ପେଟ ପାଇଁ ଭଲ ହୋଇଥାଏ ଏହି ୫ଟି ଜିନିଷର ପାଣି, ଓଜନ କମ୍‌ ହେବା ସହ ଦୂର ହେବ ଅନେକ ସମସ୍ୟା

ରୋଷେଇ ଘରେ ଅନେକ ମସଲା ଏବଂ ଔଷଧୀୟ ଜିନିଷ ମିଳିଥାଏ । ଯାହା ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏଥିରେ ଜିରା, ପାନମଧୁରୀ, ଧନିଆ, ମେଥି ଏବଂ ଜୁଆଣି ଭଳି ପାଞ୍ଚଟି ଜିନିଷ ଅନ୍ତର୍ଭୁକ୍ତ ରହିଛି । ତେବେ ପେଟ ପାଇଁ ଏବଂ ହଜମ କରାଯାଇବା ପାଇଁ ଏହା ଭଲ କାମ କରିଥାଏ । ସେଗୁଡ଼ିକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ ଏବଂ ଗ୍ରୀଷ୍ମ ଋତୁରେ ହେଉଥିବା ପେଟ ସମସ୍ୟା […] The post ପେଟ ପାଇଁ ଭଲ ହୋଇଥାଏ ଏହି ୫ଟି ଜିନିଷର ପାଣି, ଓଜନ କମ୍‌ ହେବା ସହ ଦୂର ହେବ ଅନେକ ସମସ୍ୟା appeared first on KNews Odisha.

ପେଟ ପାଇଁ ଭଲ ହୋଇଥାଏ ଏହି ୫ଟି ଜିନିଷର ପାଣି, ଓଜନ କମ୍‌ ହେବା ସହ ଦୂର ହେବ ଅନେକ ସମସ୍ୟା
fennel water

ରୋଷେଇ ଘରେ ଅନେକ ମସଲା ଏବଂ ଔଷଧୀୟ ଜିନିଷ ମିଳିଥାଏ । ଯାହା ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏଥିରେ ଜିରା, ପାନମଧୁରୀ, ଧନିଆ, ମେଥି ଏବଂ ଜୁଆଣି ଭଳି ପାଞ୍ଚଟି ଜିନିଷ ଅନ୍ତର୍ଭୁକ୍ତ ରହିଛି । ତେବେ ପେଟ ପାଇଁ ଏବଂ ହଜମ କରାଯାଇବା ପାଇଁ ଏହା ଭଲ କାମ କରିଥାଏ । ସେଗୁଡ଼ିକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ ଏବଂ ଗ୍ରୀଷ୍ମ ଋତୁରେ ହେଉଥିବା ପେଟ ସମସ୍ୟା ଦୂର କରିଥାଏ । ଏହି ଜିନିଷଗୁଡ଼ିକ ଓଜନ କମ୍‌ କରିବାରେ ଏବଂ ଅନେକ ରୋଗକୁ ଦୂରେଇ ରଖିବାରେ ସାହାଯ୍ୟ କରେ । ତାହେଲେ ଜାଣନ୍ତୁ ଏହି ଜିନିଷଗୁଡିକକୁ କିପରି ବ୍ୟବହାର କରିବେ ।

ଏହାକୁ ପିଇବା ଦ୍ୱାରା ଖରାପ ହଜମ ପ୍ରକ୍ରିୟାରେ ଉନ୍ନତି ଆସିଥାଏଏବଂ ପେଟକୁ ସୁସ୍ଥ ରଖିବ । ଏହା ମୋଟାପଣକୁ କମ୍‌ କରିଥାଏ ଏବଂ ଶରୀରକୁ ଡିଟକ୍ସାଇଫ କରିବାରେ ସାହାଯ୍ୟ କରିଥାଏ । ଏହି ପଞ୍ଚଟି ଜିନିଷ ଡାଇବେଟିସ୍‌ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଏହା ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

ଜିରା, ପାନମଧୁରୀ, ଧନିଆ, ମେଥି ଏବଂ ଜୁଆଣି ପାଣି କିପରି ପ୍ରସ୍ତୁତ କରିବେ :
ଏଥିପାଇଁ ଆପଣଙ୍କୁ ୧ ଚାମଚ ଜିରା, ୧ ଚାମଚ ପାନମଧୁରୀ, 1 ଚାମଚ ମେଥି, 1 ଚାମଚ ଜୁଆଣି ଏବଂ 1 ଚାମଚ ଧନିଆ ମଞ୍ଜି ନେବାକୁ ପଡିବ । ସମସ୍ତ ଜିନିଷକୁ ମିଶ୍ରଣ କରି ଏକ ଗ୍ଲାସ ପାଣିରେ ପକାନ୍ତୁ । ଏହା ପରେ ସେମାନଙ୍କୁ ରାତିସାରା ଭିଜାଇ ସକାଳେ ଖାଲି ପେଟରେ ପିଅନ୍ତୁ । ଆପଣଙ୍କୁ ଏହି ପାଣି ଲଗାତାର ୧୧ ଦିନ ପିଇବାକୁ ପଡିବ । ଦେଖିବେ ଏହା ଦ୍ୱାରା ଆପଣଙ୍କୁ ବହୁତ ଲାଭ ମିଳିବ ।

ପେଟ ପାଇଁ ଉପକାର :
ଏହି ମଞ୍ଜିର ପାଣି ପିଇବା ଦ୍ୱାରା ଓଜନ କମ୍‌ ହେବାରେ ସାହାଯ୍ୟ ମିଳିଥାଏ । ଏହା ମେଟାବୋଲିଜିମ୍‌କୁ ଭଲ କରେ ଏବଂ ଶୀଘ୍ର ଫ୍ୟାଟ୍‌ କମାଇବା ଆରମ୍ଭ କରେ । ଏହା ବ୍ୟତୀତ ଜିରା, ପାନମଧୁରୀ, ଧନିଆ, ମେଥି ଏବଂ ଜୁଆଣି ମସଲା ମଞ୍ଜି ଲିଭରକୁ ଡିଟକ୍ସାଇଫ କରିଥାଏ ଏବଂ ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ଏହି ମସଲାରେ ଭରପୂର ଫାଇବର ଥାଏ ଯଦି ଆପଣ ଏହାକୁ ଚୋବାଇ ପାଣିରେ ଖାଆନ୍ତି, ତେବେ ଏହା କୋଷ୍ଠକାଠିନ୍ୟ ଏବଂ ହଜମ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ । ଏହା ସହ ଶରୀରରେ ଜମା ହୋଇଥିବା ଖରାପ କୋଲେଷ୍ଟ୍ରଲକୁ ଦୂର କରିବାରେ ଜିରା, ପାନମଧୁରୀ, ଧନିଆ, ମେଥି ଏବଂ ଜୁଆଣି ପାଣି ମଧ୍ୟ ସାହାଯ୍ୟ କରିଥାଏ । ଯେଉଁଥିପାଇଁ ହାର୍ଟ ସୁସ୍ଥ ରହିଥାଏ ।

The post ପେଟ ପାଇଁ ଭଲ ହୋଇଥାଏ ଏହି ୫ଟି ଜିନିଷର ପାଣି, ଓଜନ କମ୍‌ ହେବା ସହ ଦୂର ହେବ ଅନେକ ସମସ୍ୟା appeared first on KNews Odisha.