ଫ୍ରାନରେ ଫୋନ୍‌, ଇଣ୍ଟରନେଟ୍‌ ସେବା ଅଚଳ କଲେ ଉପଦ୍ରବୀ

ପ୍ୟାରିସ୍‌,୩୦ା୭: ଉପଦ୍ରବକାରୀଙ୍କ ହିଂସାକାଣ୍ଡ କାରଣରୁ ଫ୍ରାନ୍ସର କିଛି ଅଞ୍ଚଳରେ ଫୋନ୍‌ ଓ ଇଣ୍ଟରନେଟ୍‌ ସେବା ଅଚଳ ହୋଇପଡିଛି। ଉପଦ୍ରବୀମାନେ ହିଂସାକାଣ୍ଡ କରି ଏକାଧିକ ଟେଲି କମ୍ୟୁନିକେଶନ ଓ ଫାଇବର ଲାଇନ୍‌କୁ ଅଚଳ କରି ଦେଇଛନ୍ତି। ଫଳରେ ଏକାଧିକ ଅଞ୍ଚଳରେ ଲ୍ୟାଣ୍ଡଲାଇନ୍‌ ଫୋନ୍‌ ସେବା ସହ ଇଣ୍ଟରନେଟ ସେବା ଅଚଳ ହୋଇପଡିଛି। ଏହି ଘଟଣାର ପ୍ରଭାବ କେତେ ଗୁରୁତର ଓ ଏହାଦ୍ୱାରା ଅଲିମ୍ପିକ୍ସ ପ୍ରଭାବିତ ହୋଇଛି କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ଉପଲବ୍ଧ ନାହିଁ। ଉଲ୍ଲେଖଯୋଗ୍ୟ […] The post ଫ୍ରାନରେ ଫୋନ୍‌, ଇଣ୍ଟରନେଟ୍‌ ସେବା ଅଚଳ କଲେ ଉପଦ୍ରବୀ appeared first on Dharitri Odia News.

ଫ୍ରାନରେ ଫୋନ୍‌, ଇଣ୍ଟରନେଟ୍‌ ସେବା ଅଚଳ କଲେ ଉପଦ୍ରବୀ

ପ୍ୟାରିସ୍‌,୩୦ା୭: ଉପଦ୍ରବକାରୀଙ୍କ ହିଂସାକାଣ୍ଡ କାରଣରୁ ଫ୍ରାନ୍ସର କିଛି ଅଞ୍ଚଳରେ ଫୋନ୍‌ ଓ ଇଣ୍ଟରନେଟ୍‌ ସେବା ଅଚଳ ହୋଇପଡିଛି। ଉପଦ୍ରବୀମାନେ ହିଂସାକାଣ୍ଡ କରି ଏକାଧିକ ଟେଲି କମ୍ୟୁନିକେଶନ ଓ ଫାଇବର ଲାଇନ୍‌କୁ ଅଚଳ କରି ଦେଇଛନ୍ତି। ଫଳରେ ଏକାଧିକ ଅଞ୍ଚଳରେ ଲ୍ୟାଣ୍ଡଲାଇନ୍‌ ଫୋନ୍‌ ସେବା ସହ ଇଣ୍ଟରନେଟ ସେବା ଅଚଳ ହୋଇପଡିଛି। ଏହି ଘଟଣାର ପ୍ରଭାବ କେତେ ଗୁରୁତର ଓ ଏହାଦ୍ୱାରା ଅଲିମ୍ପିକ୍ସ ପ୍ରଭାବିତ ହୋଇଛି କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ଉପଲବ୍ଧ ନାହିଁ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଉପଦ୍ରବୀମାନେ ଅଲିମ୍ପିକ୍ସ ଉଦ୍‌ଘାଟନୀ ସମାରୋହ ପୂର୍ବରୁ ରେଳ ଲାଇନ୍‌ର କଣ୍ଟ୍ରୋଲର ନିଆଁ ଲଗାଇ ପୋଡି ଦେଇଥିଲେ। ଫଳରେ ହଜାର ହଜାର ଯାତ୍ରୀଙ୍କୁ ଯିବା ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।

ଫ୍ରାନ୍ସ ଡିଜିଟାଲ ସେକ୍ରେଟାରୀ ମାରିନା ଫେରାରୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ରବିବାର ରାତିରୁ ସୋମବାର ସକାଳ ମଧ୍ୟରେ ଏହି ଘଟଣା ଘଟିଥିବା କହିଛନ୍ତି ମାରିନା। ସେହିପରି ଫ୍ରାନ୍ସ ପ୍ରଶାସନ ଅଧୀନରେ ଥିବା ୬ଟି ବିଭାଗର କାର୍ଯ୍ୟ ଏହି ଆକ୍ରମଣ ଦ୍ୱାରା ପ୍ରଭାବିତ ହୋଇଥିବା ଜନୈକ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଫୁଟବଲ ଓ ସେଲିଂ ଭଳି ଇଭେଣ୍ଟ ଆୟୋଜନ କରୁଥିବା ମାର୍ସେଲିରେ ଏହି ଆକ୍ରମଣ ସବୁଠାରୁ ଅଧିକ ରହିଛି।

The post ଫ୍ରାନରେ ଫୋନ୍‌, ଇଣ୍ଟରନେଟ୍‌ ସେବା ଅଚଳ କଲେ ଉପଦ୍ରବୀ appeared first on Dharitri Odia News.