ଠିକ୍ରେ ଗାଡି ଚଳାଇବାକୁ ପରାମର୍ଶ ଦେବା ପଡିଲା ମହଙ୍ଗା, ୨ କିମି ପିଛା କରି ମହିଳାଙ୍କୁ ପିଟିଲେ ଦମ୍ପତ୍ତି
ନୂଆଦିଲ୍ଲୀ ୨୨।୦୭: ଠିକ୍ରେ ଗାଡି ଚଳାଇବାକୁ ପରାମର୍ଶ ଦେବା ମହିଳାଙ୍କୁ ପଡିଲା ମହଙ୍ଗା । ୨ କିମି ପିଛା କରି ମହିଳାଙ୍କୁ ପିଟିଲେ ଦମ୍ପତ୍ତି । ଘଟଣାଟି ମହାରାଷ୍ଟ୍ର ପୁନେରେ ଘଟିଛି । ମହିଳା ଜଣକଙ୍କରର ନାଁ ହେଉଛି ଜର୍ଲିନ୍ ଡିସିଲଭା । ସେ ପୁଣେର ଏକ ଲଗଜୁରୀ ହୋଟେଲରେ ମାର୍କେଟିଂ ହେଡ୍ ଭାବରେ କାର୍ଯ୍ୟ କରୁଛନ୍ତି । ନିକଟରେ ଜର୍ଲିନ୍ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଜର୍ଲିନ୍ଙ୍କ ନାକରୁ ପ୍ରଚୁର ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି । ତେବେ ଏକ ଭିଡିଓରେ ମହିଳା ଜଣକ କହିଛନ୍ତି ଯେ ସେ ତାଙ୍କ ଦୁଇ ପିଲାଙ୍କ ସହ ଦୁଇ ଚକିଆ ଗାଡିରେ ବାନେର୍ ଆଡକୁ ଯାଉଥିଲେ, ସେତେବେଳେ କାର୍ରେ ଯାଉଥିବା ଜଣେ ବ୍ୟକ୍ତି ସେମାନଙ୍କୁ ଯିବାକୁ ରାସ୍ତା ଦେଇ ନଥିଲେ । ଏହାକୁ ନେଇ ଜର୍ଲିନ୍ କାର୍ ଚଳାଉଥିବା ୫୭ ବର୍ଷିୟ ବ୍ୟକ୍ତିଙ୍କୁ ଠିକ୍ରେ ଗାଡି ଚଲାଇବାକୁ କହିଥିଲେ । ଏହି ସମୟରେ ଜର୍ଲିନ୍ଙ୍କୁ ଦୁର୍ବ୍ୟବହାର କରିଥିଲେ । ଜର୍ଲିନ୍ ସେଠାରୁ ଆଉ କିଛି ନକହି ଚାଲିଯାଇଥିଲେ । କିନ୍ତୁ କାର୍ରେ ଥିବା ବ୍ୟକ୍ତି ଜଣକ ତାଙ୍କର ପିଛା କରିଥିଲେ ଏବଂ ସାଇଟ୍ରେ ତାଙ୍କୁ ରହିବାକୁ ବାଧ୍ୟ କରିଥିଲେ । ଜର୍ଲିନ୍ ରହିବା ପରେ ଗାଡିରୁ ବ୍ୟକ୍ତି ଜଣକ ଓହ୍ଲାଇ ତାଙ୍କୁ ଗାଳି ଦେବା ସହିତ ତାଙ୍କ ମୁହଁକୁ ୩-୪ଥର ମୁଥ ମାରିଥିଲେ । ଜର୍ଲିନ୍ କହିଛନ୍ତି କି ସେ ଯେତେବେଳେ କାର୍ରୁ ଚାବି କାଢିବାକୁ ଚେଷ
