ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୯ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ବରପାଲି :ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କମଧ୍ୟରେ ବନ୍ଧୁକ ଦେଖାଇ ଦୁଇ ଜଣ ଦୁର୍ବୁତ୍ତ ୯ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି। ଗୁରୁବାର ଅପରାହ୍ନ ୩ଟା ସମୟରେ ୨୬ ନମ୍ବର ଜାତିୟ ରାଜପଥ କଡରେ ରହିଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମଧ୍ୟକୁ ଜଣେ ୩୦ ବର୍ଷିୟ ଯୁବକ ଓ ଜଣେ ମହିଳା ପ୍ରବେଶ କରିଥିଲେ। ବର୍ତ୍ତମାନ ଗ୍ରିଷ୍ମ ପ୍ରବାହ ସହ ତେଜ ଅନାୟସ ବୃଦ୍ଧି ପାଉଥିବାରୁ ରାସ୍ତାଘାଟ ସୁନସାନ ହେବା ସହ ଖାଁଖାଁ ରହିଥିଲା। ଏହି ଅବସରର ସୁଯୋଗ […]

ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୯ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ
robbed more than 9 lakh rupees from the bank at gunpoint

ବରପାଲି :ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କମଧ୍ୟରେ ବନ୍ଧୁକ ଦେଖାଇ ଦୁଇ ଜଣ ଦୁର୍ବୁତ୍ତ ୯ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି। ଗୁରୁବାର ଅପରାହ୍ନ ୩ଟା ସମୟରେ ୨୬ ନମ୍ବର ଜାତିୟ ରାଜପଥ କଡରେ ରହିଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମଧ୍ୟକୁ ଜଣେ ୩୦ ବର୍ଷିୟ ଯୁବକ ଓ ଜଣେ ମହିଳା ପ୍ରବେଶ କରିଥିଲେ। ବର୍ତ୍ତମାନ ଗ୍ରିଷ୍ମ ପ୍ରବାହ ସହ ତେଜ ଅନାୟସ ବୃଦ୍ଧି ପାଉଥିବାରୁ ରାସ୍ତାଘାଟ ସୁନସାନ ହେବା ସହ ଖାଁଖାଁ ରହିଥିଲା।

ଏହି ଅବସରର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ବନ୍ଧୁକ ଓ ମାରାଣାସ୍ତ୍ର ଦେଖାଇ କାଉଣ୍ଟରରୁ ନଗଦ ୯ଲକ୍ଷ ୨୬ ହଜାରଟଙ୍କା ନେଇ ନିଜ ବାଇକରେ ବରଗଡ ପଟକୁ ଫେରାର ମାରିଥିଲେ। ଡକାୟତି ସମୟରେ ବ୍ୟାଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ କର୍ମଚାରୀ ବ୍ୟାଙ୍କ ସଟରକୁ ଅଧା ବନ୍ଦ କରି ମଧ୍ୟାହ୍ନ ଭୋଜନ କରୁଥିଲେ। ଅନ୍ୟ କର୍ମଚାରୀ ମାନେ ବାହାରକୁ ଯାଇଥିଲେ। ବ୍ୟାଙ୍କ କର୍ମଚାରୀ ମାନଙ୍କ କହିବାଅନୁସାରେ ଡକାୟତ ମାନେ ମୁହଁ ଘୋଡାଇ ହୋଇଥିବା ବେଳେ ମହିଳା ଜଣକ ପୁରୁଷ ପରି ହାବଭାବ ଦେଖାଉଥିବା ଜଣାପଡିଥିଲା।

ସେହିପରି ସେମାନେ ସ୍ବଷ୍ଟ ଭାବରେ ସମ୍ବଲପୁରୀ ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ବ୍ୟାଙ୍କ ସିସି କ୍ୟାମରାରେ ଦୁର୍ବୁତ୍ତ ମାନଙ୍କ କାରସାଦି କଏଦ ହୋଇଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପଚରା ଉଚରା ଆରମ୍ଭ କରିଥିଲା। ପରେ ସାଇଣ୍ଟିଫିକ ଦଳର ସହାୟତା ମଧ୍ୟ ନିଆଯାଇଛି।