ମିଡିୟୁବାନ୍ଦା ଜଳପ୍ରପାତରେ କମୁଛି ଜଳସ୍ତର, ପର୍ଯ୍ୟଟକ ମୁହଁ ଫେରାଇବା ଆଶଙ୍କା
ଦାରିଙ୍ଗବାଡ଼ି,୨୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଅନେକ ଜଳପ୍ରପାତ ରହିଛି। ସେଗୁଡିକ ମଧ୍ୟରୁ ପାଙ୍ଗାଲିର ଇନ୍ଦ୍ରଧନୁ ଜଳପ୍ରପାତ ସମେତ ପାଟାବାନ୍ଧା ଜଳପ୍ରପାତ, କିରିକୁଟି ଲଭର୍ସ ପଏଣ୍ଟ ଆଦି ରହିଛି। ତେବେ ପର୍ଯ୍ୟଟକଙ୍କୁ ସବୁଠୁ ଅଧିକ ଆକୃଷ୍ଟ କରିଥାଏ ମିଡିୟୁବାନ୍ଦା ଜଳପ୍ରପାତ। ଉକ୍ତ ଜଳପ୍ରପାତରେ ଏବେ ଜଳ ସଙ୍କଟ ଦେଖାଦେଇଛି। ଫଳରେ ପର୍ଯ୍ୟଟକ ଉକ୍ତ ସ୍ଥାନକୁ ବୁଲିବା ପାଇଁ ଯେଉଁ ଶ୍ରଦ୍ଧା ନେଇ ଯାଉଛନ୍ତି ସେଠି ପହଞ୍ଚିଲା ପରେ ସେମାନେ ନିରାଶ ହେବା ସହ ମୁହଁ ଫେରାଇ […] The post ମିଡିୟୁବାନ୍ଦା ଜଳପ୍ରପାତରେ କମୁଛି ଜଳସ୍ତର, ପର୍ଯ୍ୟଟକ ମୁହଁ ଫେରାଇବା ଆଶଙ୍କା appeared first on Dharitri Odia News.
ଦାରିଙ୍ଗବାଡ଼ି,୨୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଅନେକ ଜଳପ୍ରପାତ ରହିଛି। ସେଗୁଡିକ ମଧ୍ୟରୁ ପାଙ୍ଗାଲିର ଇନ୍ଦ୍ରଧନୁ ଜଳପ୍ରପାତ ସମେତ ପାଟାବାନ୍ଧା ଜଳପ୍ରପାତ, କିରିକୁଟି ଲଭର୍ସ ପଏଣ୍ଟ ଆଦି ରହିଛି। ତେବେ ପର୍ଯ୍ୟଟକଙ୍କୁ ସବୁଠୁ ଅଧିକ ଆକୃଷ୍ଟ କରିଥାଏ ମିଡିୟୁବାନ୍ଦା ଜଳପ୍ରପାତ। ଉକ୍ତ ଜଳପ୍ରପାତରେ ଏବେ ଜଳ ସଙ୍କଟ ଦେଖାଦେଇଛି। ଫଳରେ ପର୍ଯ୍ୟଟକ ଉକ୍ତ ସ୍ଥାନକୁ ବୁଲିବା ପାଇଁ ଯେଉଁ ଶ୍ରଦ୍ଧା ନେଇ ଯାଉଛନ୍ତି ସେଠି ପହଞ୍ଚିଲା ପରେ ସେମାନେ ନିରାଶ ହେବା ସହ ମୁହଁ ଫେରାଇ ନେଉଛନ୍ତି। ବର୍ଷାର ଅନିୟମିତତା ଯୋଗୁ ଜଳସ୍ତର କମୁଥିବା ବେଳେ ଉପରମୁଣ୍ଡରେ ଚାଷ ପାଇଁ ମଧ୍ୟ ଉକ୍ତ ଜଳ ବ୍ୟବହାର କରିବାକୁ ପଡୁଛି। ଯେଉଁଥିପାଇଁ ଜଳପ୍ରପାତରେ ଯେଉଁ ଭାବେ ଜଳ ଖସିବା ବା ପଡ଼ିବା କଥା ତା’ ଠାରୁ ବହୁତ କମ୍ ଜଳ ଖସୁଛି। ଫଳରେ ସୌନ୍ଦର୍ଯ୍ୟ ହ୍ରାସ ପାଉଥିବା ପର୍ଯ୍ୟଟକମାନେ କହୁଛନ୍ତି। ସେହିପରି ଅନ୍ୟ ଜଳପ୍ରପାତରେ ମଧ୍ୟ ଜଳସ୍ତର କମିଛି।
ପ୍ରକାଶ ଯେ, ପ୍ରତିବର୍ଷ ଫେବୃଆରୀ କିମ୍ବା ମାର୍ଚ୍ଚ ମାସ ହୋଲି ପର୍ବ ପରେ ଜଳସ୍ତର ହ୍ରାସ ପାଉଥିଲା କିନ୍ତୁ ଚଳିତବର୍ଷ ଶୀଘ୍ର ଜଳ ହ୍ରାସ ପାଉଥିବା ଜଣାପଡ଼ିଛି। ଏହାକୁ ନେଇ ପରିବେଶବିତ୍ମାନେ ଚିନ୍ତା ପ୍ରକଟ କରୁଛନ୍ତି। ଆଗାମୀ ଅକ୍ଟୋବର ମଧ୍ୟରେ ଭଲ ବର୍ଷା ନ ହେଲେ ଏହା ଶୀତଋତୁ ବେଳକୁ ଯେଉଁ ସମୟରେ ଅଧିକ ପର୍ଯ୍ୟଟକ ଆସନ୍ତି, ସେହି ସମୟରେ ପର୍ଯ୍ୟଟକଙ୍କୁ ନିରାଶ ହେବାକୁ ପଡ଼ିବ ବୋଲି କୁହାଯାଉଛି।
The post ମିଡିୟୁବାନ୍ଦା ଜଳପ୍ରପାତରେ କମୁଛି ଜଳସ୍ତର, ପର୍ଯ୍ୟଟକ ମୁହଁ ଫେରାଇବା ଆଶଙ୍କା appeared first on Dharitri Odia News.