ଭାରତୀୟ ଅର୍ଥନୀତିକୁ ଝଟ୍‌କା : ବାଣିଜ୍ୟ କ୍ଷତି ଓ ରପ୍ତାନୀ ହ୍ରାସ, ଆମଦାନୀ ବୃଦ୍ଧି

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ସ୍ତରରେ ଟଙ୍କା ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଏହା ଦିନକୁ ଦିନ ହ୍ରାସରେ ରେକର୍ଡ କରି ଚାଲିଛି। ଏପରି ସମୟରେ ଭାରତୀୟ ଅର୍ଥନୀତିକୁ ନେଇ ଖରାପ ଖବର ଆସିଛି। ଦେଶରେ ଡିସେମ୍ବରରେ ରପ୍ତାନୀ ହ୍ରାସ ପାଇଥିବାବେଳେ ଆମଦାନୀ ବୃଦ୍ଧି ପାଇଛି। ବାଣିଜ୍ୟ କ୍ଷତି ମଧ୍ୟ ବଢ଼ିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ତଥ୍ୟ ଅର୍ଥନୀତି ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇପାରେ। ସେୟାର ବଜାର ମଧ୍ୟ ହ୍ରାସ ପାଇପାରେ। […]

ଭାରତୀୟ ଅର୍ଥନୀତିକୁ ଝଟ୍‌କା : ବାଣିଜ୍ୟ କ୍ଷତି ଓ ରପ୍ତାନୀ ହ୍ରାସ, ଆମଦାନୀ ବୃଦ୍ଧି
Shock to Indian economy

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ସ୍ତରରେ ଟଙ୍କା ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଏହା ଦିନକୁ ଦିନ ହ୍ରାସରେ ରେକର୍ଡ କରି ଚାଲିଛି। ଏପରି ସମୟରେ ଭାରତୀୟ ଅର୍ଥନୀତିକୁ ନେଇ ଖରାପ ଖବର ଆସିଛି। ଦେଶରେ ଡିସେମ୍ବରରେ ରପ୍ତାନୀ ହ୍ରାସ ପାଇଥିବାବେଳେ ଆମଦାନୀ ବୃଦ୍ଧି ପାଇଛି। ବାଣିଜ୍ୟ କ୍ଷତି ମଧ୍ୟ ବଢ଼ିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ତଥ୍ୟ ଅର୍ଥନୀତି ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇପାରେ। ସେୟାର ବଜାର ମଧ୍ୟ ହ୍ରାସ ପାଇପାରେ। ସରକାରୀ ତଥ୍ୟ ଅନୁଯାୟୀ ସମୀକ୍ଷାଧିନ ଅବଧିରେ ଦେଶର ରପ୍ତାନୀ ଏକ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଆମଦାନୀ ୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଏହା ଦ୍ବାରା ବାଣିଜ୍ୟ କ୍ଷତି ଆହୁରି ଅଧିକ ବୃଦ୍ଧି ପାଇଛି। ତେବେ ନଭେମ୍ବର ତୁଳନାରେ ଦେଶରେ ରପ୍ତାନୀ ବୃଦ୍ଧି ପାଇଛି। କିନ୍ତୁ ପୂର୍ବର ବର୍ଷର ସମାନ ଅବଧି ତୁଳନାରେ ହ୍ରାସ ପାଇଛି।

ରିପୋର୍ଟ ଅନୁଯାୟୀ ଗତ ଡିସେମ୍ବର (ବାର୍ଷିକ ଆଧାରରେ)ରେ ସାମଗ୍ରୀ ରପ୍ତାନୀ ଏକ ପ୍ରତିଶତ ହ୍ରାସ ପାଇ ୩୮.୦୧ ବିଲିୟନ ଡଲାର ରହିଛି। ଏହା ୨୦୨୩ର ସମାନ ଅବଧିରେ ୩୮. ୩୯ ବିଲିୟନ ଡଲାର ଥିଲା। ସେହିପରି ୨୦୨୪ ନଭେମ୍ବରରେ ରପ୍ତାନୀ ୩୨.୧୧ ବିଲିୟନ ଡଲାର ଥିଲା। ୨୦୨୩ର ସମାନ ଅବଧିରେ ୩୩.୭୫ ବିଲିୟନ ଡଲାରର ରପ୍ତାନୀ ହୋଇଥିଲା। ଚିନ୍ତାର ବିଷୟ ଏହି କି ଯେ ସରକାର ମେକ୍‌ ଇନ୍‌ ଇଣ୍ଡିଆ ଆଦି କାର୍ଯ୍ୟକ୍ରମ ଆଣିଥିଲେ ବି ଭାରତର ରପ୍ତାନୀ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ବୁଧବାର ଜାରି ତଥ୍ୟ ଅନୁଯାୟୀ ବାର୍ଷିକ ଆଧାରରେ ଗତ ଡିସେମ୍ବରରେ ରପ୍ତାନୀ ୪.୮ ପ୍ରତିଶତ ବଢି ୫୯.୯୫ ବିଲିୟନ ଡଲାର ରହିଛି। ଏହା ୨୦୨୩ ଡିସେମ୍ବରରେ ୫୭.୧୫ ବିଲିୟନ ଡଲାର ଥିଲା। ସେହିପରି ଗତ ନଭେମ୍ବରରେ ରପ୍ତାନୀ ୬୯. ୯୫ ବିଲିୟନ ଡଲାର ଥିଲା। ଏହା ୨୦୨୩ ତୁଳନାରେ ୨୭.୪୭ ପ୍ରତିଶତ ଅଧିକ ଥିଲା। ଅର୍ଥାତ୍‌ ଡିସେମ୍ବରରେ ରପ୍ତାନୀ ଏବଂ ଆମଦାନୀ ମଧ୍ୟରେ ଅଧିକ ତାରତମ୍ୟ ରହିଛି।

ରିପୋର୍ଟ ଅନୁଯାୟୀ ଡିସେମ୍ବରରେ ବାଣିଜ୍ୟ କ୍ଷତି ୨୧.୯୪ ବିଲିୟନ ଡଲାର ଥିଲା। ଚଳିତ ଆର୍ଥିକ ବର୍ଷରେ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ରପ୍ତାନୀ ୧.୬ ପ୍ରତିଶତ ବଢ଼ି ୩୨୧.୭୧ ବିଲିୟନ ଡଲାର ଏବଂ ଆମଦାନୀ ୫.୧୫ ପ୍ରତିଶତ ବଢ଼ି ୫୩୨.୪୮ ବିଲିୟନ ଡଲାର ରହିଥିଲା। ଅର୍ଥାତ୍‌ ଚଳିତ ଆର୍ଥିକ ବର୍ଷରେ ୨୧୦.୭୭ ବିଲିୟନ ଡଲାର ବାଣିଜ୍ୟ କ୍ଷତି ହେଲାଣି। ଗତ ବର୍ଷ ସମାନ ଅବଧିରେ ଏହା ୧୮୯. ୭୪ ବିଲିୟନ ଡଲାର ଥିଲା। ତେବେ ଏହି ତଥ୍ୟକୁ ନେଇ ବାଣିଜ୍ୟ ସଚିବ ସୁନିଲ ବର୍ଥୱାଲ କହିଛନ୍ତି ଯେ ବସ୍ତୁ ଏବଂ ସେବାରେ ଭାରତର ରପ୍ତାନୀ ଅନ୍ୟ ଦେଶ ତୁଳନାରେ ଭଲ ରହିଛି।