ବ୍ରହ୍ମୋସର ପୂର୍ବତନ ଇଞ୍ଜିନିୟରଙ୍କୁ ଆଜୀବନ କାରାଦଣ୍ଡ, ଆଇଏସଆଇ ପାଇଁ କରୁଥିଲେ ଜାସୁସୀ
ନୂଆଦିଲ୍ଲୀ: ନାଗପୁରର ଏକ ଅଦାଲତ ସୋମବାର ବ୍ରହ୍ମୋସ ଏରୋସ୍ପେସର ପୂର୍ବତନ ଇଞ୍ଜିନିୟର ନିଶାନ୍ତ ଅଗ୍ରଓ୍ବାଲଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଅଗ୍ରଓ୍ବାଲଙ୍କ ଉପରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସୀ ଆଇଏସଆଇ ପାଇଁ ଜାସୁସୀ କରିବା ଅଭିଯୋଗ ରହିଛି। ନିଶାନ୍ତ ଅଗ୍ରଓ୍ବାଲ ୨୦୧୮ରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସୀ ଆଇଏସଆଇକୁ ବ୍ରହ୍ମୋସ ମିସାଇଲ ବିଷୟରେ ସୂଚନା ଲିକ୍ କରିବା ଅଭିଯୋଗରେ ଗିରଫ କରାଯାଇଥିଲା।ନିଶାନ୍ତ ଅଗ୍ରଓ୍ବାଲ ବ୍ରହ୍ମୋସ, ଏରୋସ୍ପେଶରେ ସିନିୟର ସିଷ୍ଟମ ଇଞ୍ଜିନିୟର ଥିଲେ ଏବଂ ମିସାଇଲ ପରିଯୋଜନାରେ ସାମିଲ ଥିଲେ। ଅଗ୍ରଓ୍ବାଲଙ୍କୁ ଆଇଏସଆଇକୁ ପରିଯୋଜନା ବିଷୟରେ ଗୋପନୀୟ ସୂଚନା ଦେବା ଅଭିଯୋଗରେ ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ର ଏଟିଏସ ଏବଂ ମିଲିଟାର ଇଣ୍ଟେଲିଜେନ୍ସ ୨୦୧୮ରେ ନାଗପୁର ନିକଟରେ ଗିରଫ କରିଥିଲା।୨୦୧୮ରେ ଯେତେବେଳେ ଅଗ୍ରଓ୍ବାଲଙ୍କ ଗିରଫଦାରୀ ହୋଇଥିଲା, ସେତେବେଳେ ଏହି ଖବରକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। କାରଣ ବ୍ରହ୍ମୋସ ଏରୋସ୍ପେଶ ସହ ଜଡ଼ିତ ଏହା ପ୍ରଥମ ଜାସୁସୀ ମାମଲା ଥିଲା। ସେତେବେଳେ ଅଭିଯୋଗ ହୋଇଥିଲା ଯେ, ଅଗ୍ରଓ୍ବାଲ ଦୁଇ ଫେସବୁକ ଆକାଉଣ୍ଟ- ନେହା ଶର୍ମା ଏବଂ ପୂଜା ରଞ୍ଜନଙ୍କ ମାଧ୍ୟମରେ ସନ୍ଦିଗ୍ଧ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ଯୋଗାଯୋଗରେ ଥିଲେ। ଇସଲାମାବାଦରୁ ପରିଚାଳିତ ଏହି ଆକାଉଣ୍ଟ ପାକିସ୍ତାନର ଗୁଇନ୍ଦା ଏଜେନ୍ସୀ ଚଳାଉଥିଲେ। ନିଣାନ୍ତ ଅଗ୍ରଓ
