ବିବାହ ଆଳରେ ଆନ୍ଧ୍ର ପୁଅକୁ ଠକେଇ: ଠକ ମା’, ଝିଅଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୨୬।୩(ସତ୍ୟଜିତ୍‌ ରାଉତ): ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମର ପୁଅକୁ ବିବାହ କରିବା ଆଳରେ ଓଡ଼ିଶା ଝିଅ ଓ ତାଙ୍କ ମା’ ସୁନା ଓ ରୁପା ଅଳଙ୍କାର, ଟଙ୍କା ଆଦି ଠକି ନେଇଛନ୍ତି। ଏହି ମାମଲାରେ ଠକ ମା’ ଓ ଝିଅଙ୍କୁ ନୟାପଲ୍ଲୀ ଥାନା ପୋଲିସ ବୁଧବାର ଗିରଫ କରିଛି। ଅଭିଯୁକ୍ତା ମା’ ହେଲେ ନୟାପଲ୍ଲୀ ଥାନା ଅନ୍ତର୍ଗତ ରେଣ୍ଟାଲ କଲୋନୀରେ ରହୁଥିବା ନୟାଗଡ଼ ଓ଼ଡ଼ଗାଁ ଥାନା ଅଞ୍ଚଳର ମମତା ଦାସ ଓ ଝିଅ ସସ୍ମୀତା ଦିଗଲ। ସେମାନଙ୍କଠୁ ସୁନା ଓ […] The post ବିବାହ ଆଳରେ ଆନ୍ଧ୍ର ପୁଅକୁ ଠକେଇ: ଠକ ମା’, ଝିଅଙ୍କୁ ଗିରଫ କଲା ପୋଲିସ appeared first on Dharitri Odia News.

ବିବାହ ଆଳରେ ଆନ୍ଧ୍ର ପୁଅକୁ ଠକେଇ: ଠକ ମା’, ଝିଅଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୨୬।୩(ସତ୍ୟଜିତ୍‌ ରାଉତ): ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମର ପୁଅକୁ ବିବାହ କରିବା ଆଳରେ ଓଡ଼ିଶା ଝିଅ ଓ ତାଙ୍କ ମା’ ସୁନା ଓ ରୁପା ଅଳଙ୍କାର, ଟଙ୍କା ଆଦି ଠକି ନେଇଛନ୍ତି। ଏହି ମାମଲାରେ ଠକ ମା’ ଓ ଝିଅଙ୍କୁ ନୟାପଲ୍ଲୀ ଥାନା ପୋଲିସ ବୁଧବାର ଗିରଫ କରିଛି।

ଅଭିଯୁକ୍ତା ମା’ ହେଲେ ନୟାପଲ୍ଲୀ ଥାନା ଅନ୍ତର୍ଗତ ରେଣ୍ଟାଲ କଲୋନୀରେ ରହୁଥିବା ନୟାଗଡ଼ ଓ଼ଡ଼ଗାଁ ଥାନା ଅଞ୍ଚଳର ମମତା ଦାସ ଓ ଝିଅ ସସ୍ମୀତା ଦିଗଲ। ସେମାନଙ୍କଠୁ ସୁନା ଓ ରୁପା ଅଳଙ୍କାର ଆଦି ପୋଲିସ ଜବତ କରିଛି। ଅଭିଯୁକ୍ତାଦ୍ୱୟଙ୍କୁ ଭୁବନେଶ୍ୱର ଜେଏମ୍‌ଏଫ୍‌ସି-୩ କୋର୍ଟକୁ ଚାଲାଣ କରାଯାଇଥିଲା। ପରେ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ମାମଲା ଅନୁଯାୟୀ, ପିଡ଼ିତ ପୁଅ ହେଲେ ଆନ୍ଧ୍ରରେ ଏକ ଫାଇନାନ୍ସ ସଂସ୍ଥାରେ ଚାକିରି କରୁଥିବା ଏମ୍‌.ବି ଶଙ୍କର। ମଧ୍ୟସ୍ଥୀ ଦ୍ୱାରା ସେ ଝିଅ ଘର ପକ୍ଷଙ୍କ ସହ ପରିଚୟ ହୋଇଥିଲେ। ମାର୍ଚ୍ଚ ୧୯ରେ ଶଙ୍କର ଓ ତାଙ୍କ ପରିବାର ଲୋକମାନେ ଭୁବନେଶ୍ୱର ପହଞ୍ଚିଥିଲେ। ନୟାପଲ୍ଲୀ ରେଣ୍ଟାଲ କଲୋନୀରେ ରହୁଥିବା ଝିଅ ଘର ପରିବାରକୁ ସେମାନେ ଭେଟିବା ପରେ ବିବାହ ନେଇ ଆଲୋଚନା ହୋଇଥିଲା। ଶଙ୍କର ଟଙ୍କା ଖର୍ଚ୍ଚ କରି ବିବାହ ପାଇଁ ନିଜର ଓ ଝିଅ ପାଇଁ ସପିଂ କରେଇଥିଲେ। ପରେ ୨୧ ତାରିଖରେ ଭୁବନେଶ୍ୱରର ଏକ ହୋଟେଲରେ ନିର୍ବନ୍ଧ ହୋଇଥିଲା।

