ଜାମିନ୍‌ ମାଗିଲେ କବିତା, କହିଲେ ମଞ୍ଜୁରୀ ଦେଇ ଦେଲେ ଆକାଶ ଛିଣ୍ଡି ପଡିବନାହିଁ

ନୂଆଦିଲ୍ଲୀ,୪।୪: ଦିଲ୍ଲୀର ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ କବିତା ତିହାର ଜେଲରେ ବନ୍ଦ ଅଛନ୍ତି। ପିଲାଙ୍କ ପରୀକ୍ଷାକୁ ଦର୍ଶାଇ ସେ ମଧ୍ୟବର୍ତ୍ତୀକାଳୀନ ଜାମିନ୍‌ ମାଗିଛନ୍ତି। କବିତା ପକ୍ଷରୁ କୁହାଯାଇଛି ଯେ, ପିଲା ଛୋଟ ଏବଂ ପରୀକ୍ଷା ସମୟରେ ସେ ତା ମା’ଙ୍କୁ ଆବଶ୍ୟକ କରିବ। ଏପରି ପରିସ୍ଥିତିରେ ତାଙ୍କୁ ପୁଅ ସହିତ ଏକ ମାସ ରହିବାକୁ ଅନୁମତି ଦିଆଯିବା ଉଚିତ୍‌। ମଞ୍ଜୁରୀ ଦେଇ […] The post ଜାମିନ୍‌ ମାଗିଲେ କବିତା, କହିଲେ ମଞ୍ଜୁରୀ ଦେଇ ଦେଲେ ଆକାଶ ଛିଣ୍ଡି ପଡିବନାହିଁ appeared first on Dharitri Odia News.

ଜାମିନ୍‌ ମାଗିଲେ କବିତା, କହିଲେ ମଞ୍ଜୁରୀ ଦେଇ ଦେଲେ ଆକାଶ ଛିଣ୍ଡି ପଡିବନାହିଁ

ନୂଆଦିଲ୍ଲୀ,୪।୪: ଦିଲ୍ଲୀର ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ କବିତା ତିହାର ଜେଲରେ ବନ୍ଦ ଅଛନ୍ତି। ପିଲାଙ୍କ ପରୀକ୍ଷାକୁ ଦର୍ଶାଇ ସେ ମଧ୍ୟବର୍ତ୍ତୀକାଳୀନ ଜାମିନ୍‌ ମାଗିଛନ୍ତି। କବିତା ପକ୍ଷରୁ କୁହାଯାଇଛି ଯେ, ପିଲା ଛୋଟ ଏବଂ ପରୀକ୍ଷା ସମୟରେ ସେ ତା ମା’ଙ୍କୁ ଆବଶ୍ୟକ କରିବ। ଏପରି ପରିସ୍ଥିତିରେ ତାଙ୍କୁ ପୁଅ ସହିତ ଏକ ମାସ ରହିବାକୁ ଅନୁମତି ଦିଆଯିବା ଉଚିତ୍‌। ମଞ୍ଜୁରୀ ଦେଇ ଦେଲେ ଆକାଶ ଛିଣ୍ଡି ପଡିବନାହିଁ।

ବିଆରଏସ ନେତାଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘବୀ କହିଛନ୍ତି, ଆଜି ମୁଁ କେବଳ ମଧ୍ୟବର୍ତ୍ତୀକାଳୀନ ଜାମିନ୍‌ରେ ଯୁକ୍ତି କରୁଛି। ଗତ ଶୁଣାଣିରେ ସେ ଦେଇଥିବା ଯୁକ୍ତିଗୁଡିକ ମୁଖ୍ୟ ଜାମିନ୍‌ ଆବେଦନପତ୍ରରେ ବ୍ୟବହାର କରାଯିବା ଉଚିତ୍‌। କେ କବିତାଙ୍କ ଓକିଲ ଆହୁରି କହିଛନ୍ତି , ଅଭିଯୁକ୍ତ ମହିଳାଙ୍କ ଏକ ସନ୍ତାନ ଅଛି, ଯାହାର ପରୀକ୍ଷା ଏପ୍ରିଲରେ ହେବାକୁ ଯାଉଛି। ଏହା ନୁହେଁ ଯେ ପିଲାଟି କୋଳରେ ଅଛି କିମ୍ବା ଛୋଟ ଅଟେ। ତାଙ୍କୁ ୧୬ ବର୍ଷ ବୟସ। ମା’ଙ୍କର ନୈତିକ ଏବଂ ଭାବନାତ୍ମକ ସମର୍ଥନ ଅଛି। କୌଣସି ବାପା, ଭଉଣୀ କିମ୍ବା ଭାଇ ମା’ର ସ୍ଥାନ ନେଇ ପାରିବେ ନାହିଁ ।

The post ଜାମିନ୍‌ ମାଗିଲେ କବିତା, କହିଲେ ମଞ୍ଜୁରୀ ଦେଇ ଦେଲେ ଆକାଶ ଛିଣ୍ଡି ପଡିବନାହିଁ appeared first on Dharitri Odia News.