ନୂଆଦିଲ୍ଲୀ: ନାଗପୁରର ଏକ ଅଦାଲତ ସୋମବାର ବ୍ରହ୍ମୋସ ଏରୋସ୍ପେସର ପୂର୍ବତନ ଇଞ୍ଜିନିୟର ନିଶାନ୍ତ ଅଗ୍ରଓ୍ବାଲଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଅଗ୍ରଓ୍ବାଲଙ୍କ ଉପରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସୀ ଆଇଏସଆଇ ପାଇଁ ଜାସୁସୀ କରିବା ଅଭିଯୋଗ ରହିଛି। ନିଶାନ୍ତ ଅଗ୍ରଓ୍ବାଲ ୨୦୧୮ରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସୀ ଆଇଏସଆଇକୁ ବ୍ରହ୍ମୋସ ମିସାଇଲ ବିଷୟରେ ସୂଚନା ଲିକ୍ କରିବା ଅଭିଯୋଗରେ ଗିରଫ କରାଯାଇଥିଲା।
ନିଶାନ୍ତ ଅଗ୍ରଓ୍ବାଲ ବ୍ରହ୍ମୋସ, ଏରୋସ୍ପେଶରେ ସିନିୟର ସିଷ୍ଟମ ଇଞ୍ଜିନିୟର ଥିଲେ ଏବଂ ମିସାଇଲ ପରିଯୋଜନାରେ ସାମିଲ ଥିଲେ। ଅଗ୍ରଓ୍ବାଲଙ୍କୁ ଆଇଏସଆଇକୁ ପରିଯୋଜନା ବିଷୟରେ ଗୋପନୀୟ ସୂଚନା ଦେବା ଅଭିଯୋଗରେ ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ର ଏଟିଏସ ଏବଂ ମିଲିଟାର ଇଣ୍ଟେଲିଜେନ୍ସ ୨୦୧୮ରେ ନାଗପୁର ନିକଟରେ ଗିରଫ କରିଥିଲା।
୨୦୧୮ରେ ଯେତେବେଳେ ଅଗ୍ରଓ୍ବାଲଙ୍କ ଗିରଫଦାରୀ ହୋଇଥିଲା, ସେତେବେଳେ ଏହି ଖବରକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। କାରଣ ବ୍ରହ୍ମୋସ ଏରୋସ୍ପେଶ ସହ ଜଡ଼ିତ ଏହା ପ୍ରଥମ ଜାସୁସୀ ମାମଲା ଥିଲା। ସେତେବେଳେ ଅଭିଯୋଗ ହୋଇଥିଲା ଯେ, ଅଗ୍ରଓ୍ବାଲ ଦୁଇ ଫେସବୁକ ଆକାଉଣ୍ଟ- ନେହା ଶର୍ମା ଏବଂ ପୂଜା ରଞ୍ଜନଙ୍କ ମାଧ୍ୟମରେ ସନ୍ଦିଗ୍ଧ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ଯୋଗାଯୋଗରେ ଥିଲେ। ଇସଲାମାବାଦରୁ ପରିଚାଳିତ ଏହି ଆକାଉଣ୍ଟ ପାକିସ୍ତାନର ଗୁଇନ୍ଦା ଏଜେନ୍ସୀ ଚଳାଉଥିଲେ।
ନିଣାନ୍ତ ଅଗ୍ରଓ୍ବାଲ ଜଣେ ମେଧାବୀ ଇଞ୍ଜିନିୟର ଥିଲେ। ତାଙ୍କୁ ଡିଆରଡିଓର ଯୁବ ବୈଜ୍ଞାନିକ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା। ସେ ଏନଆଇଟି କୁରୁକ୍ଷେତ୍ରର ଛାତ୍ର ରହିଥିଲେ।ଚାର୍ଜସିଟ୍ ମୁତାବିକ ତାଙ୍କ ଲାପଟପରୁ ଖୁବ୍ ଗୋପନୀୟ ଫାଇଲ୍ ମିଳିଥିଲା। ଏହା ବ୍ୟତୀତ ଏକ ସପ୍ଟଓୟାର ମଧ୍ୟ ମିଳିଥିଲା। ଯାହାଦ୍ବାରା ଲାପ୍ଟପ୍ରେ ଥିବା ସମ୍ବେଦନଶୀଳ ଟେକ୍ନୋଲୋଜି ସୂଚନାକୁ ବିଦେଶ ଏବଂ ଅସାମାଜିକ ତତ୍ତ୍ବକୁ ପଠାଯାଇଥିଲା।