କେନ୍ଦୁଝର ମହାବିଦ୍ୟାଳୟରେ ରାଗିଂ ଅଭିଯୋଗ, ୫ ଛାତ୍ର ଗିରଫ

କେନ୍ଦୁଝର : କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ରାଗିଂ ଅଭିଯୋଗ । ଦ୍ବିତୀୟ ବର୍ଷର ମାଇନିଂ ଇଞ୍ଜିନିୟରିଂ ଛାତ୍ରଙ୍କୁ ତୃତୀୟ ବର୍ଷର ୫ଜଣ ଛାତ୍ର ମାଡ଼ ମାରିବା ସହ ରାଗିଂ କରିଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ରାତି ଅଧରେ ହଷ୍ଟେଲର କବାଟ ଭାଙ୍ଗି ଦ୍ବିତୀୟ ବର୍ଷର ମାଇନିଂ ଇଞ୍ଜିନିୟରିଂ ଛାତ୍ର ବିଶ୍ବଜିତ ବେହେରାଙ୍କୁ ୫ଜଣ ତୃତୀୟ ବର୍ଷର ଛାତ୍ର ମାଡ଼ ମାରିଥିଲେ। ପରେ ତାଙ୍କ ସୁନାଚେନ ମଧ୍ୟ ଛଡ଼ାଇ ନେଇଥିବା ମଧ୍ୟ ବିଶ୍ବଜିତଙ୍କ ପରିବାର […] The post କେନ୍ଦୁଝର ମହାବିଦ୍ୟାଳୟରେ ରାଗିଂ ଅଭିଯୋଗ, ୫ ଛାତ୍ର ଗିରଫ appeared first on KNews Odisha.

କେନ୍ଦୁଝର ମହାବିଦ୍ୟାଳୟରେ ରାଗିଂ ଅଭିଯୋଗ, ୫ ଛାତ୍ର ଗିରଫ
keonjhar college

କେନ୍ଦୁଝର : କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ରାଗିଂ ଅଭିଯୋଗ । ଦ୍ବିତୀୟ ବର୍ଷର ମାଇନିଂ ଇଞ୍ଜିନିୟରିଂ ଛାତ୍ରଙ୍କୁ ତୃତୀୟ ବର୍ଷର ୫ଜଣ ଛାତ୍ର ମାଡ଼ ମାରିବା ସହ ରାଗିଂ କରିଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ରାତି ଅଧରେ ହଷ୍ଟେଲର କବାଟ ଭାଙ୍ଗି ଦ୍ବିତୀୟ ବର୍ଷର ମାଇନିଂ ଇଞ୍ଜିନିୟରିଂ ଛାତ୍ର ବିଶ୍ବଜିତ ବେହେରାଙ୍କୁ ୫ଜଣ ତୃତୀୟ ବର୍ଷର ଛାତ୍ର ମାଡ଼ ମାରିଥିଲେ। ପରେ ତାଙ୍କ ସୁନାଚେନ ମଧ୍ୟ ଛଡ଼ାଇ ନେଇଥିବା ମଧ୍ୟ ବିଶ୍ବଜିତଙ୍କ ପରିବାର ଅଭିଯୋଗ ଆଣିଛନ୍ତି ।

ନିସ୍ତୁକ ମାଡ଼ ମାରିବା ପରେ ସେ ଅଚେତ ହୋଇପଡ଼ିଥିଲେ । ପରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଅର୍ଥୋପେଡିକ ୱାର୍ଡରେ ଭର୍ତ୍ତି କରାଯାଇଛି । ପୂର୍ବରୁ ମଧ୍ୟ ବିଶ୍ବଜିତ ରାଗିଂ ଅଭିଯୋଗ ଆଣିଥିବା ବେଳେ କଲେଜ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ସେପଟେ ହଷ୍ଟେଲରେ ରାଗିଂ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ବଳଦେବଜୀଉ ହଷ୍ଟେଲ ୱାଡେନ । ରାଗିଂ ଅଭିଯୋଗ ମାମଲାରେ ୫ ଛାତ୍ର ଗିରଫ । ଗିରଫ ପରେ କୋର୍ଟ ଚାଲାଣ କଲା କେନ୍ଦୁଝର ଟାଉନ ଥାନା ପୋଲିସ।

The post କେନ୍ଦୁଝର ମହାବିଦ୍ୟାଳୟରେ ରାଗିଂ ଅଭିଯୋଗ, ୫ ଛାତ୍ର ଗିରଫ appeared first on KNews Odisha.