ଘରେ ନିଆଁ ଲାଗି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀର ସଦର ବଜାର ଅଞ୍ଚଳରେ ଅବସ୍ଥିତ ଏକ ଘରେ ଲାଗିଗଲା ନିଆଁ ଭୟରେ ବାଥରୁମ୍‌ରେ ପଶିଗଲେ ଦୁଇଭଉଣୀ । ହେଲେ ଦୁଇ ଭଉଣୀ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିଲେ। ଏନେଇ ଦିଲ୍ଲୀ ପୋଲିସ ଦେଇଛନ୍ତି ସୂଚନା ପୋଲିସ କହିବା ଅନୁଯାୟୀ, ଦିଲ୍ଲୀ ସଦର ବଜାରର ଚାମେଲିଆନ ରୋଡରେ ଥିବା ଘର ନମ୍ବର C 363 ରେ ଘଟିଥିବା ଅଗ୍ନି ସୂଚନା ନେଇ ସଦର ବଜାର ପୋଲିସ ଷ୍ଟେସନରେ ଏକ PCR କଲ ଆସିଥିଲା। ଚାରିଟି […] The post ଘରେ ନିଆଁ ଲାଗି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ appeared first on KNews Odisha.

ଘରେ ନିଆଁ ଲାଗି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
fire f

ନୂଆଦିଲ୍ଲୀ: ଦିଲ୍ଲୀର ସଦର ବଜାର ଅଞ୍ଚଳରେ ଅବସ୍ଥିତ ଏକ ଘରେ ଲାଗିଗଲା ନିଆଁ ଭୟରେ ବାଥରୁମ୍‌ରେ ପଶିଗଲେ ଦୁଇଭଉଣୀ । ହେଲେ ଦୁଇ ଭଉଣୀ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିଲେ। ଏନେଇ ଦିଲ୍ଲୀ ପୋଲିସ ଦେଇଛନ୍ତି ସୂଚନା

ପୋଲିସ କହିବା ଅନୁଯାୟୀ, ଦିଲ୍ଲୀ ସଦର ବଜାରର ଚାମେଲିଆନ ରୋଡରେ ଥିବା ଘର ନମ୍ବର C 363 ରେ ଘଟିଥିବା ଅଗ୍ନି ସୂଚନା ନେଇ ସଦର ବଜାର ପୋଲିସ ଷ୍ଟେସନରେ ଏକ PCR କଲ ଆସିଥିଲା। ଚାରିଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ତେବେ ଅଗ୍ନିକାଣ୍ଡ ଯୋଗୁଁ ଘରର ଦ୍ୱିତୀୟ ମହଲା ଧୂଆଁରେ ପରିପୂର୍ଣ୍ଣ ହୋଇଥିଲା ଏବଂ ଗ୍ୟାସ ମାସ୍କ ବ୍ୟବହାର କରିବାରେ ଅଗ୍ନିଶମ ବାହିନୀ ଦଳ ଭିତରକୁ ପ୍ରବେଶ କରିବାରେ ସକ୍ଷମ ହୋଇଥିଲେ। ଦୁଇ ଭଉଣୀ ଗୁଲଶନ (ବୟସ ୧୪ ବର୍ଷ) ଏବଂ ଅନାୟା (ବୟସ ୧୨ ବର୍ଷ), ଉଭୟ ଭଉଣୀ ପ୍ରଥମ ମହଲାର ବାଥରୁମରେ ଫସି ରହିଥିଲେ, ଯେଉଁଠାରୁ ସେମାନଙ୍କୁ ଉଦ୍ଧାର କରାଯାଇ ଜୀଭାନ ମାଲା ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କ୍ରାଇମବ୍ରାଞ୍ଚକୁ ଡକାଯାଇଛି ଏବଂ ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ଅପରାହ୍ନ ୨ଟା ୭ ମିନିଟ୍‌ରେ ସେମାନେ ଏକ କଲ ପାଇଥିଲେ ଯେ ନିଆଁ ଲାଗିବା ଘରେ କିଛି ଲୋକ ଫସି ରହିଥିଲେ। ସମୁଦାୟ ୪ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ବାଥରୁମ ଭିତରେ ଫସି ରହିଥିବା ଦୁଇ ଝିଅଙ୍କୁ ବାଥରୁମ କବାଟ ଭାଙ୍ଗି ଡାକ୍ତରଖାନାକୁ ପଠାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ନିଆଁ ପ୍ରଥମେ ମନୋରଞ୍ଜନ କକ୍ଷରେ ଲାଗିଯାଇଥିଲା, ଯେଉଁଥିରେ ରିସ୍କଲାଇନର୍ ଚେୟାର ଏବଂ ମିନି ଥିଏଟର ଭଳି ଅନ୍ୟାନ୍ୟ ଜିନିଷ ଥିଲା, କାରଣ ଏସିରେ ନିଆଁ ଲାଗିଯାଇଥିଲା ।

The post ଘରେ ନିଆଁ ଲାଗି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ appeared first on KNews Odisha.