ପୁଣି ଦୁର୍ଘଟଣା ଘଟାଇଲା ‘ମୋ ବସ୍’, ମର୍ସିଡିଜ୍‌ କାର୍‌କୁ ପଛପଟୁ ଦେଲା ଧକ୍କା

ଭୁବନେଶ୍ୱର ୧୦।୧: ପୁଣି ଦୁର୍ଘଟଣା ଘଟାଇଲା ‘ମୋ ବସ୍’ । ଭୁବନେଶ୍ବରରେ ମର୍ସିଡିଜ୍ କାର୍‌କୁ ପଛପଟୁ ଦେଲା ଧକ୍କା । ଦୁର୍ଘଟଣାରେ କାର୍‌ର ପଛ ଭାଗ ଚେପା ହୋଇଯାଇଛି । ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଇନ୍‌ଫୋସିଟି ଛକ ନିକଟରେ ଦୁର୍ଘଟଣା ଘଟିଛି । ମର୍ସିଡିଜ୍ କାର୍‌କୁ ପଛପଟୁ ଧକ୍କା ଦେଇଛି ମୋ ବସ୍ । ଦୁର୍ଘଟଣାରୁ କାର୍ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟ ଗାଡ଼ିକୁ ଅଟକ ରଖିଛି ପୋଲିସ । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।You Can Read:ଶିକାରୀଙ୍କ ଟାର୍ଗେଟରେ କୁଲଡିହା ଅଭୟାରଣ୍ୟ, ଚେଇଁ ଶୋଇଛି ବନବିଭାଗ

ପୁଣି ଦୁର୍ଘଟଣା ଘଟାଇଲା ‘ମୋ ବସ୍’, ମର୍ସିଡିଜ୍‌ କାର୍‌କୁ ପଛପଟୁ ଦେଲା ଧକ୍କା

ଭୁବନେଶ୍ୱର ୧୦।୧: ପୁଣି ଦୁର୍ଘଟଣା ଘଟାଇଲା ‘ମୋ ବସ୍’ । ଭୁବନେଶ୍ବରରେ ମର୍ସିଡିଜ୍ କାର୍‌କୁ ପଛପଟୁ ଦେଲା ଧକ୍କା । ଦୁର୍ଘଟଣାରେ କାର୍‌ର ପଛ ଭାଗ ଚେପା ହୋଇଯାଇଛି । 

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଇନ୍‌ଫୋସିଟି ଛକ ନିକଟରେ ଦୁର୍ଘଟଣା ଘଟିଛି । ମର୍ସିଡିଜ୍ କାର୍‌କୁ ପଛପଟୁ ଧକ୍କା ଦେଇଛି ମୋ ବସ୍ । ଦୁର୍ଘଟଣାରୁ କାର୍ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟ ଗାଡ଼ିକୁ ଅଟକ ରଖିଛି ପୋଲିସ । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

You Can Read:

ଶିକାରୀଙ୍କ ଟାର୍ଗେଟରେ କୁଲଡିହା ଅଭୟାରଣ୍ୟ, ଚେଇଁ ଶୋଇଛି ବନବିଭାଗ