ନୂଆଦିଲ୍ଲୀ ୨୨।୦୭: ଠିକ୍ରେ ଗାଡି ଚଳାଇବାକୁ ପରାମର୍ଶ ଦେବା ମହିଳାଙ୍କୁ ପଡିଲା ମହଙ୍ଗା । ୨ କିମି ପିଛା କରି ମହିଳାଙ୍କୁ ପିଟିଲେ ଦମ୍ପତ୍ତି । ଘଟଣାଟି ମହାରାଷ୍ଟ୍ର ପୁନେରେ ଘଟିଛି । ମହିଳା ଜଣକଙ୍କରର ନାଁ ହେଉଛି ଜର୍ଲିନ୍ ଡିସିଲଭା । ସେ ପୁଣେର ଏକ ଲଗଜୁରୀ ହୋଟେଲରେ ମାର୍କେଟିଂ ହେଡ୍ ଭାବରେ କାର୍ଯ୍ୟ କରୁଛନ୍ତି ।
ନିକଟରେ ଜର୍ଲିନ୍ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଜର୍ଲିନ୍ଙ୍କ ନାକରୁ ପ୍ରଚୁର ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି । ତେବେ ଏକ ଭିଡିଓରେ ମହିଳା ଜଣକ କହିଛନ୍ତି ଯେ ସେ ତାଙ୍କ ଦୁଇ ପିଲାଙ୍କ ସହ ଦୁଇ ଚକିଆ ଗାଡିରେ ବାନେର୍ ଆଡକୁ ଯାଉଥିଲେ, ସେତେବେଳେ କାର୍ରେ ଯାଉଥିବା ଜଣେ ବ୍ୟକ୍ତି ସେମାନଙ୍କୁ ଯିବାକୁ ରାସ୍ତା ଦେଇ ନଥିଲେ ।
ଏହାକୁ ନେଇ ଜର୍ଲିନ୍ କାର୍ ଚଳାଉଥିବା ୫୭ ବର୍ଷିୟ ବ୍ୟକ୍ତିଙ୍କୁ ଠିକ୍ରେ ଗାଡି ଚଲାଇବାକୁ କହିଥିଲେ । ଏହି ସମୟରେ ଜର୍ଲିନ୍ଙ୍କୁ ଦୁର୍ବ୍ୟବହାର କରିଥିଲେ । ଜର୍ଲିନ୍ ସେଠାରୁ ଆଉ କିଛି ନକହି ଚାଲିଯାଇଥିଲେ । କିନ୍ତୁ କାର୍ରେ ଥିବା ବ୍ୟକ୍ତି ଜଣକ ତାଙ୍କର ପିଛା କରିଥିଲେ ଏବଂ ସାଇଟ୍ରେ ତାଙ୍କୁ ରହିବାକୁ ବାଧ୍ୟ କରିଥିଲେ ।
ଜର୍ଲିନ୍ ରହିବା ପରେ ଗାଡିରୁ ବ୍ୟକ୍ତି ଜଣକ ଓହ୍ଲାଇ ତାଙ୍କୁ ଗାଳି ଦେବା ସହିତ ତାଙ୍କ ମୁହଁକୁ ୩-୪ଥର ମୁଥ ମାରିଥିଲେ । ଜର୍ଲିନ୍ କହିଛନ୍ତି କି ସେ ଯେତେବେଳେ କାର୍ରୁ ଚାବି କାଢିବାକୁ ଚେଷ୍ଠା କରିଥିଲେ ସେତେବେଳେ ସେହି ବ୍ୟକ୍ତିଙ୍କ ପତ୍ନୀ ଜର୍ଲିନ୍ଙ୍କୁ ଗାଳି କରିବା ସହିତ ଧକ୍କା ଦେଇଥିଲେ ।
ତେବେ ଲୋକଙ୍କ ହସ୍ତକ୍ଷେପ ପରେ ଘଟଣାଟି ଶାନ୍ତ ହୋଇଥିଲା । ଏହାପରେ ପୀଡିତା ଜଣକ ପୋଲିସରେ ସୂଚନା ଦେଇଥିଲେ । ପୋଲିସ ଅଭିଯୁକ୍ତ କାର ଚାଳକ ଦମ୍ପତ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ଯାଞ୍ଚ କରୁଛି ।