ନ୍ୟାସନାଲ ଜିଓଗ୍ରାଫିରେ ଶନିବାର ପ୍ରଦର୍ଶିତ ହେବ ‘ଲୋୟର ସୁକତେଲ କାହାଣୀ’

ଭୁବନେଶ୍ୱର: ବିଶ୍ୱ ଦେଖିବ ଲୋୟର ସୁକତେଲ କାହାଣୀ । ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା ସାଉଁଟିଛି ଲୋୟର ସୁକତେଲ ପ୍ରକଳ୍ପ। ନ୍ୟାସନାଲ୍ ଜିଓଗ୍ରାଫିର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆସନ୍ତା ଶନିବାର ସନ୍ଧ୍ୟା ୭ଟାରେ ପ୍ରଦର୍ଶିତ ହେବାକୁ ଯାଉଛି ଲୋୟର ସୁକତେଲ କାହାଣୀ। ବଲାଙ୍ଗୀର ଜିଲ୍ଲାରେ ଜଳସେଚନ ଓ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ରୂପାନ୍ତରଣ ପ୍ରକଳ୍ପ ଲୋୟର ସୁକତେଲ ଡ୍ୟାମ। କେମିତି ତିଆରି ହୋଇଥିଲା ଲୋୟର ସୁକତେଲ ଡ୍ୟାମ। ପୂରା କାହାଣୀ ନ୍ୟାସନାଲ ଜିଓଗ୍ରାଫିର ସ୍ବତନ୍ତ୍ର କାର୍ଯ୍ୟକ୍ରମ ସୁପରଷ୍ଟ୍ରକ୍ଚରରେ ଆସନ୍ତାକାଲି ପ୍ରଦର୍ଶିତ […]

ନ୍ୟାସନାଲ ଜିଓଗ୍ରାଫିରେ ଶନିବାର ପ୍ରଦର୍ଶିତ ହେବ ‘ଲୋୟର ସୁକତେଲ କାହାଣୀ’
Lower Suktel dam in national geographic channel

ଭୁବନେଶ୍ୱର: ବିଶ୍ୱ ଦେଖିବ ଲୋୟର ସୁକତେଲ କାହାଣୀ । ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା ସାଉଁଟିଛି ଲୋୟର ସୁକତେଲ ପ୍ରକଳ୍ପ। ନ୍ୟାସନାଲ୍ ଜିଓଗ୍ରାଫିର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆସନ୍ତା ଶନିବାର ସନ୍ଧ୍ୟା ୭ଟାରେ ପ୍ରଦର୍ଶିତ ହେବାକୁ ଯାଉଛି ଲୋୟର ସୁକତେଲ କାହାଣୀ। ବଲାଙ୍ଗୀର ଜିଲ୍ଲାରେ ଜଳସେଚନ ଓ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ରୂପାନ୍ତରଣ ପ୍ରକଳ୍ପ ଲୋୟର ସୁକତେଲ ଡ୍ୟାମ। କେମିତି ତିଆରି ହୋଇଥିଲା ଲୋୟର ସୁକତେଲ ଡ୍ୟାମ। ପୂରା କାହାଣୀ ନ୍ୟାସନାଲ ଜିଓଗ୍ରାଫିର ସ୍ବତନ୍ତ୍ର କାର୍ଯ୍ୟକ୍ରମ ସୁପରଷ୍ଟ୍ରକ୍ଚରରେ ଆସନ୍ତାକାଲି ପ୍ରଦର୍ଶିତ ହେବ।

ଏନେଇ ସୋସିଆଲ୍ ମିଡିଆ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ୩ ତାରିଖରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାଦ୍ବାରା ବଲାଙ୍ଗୀର ଓ ସୋନପୁର ଦୁଇ ଜିଲ୍ଲାର ୨୦୩ଟି ଗାଁ ର ଏକ ଲକ୍ଷ ଏକର ଜମିକୁ ପାଣି ମିଳିବ। ୭୦ହଜାରରୁ ଅଧିକ ଲୋକ ପିଇବା ପାଣି ସୁବିଧା ପାଇବେ।