ଗାଁରେ ବିଲୁଆ ଆତଙ୍କ: ଲୋକଙ୍କୁ କଲା ଲହୁଲୁହାଣ

ପୋଲସରା,୨୫।୯:ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ପଞ୍ଚାୟତରେ କିଛି ବିଲୁଆଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଗାଁରେ ବିଲୁଆ ପଶି ଅନେକ ଲୋକଙ୍କୁ ଆକ୍ରମଣ କରିଛି। ଉକ୍ତ ପଞ୍ଚାୟତର ପ୍ରାଣଦେଇପୁର ଗ୍ରାମର ୭ରୁ ୮ ଲୋକଙ୍କୁ ଆକ୍ରମଣ କରିଛି। ହାତୀଓଟ ଗ୍ରାମର କିଛି ଲୋକଙ୍କୁ ଆକ୍ରମଣ କରିବା ସହ ଯେମଦେଇପୁର ଗ୍ରାମରେ ମଧ୍ୟ ସେହି ଅବସ୍ଥା ଘଟିଛି। ପ୍ରାଣଦେଇପୁର ଗ୍ରାମର ବିଲୁଆ ଆକ୍ରମଣ ଆହତ ହୋଇଥିବା ଲୋକଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ନିକଟସ୍ଥ ପୋଲସରା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ କରାଇବା ସହ […] The post ଗାଁରେ ବିଲୁଆ ଆତଙ୍କ: ଲୋକଙ୍କୁ କଲା ଲହୁଲୁହାଣ appeared first on Dharitri Odia News.

ଗାଁରେ ବିଲୁଆ ଆତଙ୍କ: ଲୋକଙ୍କୁ କଲା ଲହୁଲୁହାଣ

ପୋଲସରା,୨୫।୯:ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ପଞ୍ଚାୟତରେ କିଛି ବିଲୁଆଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଗାଁରେ ବିଲୁଆ ପଶି ଅନେକ ଲୋକଙ୍କୁ ଆକ୍ରମଣ କରିଛି। ଉକ୍ତ ପଞ୍ଚାୟତର ପ୍ରାଣଦେଇପୁର ଗ୍ରାମର ୭ରୁ ୮ ଲୋକଙ୍କୁ ଆକ୍ରମଣ କରିଛି। ହାତୀଓଟ ଗ୍ରାମର କିଛି ଲୋକଙ୍କୁ ଆକ୍ରମଣ କରିବା ସହ ଯେମଦେଇପୁର ଗ୍ରାମରେ ମଧ୍ୟ ସେହି ଅବସ୍ଥା ଘଟିଛି। ପ୍ରାଣଦେଇପୁର ଗ୍ରାମର ବିଲୁଆ ଆକ୍ରମଣ ଆହତ ହୋଇଥିବା ଲୋକଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ନିକଟସ୍ଥ ପୋଲସରା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ କରାଇବା ସହ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି।
ପାଗ ର ପରିବ୍ରତନହେବା ସହ ଲଗାତର ବର୍ଷାର ପ୍ରକୋପ ବଢ଼ିବା ଫଳରେ ବିଲୁଆଙ୍କ ଗାଁ ଭିତରକୁ ପ୍ରବେଶ ହେବା ଯୋଗୁ ଏଭଳି ଘଟୁଛି। ପ୍ରଶାସନ ଏ ଦିଗରେ ପଦାକ୍ଷପ ନେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି l

The post ଗାଁରେ ବିଲୁଆ ଆତଙ୍କ: ଲୋକଙ୍କୁ କଲା ଲହୁଲୁହାଣ appeared first on Dharitri Odia News.