ମୋଦିଙ୍କଠାରୁ ଶିନ୍ଦେଙ୍କ ପର୍ଯ୍ୟନ୍ତ ମହାରାଷ୍ଟ୍ର ଦେଇପାରେ ଟେନଶନ
ନୂଆଦିଲ୍ଲୀ,୪।୪: ଲୋକ ସଭା ନିର୍ବାଚନ ୨୦୨୪ପାଇଁ ଭୋଟ ଗ୍ରହଣ କରାଯିବାକୁ ମାତ୍ର ୨ ସପ୍ତାହ ବାକି ଅଛି। ଏହି ସମୟରେ, ଏକ ଘରେଶି ଟେଲିଭିଜନ ଚ୍ୟାନେଲର ସର୍ବେକ୍ଷଣରେ ଶାସକ ଏନଡିଏ ମେଣ୍ଟ ପାଇଁ ଚିନ୍ତାଜନକ ତଥ୍ୟ ପ୍ରକାଶ ପାଇଛି। ମହାରାଷ୍ଟ୍ରର ଜନତା ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ଖୁସି ନୁହଁନ୍ତି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଆଗାମୀ ନିର୍ବାଚନରେ ମହାରାଷ୍ଟ୍ରର ରାଜନୈତିକ ଚିତ୍ର ବଦଳିପାରେ। ଏଠାରେ ହୋଇଥିବା ସର୍ଭେରେ ଏନଡିଏ ଏବଂ ଇଣ୍ଡିଆ […] The post ମୋଦିଙ୍କଠାରୁ ଶିନ୍ଦେଙ୍କ ପର୍ଯ୍ୟନ୍ତ ମହାରାଷ୍ଟ୍ର ଦେଇପାରେ ଟେନଶନ appeared first on Dharitri Odia News.
ନୂଆଦିଲ୍ଲୀ,୪।୪: ଲୋକ ସଭା ନିର୍ବାଚନ ୨୦୨୪ପାଇଁ ଭୋଟ ଗ୍ରହଣ କରାଯିବାକୁ ମାତ୍ର ୨ ସପ୍ତାହ ବାକି ଅଛି। ଏହି ସମୟରେ, ଏକ ଘରେଶି ଟେଲିଭିଜନ ଚ୍ୟାନେଲର ସର୍ବେକ୍ଷଣରେ ଶାସକ ଏନଡିଏ ମେଣ୍ଟ ପାଇଁ ଚିନ୍ତାଜନକ ତଥ୍ୟ ପ୍ରକାଶ ପାଇଛି। ମହାରାଷ୍ଟ୍ରର ଜନତା ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ଖୁସି ନୁହଁନ୍ତି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଆଗାମୀ ନିର୍ବାଚନରେ ମହାରାଷ୍ଟ୍ରର ରାଜନୈତିକ ଚିତ୍ର ବଦଳିପାରେ। ଏଠାରେ ହୋଇଥିବା ସର୍ଭେରେ ଏନଡିଏ ଏବଂ ଇଣ୍ଡିଆ ଉଭୟ ସହଯୋଗୀ ଦଳ ୪୧ ପ୍ରତିଶତ ଭୋଟ ପାଇଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ପସନ୍ଦ ହୋଇଛନ୍ତି।
ମହାରାଷ୍ଟ୍ରର ୪୩ ପ୍ରତିଶତ ଲୋକ ପ୍ରଧାମନ୍ତ୍ରୀଙ୍କ କାର୍ଯ୍ୟରେ ଖୁସି ଅଛନ୍ତି। ୨୭ ପ୍ରତିଶତ ଲୋକ କମ ସନ୍ତୁଷ୍ଟ, ୨ ପ୍ରତିଶତ ଲୋକ କିଛି ନିଷ୍ପତ୍ତି ନେଇପାରିବେ ନାହିଁ ଏବଂ ୨୮ ପ୍ରତିଶତ ଲୋକ ସେମାନଙ୍କ କାର୍ଯ୍ୟରେ ଖୁସି ନୁହଁନ୍ତି । ତେବେ ରାଜ୍ୟର ୬୧ ପ୍ରତିଶତ ଲୋକ ତାଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି। ୨୯ ପ୍ରତିଶତ ଲୋକ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି।
The post ମୋଦିଙ୍କଠାରୁ ଶିନ୍ଦେଙ୍କ ପର୍ଯ୍ୟନ୍ତ ମହାରାଷ୍ଟ୍ର ଦେଇପାରେ ଟେନଶନ appeared first on Dharitri Odia News.