ଉତ୍କଳ ଦିବସ ୨୦୧୦ରୁ ଓଡ଼ିଶା ଦିବସ ହୋଇଗଲାଣି: ଜୟନାରାୟଣ

ଭୁବନେଶ୍ୱର,୩୦ା୩(ସୁନିତ୍‌ ମିଶ୍ର): ଉତ୍କଳ ଦିବସକୁ ନେଇ ଭାଜପା ବିଧାୟକ ଜୟନାରାୟଣ ମିଶ୍ର ବିବାଦୀୟ ବୟାନ ଦେଇଛନ୍ତି। ଶନିବାର ବିଧାନସଭା ବାହାରେ ସେ କହିଛନ୍ତି, ଆଉ ଉତ୍କଳ ଦିବସ ନାହିଁ, ୨୦୧୦ରୁ ଏହା ଓଡ଼ିଶା ଦିବସ ହୋଇସାରିଲାଣି। ସରକାର ଓଡ଼ିଶା ଦିବସ ପାଳନ ପାଇଁ କହିଛନ୍ତି। ମନ୍ତବ୍ୟକୁ ସମାଲୋଚନା କରି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ୧୯୩୬ ଏପ୍ରିଲ ୧ରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ଗଠିତ ହୋଇଥିଲା। ଆମ ପୂର୍ବ ପୁରୁଷ ଲଢ଼େଇ କରି […] The post ଉତ୍କଳ ଦିବସ ୨୦୧୦ରୁ ଓଡ଼ିଶା ଦିବସ ହୋଇଗଲାଣି: ଜୟନାରାୟଣ appeared first on Dharitri Odia News.

ଉତ୍କଳ ଦିବସ ୨୦୧୦ରୁ ଓଡ଼ିଶା ଦିବସ ହୋଇଗଲାଣି: ଜୟନାରାୟଣ

ଭୁବନେଶ୍ୱର,୩୦ା୩(ସୁନିତ୍‌ ମିଶ୍ର): ଉତ୍କଳ ଦିବସକୁ ନେଇ ଭାଜପା ବିଧାୟକ ଜୟନାରାୟଣ ମିଶ୍ର ବିବାଦୀୟ ବୟାନ ଦେଇଛନ୍ତି। ଶନିବାର ବିଧାନସଭା ବାହାରେ ସେ କହିଛନ୍ତି, ଆଉ ଉତ୍କଳ ଦିବସ ନାହିଁ, ୨୦୧୦ରୁ ଏହା ଓଡ଼ିଶା ଦିବସ ହୋଇସାରିଲାଣି। ସରକାର ଓଡ଼ିଶା ଦିବସ ପାଳନ ପାଇଁ କହିଛନ୍ତି।

ମନ୍ତବ୍ୟକୁ ସମାଲୋଚନା କରି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ୧୯୩୬ ଏପ୍ରିଲ ୧ରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ଗଠିତ ହୋଇଥିଲା। ଆମ ପୂର୍ବ ପୁରୁଷ ଲଢ଼େଇ କରି ଓଡ଼ିଶାକୁ ସ୍ବତନ୍ତ୍ର ପ୍ରଦେଶ କରିଥିଲେ। ଯେତେବେଳେ ସ୍ବାଧୀନତା ସଂଗ୍ରାମ ଚାଲିଥିଲା, ସେହି ସମୟରେ ଉତ୍କଳ ସମ୍ମିଳନୀ ଜରିଆରେ ଭାଷା ଆନ୍ଦୋଳନ ମଧ୍ୟ ଚାଲିଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସ ଉତ୍କଳ ସମ୍ମିଳନୀ ଜରିଆରେ ଓ ଉତ୍କଳମଣି ଗୋପବନ୍ଧୁ ଦାସ କଂଗ୍ରେସ ଜରିଆରେ ଏହି ଆନ୍ଦୋଳନ କରିଥିଲେ। ମଧୁବାବୁଙ୍କ ବଳିଦାନ ଯୋଗୁ ଆମେ ଭାଷାଭିତ୍ତିକ ରାଜ୍ୟ ପାଇଲେ। ପାରଳା ମହାରାଜ, ମଧୁବାବୁଙ୍କ ସମେତ ଯେଉଁ ମହାପୁରୁଷମାନେ ଆନ୍ଦୋଳନ କରିଥିଲେ, ଉତ୍କଳ ଦିବସରେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଆମ ଅସ୍ମିତାକୁ ବଞ୍ଚାଇ ରଖିବାକୁ ଆହ୍ବାନ ଦେଉଛି। ଯେଉଁମାନେ ଓଡ଼ିଶାକୁ ନେଇ ବିବାଦ କରି ରାଜନୈତିକ ଫାଇଦା ନେବାକୁ ଚାହୁଁଛନ୍ତି, ତାହା ଦୁଃଖଦାୟକ। ଏହା ଭାଜପାର ଭିତିରିଆ ମତଭେଦ। ସେମାନେ ଓଡ଼ିଆ ଅସ୍ମିତାକୁ ମାନନ୍ତି ନାହିଁ କି ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଯେଉଁଥିରେ ଉତ୍କଳର ନାଁ ରହିଛି, ତାକୁ ବି ମାନନ୍ତି ନାହିଁ। ଏପରିକି ‘ବନ୍ଦେ ଉତ୍କଳ ଜନନୀ’କୁ ନ ମାନି ଯେଉଁ ବିଭାଜନ କାର୍ଯ୍ୟକ୍ରମ କରୁଛନ୍ତି, ତାହା ନିନ୍ଦନୀୟ ବୋଲି ରଣେନ୍ଦ୍ର କହିଛନ୍ତି।

The post ଉତ୍କଳ ଦିବସ ୨୦୧୦ରୁ ଓଡ଼ିଶା ଦିବସ ହୋଇଗଲାଣି: ଜୟନାରାୟଣ appeared first on Dharitri Odia News.