ପଡୋଶୀଙ୍କ ଠେଙ୍ଗା ମାଡ଼ରେ ବାପ-ପୁଅ ଆହତ:ମାମଲା ରୁଜୁ କଲା ପୋଲିସ
ଦିଗପହଣ୍ଡି,୩୪(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଠାକୁରାଣୀ ଛକ ରେ ରହୁଥିବା ସନ୍ତୋଷ ନାଇକ ଏବଂ ତାଙ୍କ ପୁଅ ପିଣ୍ଟୁଙ୍କୁ ପଡୋଶୀ ସିମାଞ୍ଚଳ ନାଇକ ବାଉଁଶ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସନ୍ତୋଷ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି । ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୨୮/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିବା ସହ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏଏସଆଇ ମନୋଜ ସିଂ ଙ୍କୁ […] The post ପଡୋଶୀଙ୍କ ଠେଙ୍ଗା ମାଡ଼ରେ ବାପ-ପୁଅ ଆହତ:ମାମଲା ରୁଜୁ କଲା ପୋଲିସ appeared first on Dharitri Odia News.
ଦିଗପହଣ୍ଡି,୩୪(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଠାକୁରାଣୀ ଛକ ରେ ରହୁଥିବା ସନ୍ତୋଷ ନାଇକ ଏବଂ ତାଙ୍କ ପୁଅ ପିଣ୍ଟୁଙ୍କୁ ପଡୋଶୀ ସିମାଞ୍ଚଳ ନାଇକ ବାଉଁଶ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସନ୍ତୋଷ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି । ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୨୮/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିବା ସହ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏଏସଆଇ ମନୋଜ ସିଂ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ବୁଧବାର ସକାଳେ ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ଅଭିଯୁକ୍ତ ସିମାଞ୍ଚଳ ତାଙ୍କ ପଡୋଶୀ ସନ୍ତୋଷ ଙ୍କୁ ଆପତ୍ତିଜନକ ଭାଷାରେ ଗାଳି ଗୁଲଜ କରିଥିଲେ।ପ୍ରତିବାଦ କରିବାରୁ ସେ ଏକ ଛୁରି ଧରି ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେବା ସହ ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ। ସନ୍ତୋଷଙ୍କ ପୁଅ ପିଣ୍ଟୁ ଦୌଡ଼ି ଆସି ଛଡାଛଡି କରିବାରୁ ସିମାଞ୍ଚଳ ଏକ ବାଉଁଶ ଠେଙ୍ଗାରେ ଉଭୟଙ୍କୁ ମାଡ଼ ମାରିଥିବା ଏତଲାରେ ଉଲ୍ଲେଖ ରହିଛି।
The post ପଡୋଶୀଙ୍କ ଠେଙ୍ଗା ମାଡ଼ରେ ବାପ-ପୁଅ ଆହତ:ମାମଲା ରୁଜୁ କଲା ପୋଲିସ appeared first on Dharitri Odia News.