ଓଡ଼ିଶା ସରକାରଙ୍କ ସହ ଅନିଲ ଅଗ୍ରୱାଲ ଫାଉଣ୍ଡେଶନର ବୁଝାମଣା
ଭୁବନେଶ୍ୱର,୧୯।୧୧ (ଅଭୟ ଦାଶ): ବେଦାନ୍ତ ଗ୍ରୁପର ସାମାଜିକ ପ୍ରତିଷ୍ଠାନ ତଥା ଅନିଲ ଅଗ୍ରୱାଲ ଫାଉଣ୍ଡେଶନ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଶିଶୁ ଦିବସ ଅବସରରେ ଅନିଲ ଅଗ୍ରୱାଲ ଫାଉଣ୍ଡେଶନ ଏବଂ ଜିଲା ସାମାଜିକ କଲ୍ୟାଣ କାର୍ଯ୍ୟାଳୟ ବା ଡିଏସଡବ୍ଲ୍ୟୁଓ ଝାରସୁଗୁଡା ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଏହି ଚୁକ୍ତିନାମା ଅନୁଯାୟୀ ଝାରସୁଗୁଡାର ୫୦୦ ଅଙ୍ଗନୱାଡି କେନ୍ଦ୍ରକୁ ଅତ୍ୟାଧୁନିକ ‘ନନ୍ଦଘର’ରେ ପରିଣତ କରିବାକୁ ଅନିଲ ଅଗ୍ରୱାଲ […] The post ଓଡ଼ିଶା ସରକାରଙ୍କ ସହ ଅନିଲ ଅଗ୍ରୱାଲ ଫାଉଣ୍ଡେଶନର ବୁଝାମଣା appeared first on Dharitri Odia News.
ଭୁବନେଶ୍ୱର,୧୯।୧୧ (ଅଭୟ ଦାଶ): ବେଦାନ୍ତ ଗ୍ରୁପର ସାମାଜିକ ପ୍ରତିଷ୍ଠାନ ତଥା ଅନିଲ ଅଗ୍ରୱାଲ ଫାଉଣ୍ଡେଶନ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଶିଶୁ ଦିବସ ଅବସରରେ ଅନିଲ ଅଗ୍ରୱାଲ ଫାଉଣ୍ଡେଶନ ଏବଂ ଜିଲା ସାମାଜିକ କଲ୍ୟାଣ କାର୍ଯ୍ୟାଳୟ ବା ଡିଏସଡବ୍ଲ୍ୟୁଓ ଝାରସୁଗୁଡା ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଏହି ଚୁକ୍ତିନାମା ଅନୁଯାୟୀ ଝାରସୁଗୁଡାର ୫୦୦ ଅଙ୍ଗନୱାଡି କେନ୍ଦ୍ରକୁ ଅତ୍ୟାଧୁନିକ ‘ନନ୍ଦଘର’ରେ ପରିଣତ କରିବାକୁ ଅନିଲ ଅଗ୍ରୱାଲ ଫାଉଣ୍ଡେଶନ ଏକ ସ୍ମାରକପତ୍ର ସ୍ବାକ୍ଷର କରିଛି, ଯାହାକି ଆଧୁନିକୀକରଣ ଅଙ୍ଗନୱାଡି ଭାବେ ପରିଣତ ହେବ। ଏପରିକି ଏହା ମହିଳା ଏବଂ ଶିଶୁ ବିକାଶ କେନ୍ଦ୍ର ଭାବେ କାର୍ଯ୍ୟ କରିଥାଏ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଝାରସୁଗୁଡା ଜିଲା ମାଜିଷ୍ଟ୍ରେଟ ତଥା କଲେକ୍ଟର ଅବୋଲି ନରଭାନେଙ୍କ ସମେତ ଡିଏସ୍ଡବ୍ଲ୍ୟୁଓ ପୁଣ୍ୟବତୀ ହେଲେନ ଜେସ୍ ଏବଂ ଜିଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗାର୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, ଆମେ ସେବା କରୁଥିବା ସମ୍ପ୍ରଦାୟର ସ୍ଥାୟୀ ବିକାଶ ଏବଂ ଅନ୍ତର୍ଭୂକ୍ତ ଅଭିବୃଦ୍ଧି ପାଇଁ ଗଭୀର ଭାବେ ପ୍ରତିବଦ୍ଧ ରହିଛୁ। ସେହିଭଳି ଜିଲାରେ ବେଦାନ୍ତର ବିକାଶମୂଳକ ଉଦ୍ୟମକୁ ପ୍ରଶଂସା କରି ଜିଲା ମାଜିଷ୍ଟ୍ରେଟ୍ ତଥା କଲେକ୍ଟର ଅବୋଲି ନରଭାନେ କହିଛନ୍ତି, ଝାରସୁଗୁଡାର ଅଙ୍ଗନୱାଡି କେନ୍ଦ୍ରରେ ପରିବର୍ତ୍ତନ ଆଣିବା ପାଇଁ ବେଦାନ୍ତର ସମର୍ଥନକୁ ଆମେ ସ୍ବାଗତ କରୁଛୁ। ଏହି ’ନନ୍ଦଘର’ ପଦକ୍ଷେପ ସୁରକ୍ଷିତ ସ୍ଥାନ ସୃଷ୍ଟି କରିବା ସହିତ ଶିକ୍ଷାର କେନ୍ଦ୍ର ସୃଷ୍ଟି କରୁଛି, ଯାହା ଶିଶୁ ଏବଂ ମହିଳାମାନଙ୍କର ସାମଗ୍ରିକ ସୁସ୍ଥତା ଏବଂ ଅଭିବୃଦ୍ଧିକୁ ସମର୍ଥନ କରିଥାଏ।
The post ଓଡ଼ିଶା ସରକାରଙ୍କ ସହ ଅନିଲ ଅଗ୍ରୱାଲ ଫାଉଣ୍ଡେଶନର ବୁଝାମଣା appeared first on Dharitri Odia News.