ବୁ୍ମ୍ରାଙ୍କ ସାକ୍ଷାତକାର ନେଲେ ସ୍ତ୍ରୀ, ଶେଷରେ ଏମିତି କଥା କହିଲେ, ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ,୧୧।୬: ଭାରତୀୟ ପେସ୍ ବୋଲର୍ ଜସପ୍ରୀତ ବୁମ୍ରା ନିଜର ଶକ୍ତିଶାଳୀ ବୋଲିଂ ସହ ପାକିସ୍ତାନରୁ ବିଜୟ ଛଡ଼ାଇ ଭାରତକୁ ୬ ରନ୍ରେ ବିଜୟୀ କରାଇଥିଲେ। ଏହି ପ୍ରଦର୍ଶନ ପରେ ସମସ୍ତେ ବୁମରାଙ୍କୁ ପ୍ରଶଂସା କରୁଛନ୍ତି। କାରଣ ଯଦି ବୁମରାଙ୍କ ସ୍ପେଲ୍ ନ ଥାନ୍ତା ତେବେ ପାକିସ୍ତାନ ଟି-୨୦ ବିଶ୍ୱକପ ୨୦୨୪ରେ ସହଜରେ ଭାରତକୁ ପରାସ୍ତ କରିଥାନ୍ତା। ଏହି ଚମତ୍କାର ବୋଲିଂ ପରେ ବୁମ୍ରାଙ୍କୁ ମଧ୍ୟ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା। ମ୍ୟାଚ ପରେ ବୁମରା […] The post ବୁ୍ମ୍ରାଙ୍କ ସାକ୍ଷାତକାର ନେଲେ ସ୍ତ୍ରୀ, ଶେଷରେ ଏମିତି କଥା କହିଲେ, ଭାଇରାଲ ହେଉଛି ଭିଡିଓ appeared first on Dharitri Odia News.
ନୂଆଦିଲ୍ଲୀ,୧୧।୬: ଭାରତୀୟ ପେସ୍ ବୋଲର୍ ଜସପ୍ରୀତ ବୁମ୍ରା ନିଜର ଶକ୍ତିଶାଳୀ ବୋଲିଂ ସହ ପାକିସ୍ତାନରୁ ବିଜୟ ଛଡ଼ାଇ ଭାରତକୁ ୬ ରନ୍ରେ ବିଜୟୀ କରାଇଥିଲେ। ଏହି ପ୍ରଦର୍ଶନ ପରେ ସମସ୍ତେ ବୁମରାଙ୍କୁ ପ୍ରଶଂସା କରୁଛନ୍ତି। କାରଣ ଯଦି ବୁମରାଙ୍କ ସ୍ପେଲ୍ ନ ଥାନ୍ତା ତେବେ ପାକିସ୍ତାନ ଟି-୨୦ ବିଶ୍ୱକପ ୨୦୨୪ରେ ସହଜରେ ଭାରତକୁ ପରାସ୍ତ କରିଥାନ୍ତା। ଏହି ଚମତ୍କାର ବୋଲିଂ ପରେ ବୁମ୍ରାଙ୍କୁ ମଧ୍ୟ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା। ମ୍ୟାଚ ପରେ ବୁମରା ତାଙ୍କ ସ୍ତ୍ରୀ ସଞ୍ଜନା ଗଣେଶନ୍ଙ୍କୁ ଏକ ସାକ୍ଷାତକାର ଦେଇଥିଲେ।
ସଞ୍ଜନା ଜଣେ କ୍ରୀଡ଼ା ଉପସ୍ଥାପିକା ଏବଂ ଟି-୨୦ ବିଶ୍ୱକପ ୨୦୨୪ରେ ଆଇସିସି ସହିତ କାମ କରୁଛନ୍ତି। ପାକିସ୍ତାନ ମ୍ୟାଚ ପରେ ସେ ବୁମରାଙ୍କୁ ସାକ୍ଷାତକାର ଦେଇଥିଲେ। ସାକ୍ଷାତକାର ସରିବା ପରେ, ବୁମ୍ରା ସଞ୍ଜନାଙ୍କୁ କିଛି କହିଥିଲେ, ଯାହା ହସର ଖୋରାକ ଯୋଗାଇଥିଲା।
