ସ୍ୱର୍ଣ୍ଣ ଜିତିବା ପରେ ଅର୍ଶଦ ନଦୀମଙ୍କ ପାଇଁ ଏତିକି କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ସରକାର

ନୂଆଦିଲ୍ଲୀ,୯ା୮: ପ୍ୟାରିସ ଅଲିମ୍ପିକ୍ସରେ ପାକିସ୍ତାନ ପାଇଁ ଅର୍ଶଦ ନଦୀମ ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ ଜିତିଥିବା ପରେ ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଶେଷଥର ପାଇଁ ୧୯୮୪ ଲସ୍ ଏଞ୍ଜେଲସରେ ହକି ଟିମ୍ ସ୍ବର୍ଣ୍ଣ ଜିତିଥିବା ବେଳେ ୨୭ ବର୍ଷୀୟ ଅର୍ଶଦ ନଦୀମ ବିଶାଳ ୯୨.୯୭ ମିଟର ଜାଭେଲିନ ଫିଙ୍ଗି ପାକିସ୍ତାନକୁ ପୁଣିଥରେ ଗୌରବାନ୍ୱିତ କରିଛନ୍ତି। ପିଲାଠୁ ବୟସ୍କ ଯାଏ ରାସ୍ତାକୁ ଆସି ଏହି ସଫଳତାକୁ ପାଳନ କରିଥିଲା ବେଳେ ସରକାର ଅର୍ଶଦଙ୍କ ପାଇଁ ବଡ଼ ଘୋଷଣା […] The post ସ୍ୱର୍ଣ୍ଣ ଜିତିବା ପରେ ଅର୍ଶଦ ନଦୀମଙ୍କ ପାଇଁ ଏତିକି କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ସରକାର appeared first on Dharitri Odia News.

ସ୍ୱର୍ଣ୍ଣ ଜିତିବା ପରେ ଅର୍ଶଦ ନଦୀମଙ୍କ ପାଇଁ ଏତିକି କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ସରକାର

ନୂଆଦିଲ୍ଲୀ,୯ା୮: ପ୍ୟାରିସ ଅଲିମ୍ପିକ୍ସରେ ପାକିସ୍ତାନ ପାଇଁ ଅର୍ଶଦ ନଦୀମ ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ ଜିତିଥିବା ପରେ ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଶେଷଥର ପାଇଁ ୧୯୮୪ ଲସ୍ ଏଞ୍ଜେଲସରେ ହକି ଟିମ୍ ସ୍ବର୍ଣ୍ଣ ଜିତିଥିବା ବେଳେ ୨୭ ବର୍ଷୀୟ ଅର୍ଶଦ ନଦୀମ ବିଶାଳ ୯୨.୯୭ ମିଟର ଜାଭେଲିନ ଫିଙ୍ଗି ପାକିସ୍ତାନକୁ ପୁଣିଥରେ ଗୌରବାନ୍ୱିତ କରିଛନ୍ତି। ପିଲାଠୁ ବୟସ୍କ ଯାଏ ରାସ୍ତାକୁ ଆସି ଏହି ସଫଳତାକୁ ପାଳନ କରିଥିଲା ବେଳେ ସରକାର ଅର୍ଶଦଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି।

କରାଚିର ବିଭିନ୍ନ ସ୍ଥାନରେ ଲୋକେ ସେଲିବ୍ରେସନ କରିଥିବା ବେଳେ ଏନେକ ସ୍ଥାନରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ପାକିସ୍ତାନ କ୍ରିକେଟ ଟିମ୍ ବିଶ୍ୱକପ ଏବଂ ଚାମ୍ପିଅନ୍ସ ଟ୍ରଫି ଜିତିବା ବେଳେ ଦେଖିବାକୁ ମିଳି ନ ଥିଲା। ଏହାବ୍ୟତୀତ ଅର୍ଶଦଙ୍କ ନିଜ ରାଜ୍ୟରେ ମଧ୍ୟ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଘର ବାହାରକୁ ଆସି ପାକିସ୍ତାନ ପତାକା ହାତରେ ଧରି ଖୁସି ମନାଇଥିଲେ। ଏଥିସହିତ ପାକିସ୍ତାନର ଅନେକ ବିଶିଷ୍ଟ ଲୋକେ ନଦୀମଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଏହାରି ମଧ୍ୟରେ ସବୁଠୁ ବଡ ଖୁସି ଖବର ଦେଇଥିଲେ ମେୟର ମୁର୍ତ୍ତାଜା ୱାହାବ ଏହି ସୁବର୍ଣ୍ଣ ମୁହୂର୍ତକୁ ଆହୁରି ଖୁସିରେ ଭରି ଦେଇଥିଲେ। ସିନ୍ଧ ରାଜ୍ୟ ସରକାରଙ୍କ ତରଫରୁ ଅର୍ଶଦଙ୍କ ପାଇଁ ୫ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଥିଲେ।

The post ସ୍ୱର୍ଣ୍ଣ ଜିତିବା ପରେ ଅର୍ଶଦ ନଦୀମଙ୍କ ପାଇଁ ଏତିକି କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ସରକାର appeared first on Dharitri Odia News.