ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ ଯୋଗୁ ୧୨ ଜଣଙ୍କର ହେଲାଣି ମୃତ୍ୟୁ, ପପୁ ଯାଦବଙ୍କ ବିବାଦୀୟ ବୟାନ

ପାଟନା,୨୦।୮: କୋଲକାତା ଡାକ୍ତର ହତ୍ୟା ମାମଲା ବିରୋଧରେ ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ସେମାନଙ୍କ ସହକର୍ମୀଙ୍କୁ ନ୍ୟାୟ ଦୋବକୁ ଏବଂ ଡାକ୍ତରଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଗତ ୮ ଦିନ ଧରି ସାରା ଦେଶରେ ଡାକ୍ତରମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି କ୍ରମରେ ପାଟଣାର ଚାରିଟି ବଡ ଡାକ୍ତରଖାନାର ଡାକ୍ତର, ଏଆଇଏମଏସ ପାଟନା, ଆଇଜିଏମଏସ, ପିଏମସି-ଏନଏମଏଚ ଡାକ୍ତରମାନେ ଗତ ଏକ ସପ୍ତାହ ଧରି ଧର୍ମଘଟରେ ଅଛନ୍ତି। ରାଜ୍ୟର ଅଧିକାଂଶ ଡାକ୍ତରଖାନାରେ ଡାକ୍ତରମାନେ ଧର୍ମଘଟ କରୁଛନ୍ତି। […] The post ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ ଯୋଗୁ ୧୨ ଜଣଙ୍କର ହେଲାଣି ମୃତ୍ୟୁ, ପପୁ ଯାଦବଙ୍କ ବିବାଦୀୟ ବୟାନ appeared first on Dharitri Odia News.

ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ ଯୋଗୁ ୧୨ ଜଣଙ୍କର ହେଲାଣି ମୃତ୍ୟୁ, ପପୁ ଯାଦବଙ୍କ ବିବାଦୀୟ ବୟାନ

ପାଟନା,୨୦।୮: କୋଲକାତା ଡାକ୍ତର ହତ୍ୟା ମାମଲା ବିରୋଧରେ ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ସେମାନଙ୍କ ସହକର୍ମୀଙ୍କୁ ନ୍ୟାୟ ଦୋବକୁ ଏବଂ ଡାକ୍ତରଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଗତ ୮ ଦିନ ଧରି ସାରା ଦେଶରେ ଡାକ୍ତରମାନେ ବିରୋଧ ପ୍ରଦର୍ଶନ କରିଛନ୍ତି।
ଏହି କ୍ରମରେ ପାଟଣାର ଚାରିଟି ବଡ ଡାକ୍ତରଖାନାର ଡାକ୍ତର, ଏଆଇଏମଏସ ପାଟନା, ଆଇଜିଏମଏସ, ପିଏମସି-ଏନଏମଏଚ ଡାକ୍ତରମାନେ ଗତ ଏକ ସପ୍ତାହ ଧରି ଧର୍ମଘଟରେ ଅଛନ୍ତି। ରାଜ୍ୟର ଅଧିକାଂଶ ଡାକ୍ତରଖାନାରେ ଡାକ୍ତରମାନେ ଧର୍ମଘଟ କରୁଛନ୍ତି।
ଓପିଡି ସେବା ଏକ ସପ୍ତାହ ହେବ ବନ୍ଦ ରହିଛି। ତଥାପି, ଜରୁରୀକାଳୀନ ସେବାଗୁଡିକ ପୁନଃ ସ୍ଥାପିତ ହୋଇଛି। ବରିଷ୍ଠ ଡାକ୍ତରମାନେ ଏମରଜେନ୍ସି ଟ୍ରମାରେ ଏମରଜେନ୍ସି ଅପରେଶନ କାର୍ଯ୍ୟ କରୁଛନ୍ତି।
ଯାଦବ ପ୍ରଶ୍ନ କରିଛନ୍ତି, ଯଦି କେବଳ ଡାକ୍ତରମାନେ କୋଲକାତା ବଳାତ୍କାର ଘଟଣାରେ ସମ୍ପୃକ୍ତ ଥାନ୍ତି, ତେବେ ସେହି ବଳାତ୍କାର ପାଇଁ ସମସ୍ତ ଡାକ୍ତର ଦାୟୀ ରହିବେ କି।
ଏହି ସମୟରେ ପୂର୍ଣ୍ଣିୟା ଏମପି ପପୁ ଯାଦବ ଡାକ୍ତରଙ୍କ ଧର୍ମଘଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି, ଡାକ୍ତରମାନେ ଧର୍ମଘଟରେ ଯାଇଥିବାରୁ ୧୨ଜଣଙ୍କର ମୃତ୍ୟୁ ହେଲାଣି। ଏଥିପାଇଁ କିଏ ଦାୟୀ ରହିବେ ବୋଲି ସେ ପ୍ରଶ୍ନ କରିଛନ୍ତି।

The post ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ ଯୋଗୁ ୧୨ ଜଣଙ୍କର ହେଲାଣି ମୃତ୍ୟୁ, ପପୁ ଯାଦବଙ୍କ ବିବାଦୀୟ ବୟାନ appeared first on Dharitri Odia News.