ବୁମ୍ରା ପାକିସ୍ତାନ ବିପକ୍ଷ ଚାରି ଓଭରରେ ମାତ୍ର ୧୪ ରନ ଦେଇ ୩ଟି ଉଇକେଟ ନେବାରେ ସଫଳ ହୋଇଥିଲେ। ବୁମରା ବାବର ଆଜମ, ମହମ୍ମଦ ରିଜୱାନ ଏବଂ ଇଫ୍ତିଖର ଅହମ୍ମଦଙ୍କ ଉଇକେଟ ନେଇଥିଲେ। ମ୍ୟାଚ ପରେ ସଞ୍ଜନା ତାଙ୍କ ପ୍ରଦର୍ଶନ, ରିଜୱାନଙ୍କ ଉଇକେଟ ଏବଂ ଟିମ ଇଣ୍ଡିଆର ବୋଲିଂ ବିଷୟରେ ସାକ୍ଷାତକାରରେ ବୁମରାଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ ଯେତେବେଳେ ସାକ୍ଷାତକାର ସମାପ୍ତ ହେଲା, ବୁମରା ଏପରି କିଛି କହିଥିଲେ ଯାହା ଶୁଣି ସଞ୍ଜନା ହସିବାକୁ ଲାଗିଥିଲେ ଏବଂ ବୁଲିପଡି ଆଉ ଏକ ପ୍ରଶ୍ନ ପଚାରିଥିଲେ।
ସାକ୍ଷାତକାର ପରେ ସଞ୍ଜନା ବୁମ୍ରାଙ୍କୁ ଧନ୍ୟବାଦ ଦେଇଥିଲେ। ଏହାର ଜବାବରେ ବୁମ୍ରା କହିଥିଲେ, ୩୦ ମିନିଟ ପରେ ପୁଣି ଭେଟିବା। ଏହା ଶୁଣି ସଞ୍ଜନା ହସିବାକୁ ଲାଗିଲେ ଏବଂ ପରେ ବୁମରାଙ୍କୁ ପଚାରିଲେ, ଆଜି ରାତ୍ରି ଭୋଜନ ପାଇଁ କଣ ଅଛି?
ଏହି ମ୍ୟାଚ୍ରେ ମାତ୍ର ୧୧୯ ରନ କରିଥିଲା ଭାରତ। ପାକିସ୍ତାନ ଏହି ମ୍ୟାଚକୁ ସହଜରେ ଜିତୁଥିବା ପରି ମନେ ହେଉଥିଲା କିନ୍ତୁ ୧୫ ତମ ଓଭରର ପ୍ରଥମ ବଲରେ ବୁମରା ପାକିସ୍ତାନର ସେଟ ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନଙ୍କୁ ବୋଲିଂ କରିଥିଲେ। ଏଠାରୁ ମ୍ୟାଚ ବଦଳିଗଲା। ବୁମ୍ରା ଏହି ଓଭରରେ ମାତ୍ର ତିନି ରନ ଦେଇଥିଲେ। ଏହା ପରେ ଅଧିନାୟକ ରୋହିତ ତାଙ୍କୁ ୧୯ ଓଭର ଦେଇଥିଲେ। ଏଥିରେ ବୁମରା ଇଫତିଖର ଅହମ୍ମଦଙ୍କୁ ପାଭିଲିଅନର ରାସ୍ତା ଦେଖାଇଥିଲେ। ଶେଷ ଓଭରରେ ପାକିସ୍ତାନକୁ ଜିତିବା ପାଇଁ ୧୯ ରନ ଆବଶ୍ୟକ ଥିଲା କିନ୍ତୁ ଅର୍ଶଦୀପ ସିଂ ଭଲ ବୋଲିଂ କରି ଦଳକୁ ଜିତାଇଥିଲେ।
The post ବୁ୍ମ୍ରାଙ୍କ ସାକ୍ଷାତକାର ନେଲେ ସ୍ତ୍ରୀ, ଶେଷରେ ଏମିତି କଥା କହିଲେ, ଭାଇରାଲ ହେଉଛି ଭିଡିଓ appeared first on Dharitri Odia News.