ଭାରତରେ ତିଆରି ହେବ ଫାଲକନ ୨୦୦୦ ବିଜନେଶ ଜେଟ୍: ଭାରତକୁ ବଡ଼ ସଫଳତା

ନୂଆଦିଲ୍ଲୀ: ଏବେ ଭାରତରେ ତିଆରି ହେବ ଫାଲକନ ୨୦୦୦ ବିଜେନେଶ ଜେଟ୍ ବିମାନ। ଏନେଇ ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଏରୋଷ୍ଟ୍ରକ୍ଚର ଲିମିଟେଡ୍ ଫ୍ରାନ୍ସ କମ୍ପାନୀ ଡାସଲ୍ଟ ଆଭିଏସନ୍ ସହ ଚୁକ୍ତି ସ୍ୱାକ୍ଷର କରିଛି। ଦୁଇ କମ୍ପନୀ ମିଶି ଭାରତରେ ଫାଲକନ ୨୦୦୦ ବିଜେନେଶ ଜେଟ୍ ତିଆରି କରିବେ। ଏହି ଚୁକ୍ତି ପ୍ୟାରିସ୍ ଏୟାରଶୋରେ ଘୋଷଣା କରାଯାଇଛି।ପ୍ରଥମ ଥର ପାଇଁ ଡାସଲ୍ଟ ଫ୍ରାନ୍ସ ବାହାରେ ଏହାର ଫାଲକନ୍ ଜେଟ୍ ନିର୍ମାଣ କରିବ। ଏହି ସଫଳତା ମିଳିବା ପରେ ଭାରତ ବିଶ୍ୱ ବଜାର ପଇଁ ବିଜନେଶ ଜେଟ୍ ତିଆରି କରୁଥିବା କିଛି ଖାସ୍ ଦେଶ ତାଲିକାରେ ସାମିଲ୍ ହୋଇଛି। ବର୍ତ୍ତମାନ ଆମେରିକା, ଫ୍ରାନ୍ସ, କାନାଡା ଏବଂ ବ୍ରାଜିଲରେ ଗ୍ଲୋବାଲ ମାର୍କେଟ୍ ପାଇଁ ବିଜ୍‌ନେଶ ଜେଟ୍ ତିଆରି ହେଉଛି। ଏବେ ଭାରତରେ ଏହା ତିଆରି ହେବ।  ପ୍ରଥମ ଭାରତର ନିର୍ମିତ' ଫାଲକନ୍ ୨୦୦୦ ଜେଟ୍ ୨୦୨୮ ସୁଦ୍ଧା ଉଡ଼ାଣ ଆରମ୍ଭ କରିବାର ଯୋଜନା ରଖାଯାଇଛି। ଏହି ବିମାନ ଉଭୟ କର୍ପୋରେଟ୍ ଏବଂ ସାମରିକ ବ୍ୟବହାରରେ ଲାଗିପାରିବ। ଏହି ଘୋଷଣା ପରେ ବୁଧବାର ବିଏସଇରେ ରିଲାଏନ୍ସ ଇନଫ୍ରାର ଶେୟାର ମୂଲ୍ୟ ୫ ପ୍ରତିଶତ ବୃଦ୍ଧି ପାଇ ୩୮୬.୯୫ ଟଙ୍କାରେ ଟ୍ରେଡିଂ ହେଉଥିଲା। ମହାରାଷ୍ଟ୍ରର ନାଗପୁରରେ ଥିବା ଡାସଲ୍ଟ ରିଲାଏନ୍ସ ଏରୋସ୍ପେସ୍ ଲିମିଟେଡ୍ (DRAL)ରେ ବିମାନର ଆସେମ୍ବଲି ଲାଇନ୍ ସ୍ଥାପନ କରାଯିବ।  ଏହି ସୁବିଧା ଫାଲକନ୍ ସିରିଜ୍ ପାଇଁ ଏକ ବିଶ୍ୱସ୍ତରୀୟ ଉତ୍କର୍ଷ କେନ୍ଦ୍ର

ଭାରତରେ ତିଆରି ହେବ ଫାଲକନ ୨୦୦୦ ବିଜନେଶ ଜେଟ୍: ଭାରତକୁ ବଡ଼ ସଫଳତା

ନୂଆଦିଲ୍ଲୀ: ଏବେ ଭାରତରେ ତିଆରି ହେବ ଫାଲକନ ୨୦୦୦ ବିଜେନେଶ ଜେଟ୍ ବିମାନ। ଏନେଇ ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଏରୋଷ୍ଟ୍ରକ୍ଚର ଲିମିଟେଡ୍ ଫ୍ରାନ୍ସ କମ୍ପାନୀ ଡାସଲ୍ଟ ଆଭିଏସନ୍ ସହ ଚୁକ୍ତି ସ୍ୱାକ୍ଷର କରିଛି। ଦୁଇ କମ୍ପନୀ ମିଶି ଭାରତରେ ଫାଲକନ ୨୦୦୦ ବିଜେନେଶ ଜେଟ୍ ତିଆରି କରିବେ। ଏହି ଚୁକ୍ତି ପ୍ୟାରିସ୍ ଏୟାରଶୋରେ ଘୋଷଣା କରାଯାଇଛି।

