ଗୁରୁବାର ରାଶିଫଳ (୦୬-୦୨-୨୦୨୫)

ମେଷ: ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ବିଦ୍ୟାର୍ଥୀ ପଢ଼ାକୁ ନେଇ ଚିନ୍ତାରେ ରହିବେ। ଗୁରୁଜନଙ୍କୁ ଶ୍ରଦ୍ଧା ଓ ସମ୍ମାନ କରିବେ। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ବୃଷ: ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ବ୍ୟସ୍ତତା ଭିତରେ ନିଜ ପାଇଁ ସମୟ ବାହାର କରିବେ। ଆର୍ଥିକ ସମସ୍ୟା ଦେଖା ଦେବ। ବାଦବିବାଦରୁ ଦୂରେଇ ରହିବେ। ବ୍ୟବହାରରେ ସଂଯମତା ରକ୍ଷା କରିବେ। ମିଥୁନ: ଅଫିସ୍‌ରେ କାର୍ଯ୍ୟଦକ୍ଷତା ଦେଖାଇବାର ସୁଯୋଗ ପାଇବେ। ପରିବାରରେ ମାଙ୍ଗଳିକ […]

ଗୁରୁବାର ରାଶିଫଳ (୦୬-୦୨-୨୦୨୫)
thursday-horoscope

ମେଷ: ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ବିଦ୍ୟାର୍ଥୀ ପଢ଼ାକୁ ନେଇ ଚିନ୍ତାରେ ରହିବେ। ଗୁରୁଜନଙ୍କୁ ଶ୍ରଦ୍ଧା ଓ ସମ୍ମାନ କରିବେ। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। କଠିନ ପରିଶ୍ରମ କରିବାକୁ ପଡ଼ିପାରେ।

ବୃଷ: ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ବ୍ୟସ୍ତତା ଭିତରେ ନିଜ ପାଇଁ ସମୟ ବାହାର କରିବେ। ଆର୍ଥିକ ସମସ୍ୟା ଦେଖା ଦେବ। ବାଦବିବାଦରୁ ଦୂରେଇ ରହିବେ। ବ୍ୟବହାରରେ ସଂଯମତା ରକ୍ଷା କରିବେ।

ମିଥୁନ: ଅଫିସ୍‌ରେ କାର୍ଯ୍ୟଦକ୍ଷତା ଦେଖାଇବାର ସୁଯୋଗ ପାଇବେ। ପରିବାରରେ ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ ହେବ। ନୂଆ କାମ ଆରମ୍ଭ କରିବେ। ବନ୍ଧୁଙ୍କ ସହ ମତାନ୍ତର ହେବ। ଆୟ ବ୍ୟୟ ସମାନ ରହିବ।

କର୍କଟ: ଦିନଟି ଭଲରେ କଟିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପରିବାରରେ ଭୁଲ ବୁଝାମଣା ଦେଖା ଦେବ। ଜୀବନସାଥୀଙ୍କ ସହ ବୁଲିବାକୁ ଯିବେ। ବନ୍ଧୁଙ୍କ ସହଯୋଗରେ ନୂଆ କାମ ଆରମ୍ଭ କରିବେ।

ସିଂହ: ସମାଜରେ ମାନ, ପ୍ରତିଷ୍ଠା ବଜାୟ ରହିବ। ସମ୍ପର୍କୀୟଙ୍କଠାରୁ ଆର୍ଥିକ ସହଯୋଗ ଲୋଡ଼ିବେ। ବ୍ୟବସାୟକୁ ନେଇ ବଡ଼ ନିଷ୍ପତ୍ତି ନେବେ। ବିରୋଧୀଙ୍କଠାରୁ ସତର୍କ ରହିବେ। ନିବେଶରୁ ଲାଭ ମିଳିବ।

କନ୍ୟା: ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିବେ। ଅଫିସରେ ପଦୋନ୍ନତି ସମ୍ଭାବନା ଅଛି। ପରିବାର ସଦସ୍ୟଙ୍କ ସହ ମତଭେଦ ଦେଖା ଦେବ।

ତୁଳା: ପରିବାର ସହିତ ଦୂର ସ୍ଥାନକୁ ଯାତ୍ରା କରିବେ। ପେଟ ଜନିତ ସମସ୍ୟା ପାଇଁ ଚିନ୍ତାରେ ରହିବେ। ଧାର କରଜରୁ ଦୂରେଇ ରହିବେ। ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ ଜରୁରି।

ବିଛା: ଦିନଟିରେ କର୍ମଚଞ୍ଚଳ ରହିବେ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବେ। ବ୍ୟବସାୟ ବୃଦ୍ଧି ଲାଗି ନୂଆ ଯୋଜନା କରିବେ। ଜୀବନସାଥୀଙ୍କ ସହ ସୁଖଦ ସମୟ ଅତିବାହିତ କରିବେ।

ଧନୁ: ଅଫିସ୍‌ରେ କାର୍ଯ୍ୟଭାର ବୃଦ୍ଧି ପାଇବ। ଅଯଥା କାମରୁ ଦୂରେଇ ରହିବେ। ବୈବାହିକ ଜୀବନ ସୁଖମୟ ହେବ। ପ୍ରେମ ସମ୍ପର୍କ ମଜଭୁତ୍‌ ହେବ। ନିଯୁକ୍ତି ସୁଯୋଗ ପାଇବେ।

ମକର: ଅଫିସ୍‌ରେ ନୂଆ ଦାୟିତ୍ବ ଗ୍ରହଣ କରିବେ। କାର୍ଯ୍ୟରେ ବ୍ୟସ୍ତ ରହିବେ। ବନ୍ଧୁଙ୍କୁ ମନକଥା କହିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସ୍ବାମୀ–ସ୍ତ୍ରୀଙ୍କ ମଧ୍ୟରେ କଳହ ଦେଖାଦେଇପାରେ।

କୁମ୍ଭ: ଦିନଟି ହସଖୁସିରେ ଅତିବାହିତ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ। ପରିବାର ସହିତ ସମୟ ଅତିବାହିତ କରିବେ। ମନୋରଞ୍ଜନ କାର୍ଯ୍ୟକ୍ରମରେ ସାମିଲ ହେବେ।

ମୀନ: ସହକର୍ମୀଙ୍କ ସହଯୋଗରେ ଅଫିସ୍ କାର୍ଯ୍ୟ ପୂରା କରିବେ। ହସଖୁସିରେ ଦିନ ବିତିବ। ବିଦ୍ୟାର୍ଥୀ ଖେଳକୁଦରେ ସମୟ ଅତିବାହିତ କରିବେ। ଆର୍ଥିକ ଦୃଷ୍ଟିରୁ ଦିନଟି ବହୁତ ଭଲ।