କଙ୍ଗୋ ଗଣରାଜ୍ୟରେ ବୋଟ୍ ଟ୍ରାଜେଡି; କ୍ୱା ନଦୀରେ ଡଙ୍ଗା ବୁଡ଼ି ୮୦ ମୃତ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଆଫ୍ରିକା ଦେଶ କଙ୍ଗୋ ଗଣରାଜ୍ୟରେ ଡଙ୍ଗା ବୁଡ଼ି ୮୦ରୁ ଅଧିକ ମୃତ । ମାଇନଡୋମ୍ବେ  ପ୍ରଦେଶର ମୁଶି ସହରରୁ ପ୍ରାୟ ୭୦ କିଲୋମିଟର ଦୂର କ୍ୱା ନଦୀରେ ଏହି ଅଘଟଣ ଘଟିଛି । ଭାରସାମ୍ୟ ହରାଇ ଯାତ୍ରବାହୀ ବୋଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଯାତ୍ରା କରୁଥିବା ୨୭୦ଜଣଙ୍କ ମଧ୍ୟରୁ ୮୦ଜଣ ପ୍ରାଣ ହରାଇଛନ୍ତି । କଙ୍ଗୋ ରାଷ୍ଟ୍ରପତି ଫେଲିକ୍ସ  ସିସିକେଡି ଏହି ଘଟଣା ବାବଦରେ ସୂଚନା ଦେବା ସହ ଶୋକବ୍ୟକ୍ତ  କରିଛନ୍ତି । ଏଥିସହ କେଉଁ କାରଣରୁ ଏହି ଡଙ୍ଗା ବୁଡ଼ିଲା ତାହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମାଇନଡୋମ୍ବେ ପ୍ରଦେଶର ଗଭର୍ଣ୍ଣର ରିଟା ବୋଲା ଡୁଲା କହିଛନ୍ତି, କ୍ଷମତାଠାରୁ ଅଧିକ ଲୋକ ଡଙ୍ଗାରେ ଯାତ୍ରା କରିବା ଯୋଗୁ ଏଭଳି ଘଟଣା ଘଟିଛି । ବାରଣ ସତ୍ତ୍ବେ ବି ଦେଶରେ ଏଭଳି ଘଟଣା ବାରମ୍ବାର  ଘଟୁଛି । କଙ୍ଗୋ ଗଣରାଜ୍ୟରେ ଅଧିକାଂଶ ଜଙ୍ଗଲ ଥିବା ବେଳେ ସଡ଼କ ସଂଯୋଗ  ବ୍ୟବସ୍ଥା ଅତ୍ୟନ୍ତ ଖରାପ । ତେଣୁ ଲୋକମାନେ ଡଙ୍ଗାରେ ଯାତ୍ରା କରିଥାନ୍ତି । ଗତ ଫେବ୍ରୁଆରୀ ମାସରେ ମଧ୍ୟରେ ଏଭଳି ଘଟଣା ଘଟିଥିଲା । ବୋଟ୍ ଟ୍ରାଜେଡିରେ ପ୍ରାୟ ଡଜନେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । 

କଙ୍ଗୋ ଗଣରାଜ୍ୟରେ ବୋଟ୍ ଟ୍ରାଜେଡି; କ୍ୱା ନଦୀରେ ଡଙ୍ଗା ବୁଡ଼ି ୮୦ ମୃତ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଆଫ୍ରିକା ଦେଶ କଙ୍ଗୋ ଗଣରାଜ୍ୟରେ ଡଙ୍ଗା ବୁଡ଼ି ୮୦ରୁ ଅଧିକ ମୃତ । ମାଇନଡୋମ୍ବେ  ପ୍ରଦେଶର ମୁଶି ସହରରୁ ପ୍ରାୟ ୭୦ କିଲୋମିଟର ଦୂର କ୍ୱା ନଦୀରେ ଏହି ଅଘଟଣ ଘଟିଛି । ଭାରସାମ୍ୟ ହରାଇ ଯାତ୍ରବାହୀ ବୋଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଯାତ୍ରା କରୁଥିବା ୨୭୦ଜଣଙ୍କ ମଧ୍ୟରୁ ୮୦ଜଣ ପ୍ରାଣ ହରାଇଛନ୍ତି । 

କଙ୍ଗୋ ରାଷ୍ଟ୍ରପତି ଫେଲିକ୍ସ  ସିସିକେଡି ଏହି ଘଟଣା ବାବଦରେ ସୂଚନା ଦେବା ସହ ଶୋକବ୍ୟକ୍ତ  କରିଛନ୍ତି । ଏଥିସହ କେଉଁ କାରଣରୁ ଏହି ଡଙ୍ଗା ବୁଡ଼ିଲା ତାହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମାଇନଡୋମ୍ବେ ପ୍ରଦେଶର ଗଭର୍ଣ୍ଣର ରିଟା ବୋଲା ଡୁଲା କହିଛନ୍ତି, କ୍ଷମତାଠାରୁ ଅଧିକ ଲୋକ ଡଙ୍ଗାରେ ଯାତ୍ରା କରିବା ଯୋଗୁ ଏଭଳି ଘଟଣା ଘଟିଛି । ବାରଣ ସତ୍ତ୍ବେ ବି ଦେଶରେ ଏଭଳି ଘଟଣା ବାରମ୍ବାର  ଘଟୁଛି । କଙ୍ଗୋ ଗଣରାଜ୍ୟରେ ଅଧିକାଂଶ ଜଙ୍ଗଲ ଥିବା ବେଳେ ସଡ଼କ ସଂଯୋଗ  ବ୍ୟବସ୍ଥା ଅତ୍ୟନ୍ତ ଖରାପ । ତେଣୁ ଲୋକମାନେ ଡଙ୍ଗାରେ ଯାତ୍ରା କରିଥାନ୍ତି । ଗତ ଫେବ୍ରୁଆରୀ ମାସରେ ମଧ୍ୟରେ ଏଭଳି ଘଟଣା ଘଟିଥିଲା । ବୋଟ୍ ଟ୍ରାଜେଡିରେ ପ୍ରାୟ ଡଜନେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।