ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷା ନେଇ ଆଲର୍ଟ

ଭୁବନେଶ୍ୱର ୦୪।୦୭: ଜୁଲାଇ ୧୭ ତାରିଖ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ହେବ । ଆସନ୍ତା ସପ୍ତାହରେ ରାଜ୍ୟର ଅଧିକାଂଶ ସ୍ଥାନରେ ମୋଟ ବର୍ଷା ୫୦ରୁ  ୬୦ମିମି ରହିବ । ଜୁଲାଇ ପ୍ରଥମମାର୍ଦ୍ଧରେ  ରାଜ୍ୟରେ ବର୍ଷା ପରିମାଣ ୨୫% ନିଅଣ୍ଟିଆ  ରହିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ  ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।ପ୍ରଫେସର ପଶୁପାଳକ କହିଛନ୍ତି,  ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ  ଦେବଗଡ଼ରେ ୮୦ମିମିରୁ ଅଧିକ ବର୍ଷା  ହୋଇପାରେ । ୩ ଓ ୪ ତାରିଖରେ ମଧ୍ୟମ ପରିମାଣର ବର୍ଷା ହେବ । ୬ ତାରିଖ ଯାଏ ବିକ୍ଷିପ୍ତ  ସ୍ଥାନରେ ସ୍ପଳ୍ପ ପରିମାଣର ବର୍ଷା ହୋଇପାରେ । ୧୦ରୁ ୧୭ ତାରିଖ ଭିତରେ ଉତ୍ତର  ଉପକୂଳରେ ମୋଟ ୫୦ରୁ ୬୦ମିମି ବର୍ଷା  ହେବାର ସମ୍ଭାବନା ଅଛି। ବାକି ଅଞ୍ଚଳରେ  ୭୦ରୁ ୮୦ମିମି ବର୍ଷା ହୋଇପାରେ । ଆସନ୍ତା  ୭ ତାରିଖରେ ବଙ୍ଗୋପସାଗରରେ ଏକ  ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ  ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ।  ଆନ୍ଧ୍ରପ୍ରଦେଶରେ ଭାରୀ ବର୍ଷା ହୋଇପାରେ । ଜୁଲାଇ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ   ନିଅଣ୍ଟିଆ ବର୍ଷା ସତ୍ତେ୍ୱ ଚାଷ କାମରେ କୌଣସି   ସମସ୍ୟା ହେବନି । ମଝିରେ ମଝିରେ ବର୍ଷା   ହେବ। ମୌସୁମୀ ବିଳମ୍ବ ଯୋଗୁ ବର୍ଷା ପ୍ରଭାବିତ   ହୋଇଛି । ଏଥିପାଇଁ ବହୁ ସ୍ଥାନରେ ରୋଇବା   ପାଇଁ ଧାନ ତଳି ପ୍ରସ୍ତୁତ ହୋଇପାରିନି । ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ   କହୁଛି, ଗୁରୁବାର ସୁନ୍ଦର

ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷା ନେଇ ଆଲର୍ଟ

ଭୁବନେଶ୍ୱର ୦୪।୦୭: ଜୁଲାଇ ୧୭ ତାରିଖ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ହେବ । ଆସନ୍ତା ସପ୍ତାହରେ ରାଜ୍ୟର ଅଧିକାଂଶ ସ୍ଥାନରେ ମୋଟ ବର୍ଷା ୫୦ରୁ  ୬୦ମିମି ରହିବ । ଜୁଲାଇ ପ୍ରଥମମାର୍ଦ୍ଧରେ  ରାଜ୍ୟରେ ବର୍ଷା ପରିମାଣ ୨୫% ନିଅଣ୍ଟିଆ  ରହିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ  ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

ପ୍ରଫେସର ପଶୁପାଳକ କହିଛନ୍ତି,  ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ  ଦେବଗଡ଼ରେ ୮୦ମିମିରୁ ଅଧିକ ବର୍ଷା  ହୋଇପାରେ । ୩ ଓ ୪ ତାରିଖରେ ମଧ୍ୟମ ପରିମାଣର ବର୍ଷା ହେବ । ୬ ତାରିଖ ଯାଏ ବିକ୍ଷିପ୍ତ  ସ୍ଥାନରେ ସ୍ପଳ୍ପ ପରିମାଣର ବର୍ଷା ହୋଇପାରେ । 

୧୦ରୁ ୧୭ ତାରିଖ ଭିତରେ ଉତ୍ତର  ଉପକୂଳରେ ମୋଟ ୫୦ରୁ ୬୦ମିମି ବର୍ଷା  ହେବାର ସମ୍ଭାବନା ଅଛି। ବାକି ଅଞ୍ଚଳରେ  ୭୦ରୁ ୮୦ମିମି ବର୍ଷା ହୋଇପାରେ । ଆସନ୍ତା  ୭ ତାରିଖରେ ବଙ୍ଗୋପସାଗରରେ ଏକ  ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ  ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ।  ଆନ୍ଧ୍ରପ୍ରଦେଶରେ ଭାରୀ ବର୍ଷା ହୋଇପାରେ । 

ଜୁଲାଇ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ   ନିଅଣ୍ଟିଆ ବର୍ଷା ସତ୍ତେ୍ୱ ଚାଷ କାମରେ କୌଣସି   ସମସ୍ୟା ହେବନି । ମଝିରେ ମଝିରେ ବର୍ଷା   ହେବ। ମୌସୁମୀ ବିଳମ୍ବ ଯୋଗୁ ବର୍ଷା ପ୍ରଭାବିତ   ହୋଇଛି । ଏଥିପାଇଁ ବହୁ ସ୍ଥାନରେ ରୋଇବା   ପାଇଁ ଧାନ ତଳି ପ୍ରସ୍ତୁତ ହୋଇପାରିନି । 

ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ   କହୁଛି, ଗୁରୁବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ପ୍ରବଳ ବର୍ଷା ହୋଇପାରେ । ୬ ଓ ୭ ତାରିଖରେ ବି ବିଭିନ୍ନ  ସ୍ଥାନରେ ଭାରୀ ବର୍ଷା ହେବ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ମୟୂରଭଞ୍ଜ ଓ   କେନ୍ଦୁଝରରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ   ବିଭାଗ ଆକଳନ କରିଛି । ବୁଧବାର କେନ୍ଦୁଝରରେ  ୩୩.୩ ମିମି ବର୍ଷା ହୋଇଛି । ଚାନ୍ଦବାଲିରେ  ୨୨.୧, ଝାରସୁଗୁଡ଼ାରେ ୧୦.୪, ଯାଜପୁରରେ  ୮, ତାଳଚେରରେ ୪ମିମି ବର୍ଷା ହୋଇଛି ।