ଆବେଦନ appeared first on KNews Odisha.

ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (HAL) ରେ ଖାଲିପଡିଛ ଅନେକ ପଦବୀ । ହାଲରେ ଡିପ୍ଲୋମା ଟେକ୍ନିସିଆନ, ଟେକ୍ନିସିଆନ ଏବଂ ଆସିଷ୍ଟାଣ୍ଟ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଚୟନିତ ପ୍ରାର୍ଥୀଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ମିଳିବ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୨୮
ଟେକ୍ନିସିଆନ : ୧୬
ଆସିଷ୍ଟାଣ୍ଟ: ୧
ଡିପ୍ଲୋମା ଟେକ୍ନିସିଆନ : ୧୧
ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୧୮ ଜୁଲାଇ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଡିପ୍ଲୋମା ଟେକ୍ନିସିଆନ ପାଇଁ ସମ୍ବନ୍ଧୀୟ ଇଂଜିନିୟରିଂ ବିଷୟରେ ଡିପ୍ଲୋମା କରିଥିବା ଜରୁରୀ । ଟେକ୍ନିସିଆନ ଏବଂ ଆସିଷ୍ଟାଣ୍ଟ ପଦ ପାଇଁ ଆଇଟିଆଇ ସହିତ ଏନଏସି କିମ୍ବା ଏନସିଟିଭିଟି ହୋଇଥିବା ଜରୁରୀ ।
ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୮ ବର୍ଷ ହୋଇଥିବା ଜରୁରୀ । ସର୍ବାଧିକ ବୟସ ସୀମାରେ ଓବିସି ପ୍ରାର୍ଥୀଙ୍କୁ ୩ ବର୍ଷ ଏବଂ ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀଙ୍କୁ ୫ ବର୍ଷର ଛାଡ ମିଳିବ । ଦିବ୍ୟାଙ୍ଗଙ୍କୁ ୧୦ ବର୍ଷ ଛାଡ ମିଳିବ ।
ଚୟନ ପ୍ରକ୍ରିୟା : ଏଥିପାଇଁ ପ୍ରାର୍ଥୀଙ୍କ ଚୟନ ପାଇଁ ଲିଖିତ ପରୀକ୍ଷା ଆୟୋଜିତ ହେବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୪୬,୫୧୧ ଟଙ୍କା ମିଳିବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।
The post HAL ରେ ନିଯୁକ୍ତି: ଡିପ୍ଲୋମା ଟେକ୍ନିସିଆନ, ଟେକ୍ନିସିଆନ ଏବଂ ଆସିଷ୍ଟାଣ୍ଟ ପଦବୀ ପାଇଁ କରନ୍ତୁ ଆବେଦନ appeared first on KNews Odisha.