ବାଟଗାଁରେ ଆୟୋଜିତ ବିଜୟ ସଂଙ୍କଳ୍ପ ସମାବେଶରେ ଯୋଗଦେଲେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା -ପର୍ଜଙ୍ଗ ନିର୍ବାଚନ ମଣ୍ଡଳି ବାଟଗାଁ ଠାରେ ଆୟୋଜିତ ବିଜୟ ସଂଙ୍କଳ୍ପ ସମାବେଶରେ ପହଞ୍ଚିଲେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ । ସାଧାରଣ ସଭାକୁ ସମ୍ବୋଧନ କରି ଆରମ୍ଭରୁ ରାଜ୍ୟ ସରକାରଙ୍କ ବିରୋଧରେ ବିଶୋଧଗାର କରିଥିଲେ ।  ବିଜେପି ଆସିଲେ ଦକ୍ଷ ଓ ପରିଶ୍ରମୀ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ କରିବୁ।  ଆହୁରୀ କହିଛନ୍ତି ଢେଙ୍କାନାଳର ପ୍ରସିଦ୍ଧ ମଗଜି ଲଡୁକୁ ପ୍ରଧାନମନ୍ତ୍ରି ଜିଆଇ ଟ୍ୟାଗର ମାନ୍ୟତା ଦେଇଛନ୍ତି । ଏହି ଅବସରରେ ଆପଣମାନେ ଏହି ବିଜେପିର […] The post ବାଟଗାଁରେ ଆୟୋଜିତ ବିଜୟ ସଂଙ୍କଳ୍ପ ସମାବେଶରେ ଯୋଗଦେଲେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ appeared first on KNews Odisha.

ବାଟଗାଁରେ ଆୟୋଜିତ ବିଜୟ ସଂଙ୍କଳ୍ପ ସମାବେଶରେ ଯୋଗଦେଲେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ
Amit saha

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା -ପର୍ଜଙ୍ଗ ନିର୍ବାଚନ ମଣ୍ଡଳି ବାଟଗାଁ ଠାରେ ଆୟୋଜିତ ବିଜୟ ସଂଙ୍କଳ୍ପ ସମାବେଶରେ ପହଞ୍ଚିଲେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ । ସାଧାରଣ ସଭାକୁ ସମ୍ବୋଧନ କରି ଆରମ୍ଭରୁ ରାଜ୍ୟ ସରକାରଙ୍କ ବିରୋଧରେ ବିଶୋଧଗାର କରିଥିଲେ ।  ବିଜେପି ଆସିଲେ ଦକ୍ଷ ଓ ପରିଶ୍ରମୀ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ କରିବୁ।  ଆହୁରୀ କହିଛନ୍ତି ଢେଙ୍କାନାଳର ପ୍ରସିଦ୍ଧ ମଗଜି ଲଡୁକୁ ପ୍ରଧାନମନ୍ତ୍ରି ଜିଆଇ ଟ୍ୟାଗର ମାନ୍ୟତା ଦେଇଛନ୍ତି । ଏହି ଅବସରରେ ଆପଣମାନେ ଏହି ବିଜେପିର ସରକାର ହେଲେ ସମସ୍ତଙ୍କୁ ଏହି ମଗଜି ଲଡୁ ପ୍ରଦାନ କରିବାକୁ କହିଛନ୍ତି ।

ପାକିସ୍ତାନ ପ୍ରସଙ୍ଗରେ କହିଛନ୍ତି POK ଭାରତର ଥିଲା ରହିବ। ମଞ୍ଚରେ ଉପସ୍ଥିତ  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଆମର ସାଂସଦ ପ୍ରାର୍ଥି ରୁଦ୍ରନାରାୟଣ ପାଣି ଜିତିଲେ ନରେନ୍ଦ୍ର ମୋଦି ପ୍ରଧାନ ମନ୍ତ୍ରୀ ହେବେ।  ବିଜେପି ସରକାର ଆସିଲେ ମହିଳାମାନଙ୍କୁ ୫୦ ହଜାର ଟଙ୍କାର କୁପନ ଦିଆଯିବ ,ଓଡିଶାରେ ୧୫ ଲକ୍ଷ ଘର ଗରିବ ଲୋକଙ୍କୁ ପ୍ରଦାନ କରାଯିବ । ଏହି ସଭାରେ,ପର୍ଜଙ୍ଗ ବିଧାୟକ ପ୍ରାର୍ଥି ବିଭୂତି ପ୍ରଧାନ,କାମାକ୍ଷାନଗର ବିଧାୟକ ପ୍ରାର୍ଥୀ ଶତୃଘ୍ନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

 

The post ବାଟଗାଁରେ ଆୟୋଜିତ ବିଜୟ ସଂଙ୍କଳ୍ପ ସମାବେଶରେ ଯୋଗଦେଲେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ appeared first on KNews Odisha.