ତେବେ ଆନ୍ଧ୍ରପ୍ରଦେଶର ପରମ୍ପରା ଅନୁଯାୟୀ ନିର୍ବନ୍ଧ ବେଳେ ପୁଅ ଘର ପକ୍ଷରୁ ଝିଅକୁ ୩ ଲକ୍ଷ ୫୦ ହଜାର ଟଙ୍କାର ବିଭିନ୍ନ ସୁନା ଅଳଙ୍କାର, ନଗଦ ୫୦ ହଜାର ଟଙ୍କା, ୨୦ ହଜାର ଟଙ୍କାର ରୁପା ଗହଣା ଆଦି ଦିଆଯାଇଥିଲା। ୨୩ ତାରିଖରେ କୋର୍ଟରେ ବିବାହ ହେବ ବୋଲି ଧାର୍ଯ୍ୟ ହୋଇଥିଲା। ହେଲେ ବିବାହ ପାଇଁ ଝିଅ ଘର ପକ୍ଷ ନ ଆସିବାରୁ ଶଙ୍କରଙ୍କ ସନ୍ଦେହ ହୋଇଥିଲା।

ଅଧିକ ବୁଝିବାରୁ ଝିଅ ସସ୍ମୀତା ପୂର୍ବରୁ ବିବାହିତ ବୋଲି ଜଣାପଡିଥିଲା। ଏପରିକି ତାଙ୍କର ଏକ ପୁତ୍ର ସନ୍ତାନ ଥିବା ବେଳେ ବିବାହ ବିଚ୍ଛେଦ ପାଇଁ ସ୍ବାମୀଙ୍କ ସହ ବିବାଦ ଚାଲିଥିବା ଜଣାପ଼ଡ଼ିଥିଲା। ତେବେ ସୁନା ଅଳଙ୍କାର ଓ ଟଙ୍କା ଠକିବା ଉଦ୍ଧେଶ୍ୟରେ ଝିଅ ଓ ମା’ ଏଭଳି ଚାଲ୍‌ ଖେଳିଥିବା ଜଣାପଡ଼ିବା ପରେ ଶଙ୍କର ଓ ତାଙ୍କ ପରିବାର ସଦସ୍ୟଙ୍କ ସହ ନୟାପଲ୍ଲୀ ଥାନାରେ ପହଞ୍ଚି ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା।

The post ବିବାହ ଆଳରେ ଆନ୍ଧ୍ର ପୁଅକୁ ଠକେଇ: ଠକ ମା’, ଝିଅଙ୍କୁ ଗିରଫ କଲା ପୋଲିସ appeared first on Dharitri Odia News.