ଶ୍ୱଶୁରଙ୍କ ଟାଙ୍ଗିଆ ଚୋଟରେ ବୋହୂ ଗୁରୁତର

କୁଚିଣ୍ଡା,୩ା୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲ ପଞ୍ଚାୟତ ସୋଲବଗା (ଭଟାଗୁଡ଼ା)ଠାରେ ଶନିବାର ଶ୍ୱଶୁରଙ୍କ ଟାଙ୍ଗିଆ ଚୋଟରେ ବିଧବା ବୋହୂ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଆକ୍ରମଣକାରୀ ଶ୍ବଶୁର ହେଉଛନ୍ତି ଆମତୁନି ବାର୍ଲା(୭୦) ଏବଂ ଆହତ ବୋହୂ ବୁଦୁନି ବାର୍ଲା (୪୫)। ସୂଚନା ଅନୁଯାୟୀ, ପ୍ରାୟ ୧୦ ବର୍ଷ ପୂର୍ବରୁ ଆମତୁନିଙ୍କ ପୁଅ ସୁନୀଲ ବାର୍ଲାଙ୍କ ମୃତ୍ୟୁ ହୋଇସାରିଛି। ଏହାପରେ ଆମତୁନି ନିଜର ବିଧବା ବୋହୂ ବୁଦୁନିଙ୍କ ସହ ନାତି ସୁଶାନ୍ତ(୨୦)ଏକତ୍ର ରହିଆସୁଛନ୍ତି। […] The post ଶ୍ୱଶୁରଙ୍କ ଟାଙ୍ଗିଆ ଚୋଟରେ ବୋହୂ ଗୁରୁତର appeared first on Dharitri Odia News.

ଶ୍ୱଶୁରଙ୍କ ଟାଙ୍ଗିଆ ଚୋଟରେ ବୋହୂ ଗୁରୁତର

କୁଚିଣ୍ଡା,୩ା୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲ ପଞ୍ଚାୟତ ସୋଲବଗା (ଭଟାଗୁଡ଼ା)ଠାରେ ଶନିବାର ଶ୍ୱଶୁରଙ୍କ ଟାଙ୍ଗିଆ ଚୋଟରେ ବିଧବା ବୋହୂ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଆକ୍ରମଣକାରୀ ଶ୍ବଶୁର ହେଉଛନ୍ତି ଆମତୁନି ବାର୍ଲା(୭୦) ଏବଂ ଆହତ ବୋହୂ ବୁଦୁନି ବାର୍ଲା (୪୫)।

ସୂଚନା ଅନୁଯାୟୀ, ପ୍ରାୟ ୧୦ ବର୍ଷ ପୂର୍ବରୁ ଆମତୁନିଙ୍କ ପୁଅ ସୁନୀଲ ବାର୍ଲାଙ୍କ ମୃତ୍ୟୁ ହୋଇସାରିଛି। ଏହାପରେ ଆମତୁନି ନିଜର ବିଧବା ବୋହୂ ବୁଦୁନିଙ୍କ ସହ ନାତି ସୁଶାନ୍ତ(୨୦)ଏକତ୍ର ରହିଆସୁଛନ୍ତି। ଗତ ୨/୩ ଦିନ ତଳେ ଆମତୁନି ନିଜର ରାଶନ କାର୍ଡ ୨୦ କେଜି ଚାଉଳ ଆଣି ଘରେ ରଖିଥିଲେ। ଗଚ୍ଛିତ ଚାଉଳରୁ ଆମତୁନି କୁଆଡ଼େ ୧୦କେଜି ବିକ୍ରିକରି ମଦ ପିଇଦେଇ ଥିଲେ। ଏହାକୁ ନେଇ ଉଭୟ ଶ୍ବଶୁର ଓ ବୋହୂଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଆମତୁନି ଘରେ ଥିବା ଏକ ଟାଙ୍ଗିଆରେ ବିଧବା ବୋହୂଙ୍କୁ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ବୁଦୁନିଙ୍କ ଚିତ୍କାର ଶୁଣି ସାହିପଡ଼ିଶା ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରିଥିଲେ। ଏହାଦେଖି ଶ୍ୱଶୁର ଆମତୁନି ସେଠାରୁ ଚମ୍ପଟ ମାରିଥିଲେ। ଗୁରୁତର ଅବସ୍ଥାରେ ବୁଦୁନିକୁ ଆମ୍ବୁଲାନ୍ସରେ ବାମରା ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏନେଇ ମହୁଲପାଲି ଥାନାରେ ଏକ ମାମଲା ରୁଜୁ ହୋଇଛି।

The post ଶ୍ୱଶୁରଙ୍କ ଟାଙ୍ଗିଆ ଚୋଟରେ ବୋହୂ ଗୁରୁତର appeared first on Dharitri Odia News.