ଜବତ ହେଲା ଆଇଏଏସ୍‌ ଅଧିକାରୀଙ୍କ ଅଡି କାର

ମୁମ଼୍ବାଇ, ୧୪।୭: ଗତ କିଛିଦିନ ଧରି ବିବାଦରେ ରହିଥିବା ଟ୍ରେନିଂ ଆଇଏଏସ୍‌ ଅଧିକାରୀ ପୂଜା ଖେଡକାରଙ୍କ ପୁଣି ଅଡ଼ୁଆ ବଢ଼ିଛି । ପୁନେ ଟ୍ରାଫିକ୍‌ ପୋଲିସ ବାରମ଼୍ବାର ଟ୍ରାଫିକ୍‌ ନିୟମ ଭାଙ୍ଗିଥିବା ଅଭିଯୋଗରେ ପୂଜାଙ୍କର ବିଳାଶପୂର୍ଣ୍ଣ ଅଡି କାରକୁ ଜବତ କରିଛି । ପୋଲିସ୍‌ ଏହି ଗାଡ଼ିକୁ ଥାନାକୁ ନେଇଯାଇଛି । ସୂଚନା ଥାଉକି, ମହାରାଷ୍ଟ୍ର କ୍ୟାଡର ଆଇଏଏସ୍‌ ଅଧିକାରୀ ପୂଜା ଖେଡକର ଜାଲ ପ୍ରମାଣପତ୍ର ଦେଇ ଆଇଏଏସ୍‌ ଚାକିରି ପାଇଥିବା ଅଭିଯୋଗ ହୋଇଛି। ୨୦୨୨ ବ୍ୟାଚ୍‌ର […] The post ଜବତ ହେଲା ଆଇଏଏସ୍‌ ଅଧିକାରୀଙ୍କ ଅଡି କାର appeared first on Dharitri Odia News.

ଜବତ ହେଲା ଆଇଏଏସ୍‌ ଅଧିକାରୀଙ୍କ ଅଡି କାର

ମୁମ଼୍ବାଇ, ୧୪।୭: ଗତ କିଛିଦିନ ଧରି ବିବାଦରେ ରହିଥିବା ଟ୍ରେନିଂ ଆଇଏଏସ୍‌ ଅଧିକାରୀ ପୂଜା ଖେଡକାରଙ୍କ ପୁଣି ଅଡ଼ୁଆ ବଢ଼ିଛି । ପୁନେ ଟ୍ରାଫିକ୍‌ ପୋଲିସ ବାରମ଼୍ବାର ଟ୍ରାଫିକ୍‌ ନିୟମ ଭାଙ୍ଗିଥିବା ଅଭିଯୋଗରେ ପୂଜାଙ୍କର ବିଳାଶପୂର୍ଣ୍ଣ ଅଡି କାରକୁ ଜବତ କରିଛି । ପୋଲିସ୍‌ ଏହି ଗାଡ଼ିକୁ ଥାନାକୁ ନେଇଯାଇଛି ।

ସୂଚନା ଥାଉକି, ମହାରାଷ୍ଟ୍ର କ୍ୟାଡର ଆଇଏଏସ୍‌ ଅଧିକାରୀ ପୂଜା ଖେଡକର ଜାଲ ପ୍ରମାଣପତ୍ର ଦେଇ ଆଇଏଏସ୍‌ ଚାକିରି ପାଇଥିବା ଅଭିଯୋଗ ହୋଇଛି। ୨୦୨୨ ବ୍ୟାଚ୍‌ର ଆଇଏଏସ୍‌ ଅଫିସରଜଣଙ୍କ ପ୍ରଶାସନିକ ପରୀକ୍ଷା ପାସ୍‌ କରିବା ଲାଗି କଥିତ ଭାବେ ଜାଲ ଦିବ୍ୟାଙ୍ଗ ଏବଂ ପଛୁଆ ବର୍ଗ(ଓବିସି) ପ୍ରମାଣପତ୍ର ଜମା କରିଥିବା ଜଣାପଡ଼ିଛି।
 କିଛି ଦିନ ପୂର୍ବେ ପୂଜାଙ୍କ ଉପରେ ପଦର ଦୂରୁପଯୋଗ କରୁଥିବା ଅଭିଯୋଗ ହୋଇଥିଲା। ସେ ନିଜର ବ୍ୟକ୍ତିଗତ ଅଡି କାର୍‌ରେ ଲାଲ-ନୀଳ ବତି ଏବଂ ଭିଆଇପି ନମ୍ବର ପ୍ଲେଟ୍‌ ବ୍ୟବହାର କରୁଥିଲେ।  ଅଭିଯୋଗ ଆସିବା ପରେ ତାଙ୍କୁ ପୁଣେ ଜିଲାର ଓ୍ବାସିମଙ୍କୁ ଟ୍ରାନ୍ସଫର କରିଦିଆଯାଇଥିଲା। ପୂଜା ଓବିସି ଏବଂ ଦୃଷ୍ଟିବାଧିତ ଶ୍ରେଣୀରେ ସିଭିଲ ସେବା ପରୀକ୍ଷା ଦେଇଥିଲେ। ମାନସିକ ରୋଗର ପ୍ରମାଣପତ୍ର ଜମା କରିଥିଲେ। ପୂଜା ଏକ ପ୍ରଶାସନିକ ପରିବାରରୁ ଆସିଛନ୍ତି। ସେ ୟୁପିଏସ୍‌ସିରେ ୮୪୧ ର଼୍ୟାଙ୍କ ହାସଲ କରିଥିଲେ। ତାଙ୍କ ବାପା ଏମ୍‌ପିସିବି ଅଧିକାରୀ ଥିଲେ। ତାଙ୍କ ଜେଜେବାପା ମଧ୍ୟ ପ୍ରଶାସନିକ ଅଧିକାରୀ ଥିଲେ। ମା’ ଅହମ୍ମଦନଗର ଜିଲାର ଭାଲଗାଁର ନିର୍ବାଚିତ ସରପଞ୍ଚ ଅଛନ୍ତି।

The post ଜବତ ହେଲା ଆଇଏଏସ୍‌ ଅଧିକାରୀଙ୍କ ଅଡି କାର appeared first on Dharitri Odia News.