ବାର୍ସିଲୋନାର ଏହି ଷ୍ଟାର ଫୁଟ୍ବଲରଙ୍କୁ ୪ ବର୍ଷ, ୬ ମାସ ଜେଲ୍ ଦଣ୍ଡ
ବାର୍ସିଲୋନା,୨୨ା୨: ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ବାର୍ସିଲୋନାର ଏକ କୋର୍ଟ ଗୁରୁବାର ଷ୍ଟାର ଫୁଟବଲ ଖେଳାଳି ଡାନି ଆଲଭେସ୍କୁ ୪ ବର୍ଷ ୬ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ୩ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୩ ଦିନ ଧରି ଏହି ମାମଲାର ଶୁଣାଣି କରିଥିଳେ। ଆଲେଭେସଙ୍କ ଉପସ୍ଥିତିରେ ଖଣ୍ଡପୀଠ ଦଣ୍ଡ ବିଧାନ ଶୁଣାଇଥିଲେ। ପୀତୀଡ଼ାଙ୍କ ଓକିଲ ଇଷ୍ଟର ଗାର୍ସିଆ ଚଳିତ ସପ୍ତାହରେ କହିଥିଲେ ରାୟ ପ୍ରଦାନ ବେଳେ ସେ ଓ ତାଙ୍କ ମହକିଲ ଉପସ୍ଥିତ ରହିବେ […] The post ବାର୍ସିଲୋନାର ଏହି ଷ୍ଟାର ଫୁଟ୍ବଲରଙ୍କୁ ୪ ବର୍ଷ, ୬ ମାସ ଜେଲ୍ ଦଣ୍ଡ appeared first on Dharitri Odia News.
ବାର୍ସିଲୋନା,୨୨ା୨: ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ବାର୍ସିଲୋନାର ଏକ କୋର୍ଟ ଗୁରୁବାର ଷ୍ଟାର ଫୁଟବଲ ଖେଳାଳି ଡାନି ଆଲଭେସ୍କୁ ୪ ବର୍ଷ ୬ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ୩ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୩ ଦିନ ଧରି ଏହି ମାମଲାର ଶୁଣାଣି କରିଥିଳେ। ଆଲେଭେସଙ୍କ ଉପସ୍ଥିତିରେ ଖଣ୍ଡପୀଠ ଦଣ୍ଡ ବିଧାନ ଶୁଣାଇଥିଲେ। ପୀତୀଡ଼ାଙ୍କ ଓକିଲ ଇଷ୍ଟର ଗାର୍ସିଆ ଚଳିତ ସପ୍ତାହରେ କହିଥିଲେ ରାୟ ପ୍ରଦାନ ବେଳେ ସେ ଓ ତାଙ୍କ ମହକିଲ ଉପସ୍ଥିତ ରହିବେ ନାହିଁ।
ପୀଡ଼ିତା ଜଣଙ୍କ ଯୌନ ସମ୍ପର୍କ ରଖିବାକୁ ରାଜି ନ ଥିଲେ। ତାଙ୍କୁ ଜବରଦସ୍ତ ବଳାତ୍କାର କରାଯାଇଛି। ଏହାର ଯଥେଷ୍ଟ ପ୍ରମାଣ ରହି ଥିବା କୋର୍ଟ ତାଙ୍କ ରୁଲିଂରେ ଜଣାଇଛନ୍ତି। କୋର୍ଟ ଆହୁରି ମଧ୍ୟ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୧୫୦,୦୦୦ ୟୁରୋ (୧୬୨,୦୦୦ ଡଲାର) ଏବଂ ମାମଲା ବାବଦରେ ଖର୍ଚ୍ଚ ଆଲଭେସଙ୍କ ଦେବା ଲାଗି କହିଛନ୍ତି। ଜଲେ ଦଣ୍ଡ ଶେଷ ହେବା ପରେ ୪୦ ବର୍ଷୀୟ ଆଲଭେସଙ୍କ ଉପର ନଜର ରଖାଯିବ। ଏହି ସମୟ ମଧ୍ୟରେ ସେ ପୀଡ଼ିତାଙ୍କ ନିକଟକୁ ଯାଇପାରିବେ ନାହିଁ କି ତାଙ୍କ ସହିତ ଯୋଗାଯୋଗ କରିପାରିବେ ନାହିଁ। କୋର୍ଟରେ ଦର୍ଶାଯାଇଥିଲା ପୀଡ଼ିତାଙ୍କୁ ଆଲଭେସ ୨୦୨୨ ଡିସେମ୍ବର ୩୧ ବାର୍ସିଲୋନା ଅନ୍ତର୍ଗତ ଏକ ନାଇଟ କ୍ଲବର ଗାଧୁଆ ଘରେ ବଳାତ୍କାର କରିଥିଲେ।
ଅନ୍ୟପକ୍ଷରେ ଆଲଭେସ କୋର୍ଟରେ ତାଙ୍କ ବୟାନରେ ଦର୍ଶାଇଥିଲେ, ସେ ମହିଳାଙ୍କୁ ବଳତ୍କାର କରି ନାହାନ୍ତି। ସେ ସେଭଳି ଚରିତ୍ରର ଲୋକ ନୁହଁନ୍ତି। କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରାଯାଇ ପାରିବ। ଷ୍ଟେଟ୍ ପ୍ରୋସିକ୍ୟୁଟର କାର୍ଯ୍ୟାଳୟ କହିଛି କୋର୍ଟଙ୍କ ରାୟର ଅଧ୍ୟୟନ ପରେ ଅପିଲ କରାଯିବ କି ନା ତାହା ବିଚାର କରାଯିବ। ଆଲଭେସ ୨୦୨୩ ଜାନୁଆରୀ ୨୦ରୁ ଜେଲ୍ରେ ଅଟକ ଅଛନ୍ତି।
The post ବାର୍ସିଲୋନାର ଏହି ଷ୍ଟାର ଫୁଟ୍ବଲରଙ୍କୁ ୪ ବର୍ଷ, ୬ ମାସ ଜେଲ୍ ଦଣ୍ଡ appeared first on Dharitri Odia News.