ପ୍ରଥମ ଥର ପାଇଁ ଡାସଲ୍ଟ ଫ୍ରାନ୍ସ ବାହାରେ ଏହାର ଫାଲକନ୍ ଜେଟ୍ ନିର୍ମାଣ କରିବ। ଏହି ସଫଳତା ମିଳିବା ପରେ ଭାରତ ବିଶ୍ୱ ବଜାର ପଇଁ ବିଜନେଶ ଜେଟ୍ ତିଆରି କରୁଥିବା କିଛି ଖାସ୍ ଦେଶ ତାଲିକାରେ ସାମିଲ୍ ହୋଇଛି। ବର୍ତ୍ତମାନ ଆମେରିକା, ଫ୍ରାନ୍ସ, କାନାଡା ଏବଂ ବ୍ରାଜିଲରେ ଗ୍ଲୋବାଲ ମାର୍କେଟ୍ ପାଇଁ ବିଜ୍‌ନେଶ ଜେଟ୍ ତିଆରି ହେଉଛି। ଏବେ ଭାରତରେ ଏହା ତିଆରି ହେବ।  

ପ୍ରଥମ ଭାରତର ନିର୍ମିତ' ଫାଲକନ୍ ୨୦୦୦ ଜେଟ୍ ୨୦୨୮ ସୁଦ୍ଧା ଉଡ଼ାଣ ଆରମ୍ଭ କରିବାର ଯୋଜନା ରଖାଯାଇଛି। ଏହି ବିମାନ ଉଭୟ କର୍ପୋରେଟ୍ ଏବଂ ସାମରିକ ବ୍ୟବହାରରେ ଲାଗିପାରିବ। ଏହି ଘୋଷଣା ପରେ ବୁଧବାର ବିଏସଇରେ ରିଲାଏନ୍ସ ଇନଫ୍ରାର ଶେୟାର ମୂଲ୍ୟ ୫ ପ୍ରତିଶତ ବୃଦ୍ଧି ପାଇ ୩୮୬.୯୫ ଟଙ୍କାରେ ଟ୍ରେଡିଂ ହେଉଥିଲା। 

ମହାରାଷ୍ଟ୍ରର ନାଗପୁରରେ ଥିବା ଡାସଲ୍ଟ ରିଲାଏନ୍ସ ଏରୋସ୍ପେସ୍ ଲିମିଟେଡ୍ (DRAL)ରେ ବିମାନର ଆସେମ୍ବଲି ଲାଇନ୍ ସ୍ଥାପନ କରାଯିବ।  ଏହି ସୁବିଧା ଫାଲକନ୍ ସିରିଜ୍ ପାଇଁ ଏକ ବିଶ୍ୱସ୍ତରୀୟ ଉତ୍କର୍ଷ କେନ୍ଦ୍ର ହେବ, ଯେଉଁଥିରେ ଫାଲକନ୍ 6X ଏବଂ ଫାଲକନ୍ 8X ଜେଟ୍ ପାଇଁ ଭବିଷ୍ୟତର ଆସେମ୍ବଲି କାର୍ଯ୍ୟ କରିବ। 

ରିଲାଏନ୍ସ ଏରୋଷ୍ଟ୍ରକ୍ଚର ହେଉଛି ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍ଚରର ଏକ ସହାୟକ କମ୍ପାନୀ। ଡାସଲ୍ଟ ରିଲାଏନ୍ସ ଏରୋସ୍ପେସ୍ ଲିମିଟେଡ୍ ୨୦୧୭ରେ ରିଲାଏନ୍ସ ଏବଂ ଡାସଲ୍ଟ ମଧ୍ୟରେ ଏକ ଜଏଣ୍ଟ ଭେଞ୍ଚର ଭାବରେ ଆରମ୍ଭ ହୋଇଥିଲା। ଏହି ନୂଆ ସହଭାଗୀତାରେ, ଫାଲକନ୍ ୨୦୦୦ ର ପ୍ରମୁଖ ଉତ୍ପାଦନ ପ୍ରକ୍ରିୟା DRALକୁ ସ୍ଥାନାନ୍ତରିତ ହେବ। ୨୦୧୯ରୁ DRAL ପ୍ଲାଣ୍ଟରେ ଫାଲକନ୍ ୨୦୦୦ର କିଛି ପାର୍ଟ ତିଆରି କରୁଛି। ଏବେ ସମ୍ପୂର୍ଣ୍ଣ ଜେଟ୍ ଏଠାରେ ତିଆରି ହେବ। ଏହା ଭାରତର ମେକ୍ ଇନ୍ ଇଣ୍ଡିଆ ମିଶନ ପାଇଁ ଏକ ବଡ଼ ପଦକ୍ଷେପ। 

ଫାଲକନ ଜେଟ୨୦୦୦ ହେଉଛି ଡାସଲ୍ଟ ଆଭିଏସନ୍ ଦ୍ୱାରା ନିର୍ମିତ ଏକ ଉଚ୍ଚମାନର ବ୍ୟବସାୟିକ ଜେଟ୍। ଏହି ଜେଟ୍ ଏହାର ଲଗଜୁରୀ,,ସ୍ପିଡ୍‌ ଏବଂ ଦୂର ଯାତ୍ରା ପାଇଁ ପ୍ରସିଦ୍ଧ। ଏହା ପ୍ରାୟ ୬,୦୦୦ କିଲୋମିଟର ପର୍ଯ୍ୟନ୍ତ ନିରନ୍ତର ଉଡ଼ିପାରିବ। ଏହାକୁ ବଡ଼ ବ୍ୟବସାୟୀ, ସେଲିବ୍ରିଟି ଏବଂ କିଛି ଦେଶର ସେନା ବ୍ୟବହାର କରନ୍ତି। ଏହାର ମୂଲ୍ୟ ପ୍ରାୟ ୩୫ କୋଟି ଟଙ୍କା।

=