ରାଶିଫଳ: ଗୁରୁବାର, ଜୁନ୍ ୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର କର୍ମାଧିପତିଙ୍କ ଦୃଷ୍ଟିରେ ଥିବାରୁ ନୂତନ କାମର ରୂପରେଖ ପ୍ରସ୍ତୁତ କରାଇପାରନ୍ତି। ଦୀର୍ଘଦିନରୁ ଆପଣ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ। ସାହିତ୍ୟ, ସଙ୍ଗୀତ, ବୃତ୍ତି, ବାଣିଜ୍ୟ, ଯାତ୍ରା ପାଇଁ ଅସୁବିଧା ହେବନାହିଁ। କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ମନୋଭାବ ଉପୁଜିପାରେ। ବୃଷ ବୁଧାଦିତ୍ୟ ଯୋଗ ପ୍ରଭାବରେ ବିଶିଷ୍ଟବ୍ୟକ୍ତିଙ୍କ କଥାରେ ପରିଚାଳିତ ହୋଇପାରନ୍ତି। ଚତୁର୍ଥାଧିପ ଶନିଙ୍କ ଦୃଷ୍ଟିରେ ଥିବାରୁ ପାରିବାରିକ ସମସ୍ୟାଜନିତ ମନ ଭଲ ରହି ନ ପାରେ। […] The post ରାଶିଫଳ: ଗୁରୁବାର, ଜୁନ୍ ୫ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ଗୁରୁବାର, ଜୁନ୍ ୫ ତାରିଖ – Daily Horoscope
ମେଷ
ଆଜିର ଚନ୍ଦ୍ର କର୍ମାଧିପତିଙ୍କ ଦୃଷ୍ଟିରେ ଥିବାରୁ ନୂତନ କାମର ରୂପରେଖ ପ୍ରସ୍ତୁତ କରାଇପାରନ୍ତି। ଦୀର୍ଘଦିନରୁ ଆପଣ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ। ସାହିତ୍ୟ, ସଙ୍ଗୀତ, ବୃତ୍ତି, ବାଣିଜ୍ୟ, ଯାତ୍ରା ପାଇଁ ଅସୁବିଧା ହେବନାହିଁ। କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ମନୋଭାବ ଉପୁଜିପାରେ।
ବୃଷ
ବୃଷ
ବୁଧାଦିତ୍ୟ ଯୋଗ ପ୍ରଭାବରେ ବିଶିଷ୍ଟବ୍ୟକ୍ତିଙ୍କ କଥାରେ ପରିଚାଳିତ ହୋଇପାରନ୍ତି। ଚତୁର୍ଥାଧିପ ଶନିଙ୍କ ଦୃଷ୍ଟିରେ ଥିବାରୁ ପାରିବାରିକ ସମସ୍ୟାଜନିତ ମନ ଭଲ ରହି ନ ପାରେ। କେତେକ କ୍ଷେତ୍ରରେ ଶେଷ ସମୟରେ ନିଷ୍ପତ୍ତି ବଦଳାଇ ପାରନ୍ତି। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ତଥା ଲେଖାପଢ଼ା ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ମିଥୁନ
ମିଥୁନ
ରାଶିରେ ବୃହସ୍ପତି ମାନସିକ ବିକ୍ଷିପ୍ତତା ମଧ୍ୟରେ ଅଭିଳଷିତ କାର୍ଯ୍ୟରେ ସିଦ୍ଧିଲାଭ କରାଇବେ। ତଥାପି ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ସାମାନ୍ୟ ମନ୍ଥର କରିପାରେ। ଆର୍ଥିକ ପରିସ୍ଥିତି ଭଲ ରହିବା ସହ ପଡ଼ୋଶୀଙ୍କୁ କାମରେ ଲଗାଇ କୌଶଳରେ କାର୍ଯ୍ୟ ହାସଲ କରିବେ। ନିର୍ମାଣାଧୀନ କାର୍ଯ୍ୟ ବଢ଼ିଚାଲିବାରୁ ଖୁସି ହୋଇପାରନ୍ତି।
କର୍କଟ
କର୍କଟ
ଦ୍ୱାଦଶସ୍ଥ ଗ୍ରହମାନେ ଆପଣଙ୍କୁ ବାରମ୍ବାର ସ୍ଥାନ ପରିବର୍ତ୍ତନ କରାଇ କର୍ମପରିସରକୁ ବ୍ୟାପକ କରିପାରନ୍ତି। ଅବଶ୍ୟ ଆପଣ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଆଡଜଷ୍ଟ୍‌ କରି ଚଳିପାରିବା ହେତୁ କିଛି ଅସୁବିଧା ହେବନାହିଁ। ପ୍ରତିଦ୍ୱନ୍ଦ୍ୱିତା ବଢିଚାଲିବା କାରଣରୁ ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।
ସି˚ହ
ସି˚ହ
କେନ୍ଦ୍ରକୋଣାଧିପ ମଙ୍ଗଳ ଆପଣଙ୍କ ଆଶା ଓ ଅଭିଳାଷକୁ ପୂରଣ କରିବାରେ ସମର୍ଥ ହେବେ। ଏକ ଭିନ୍ନ ପରିସ୍ଥିତିରେ ସମ୍ପର୍କୀୟଙ୍କ ସାହାଯ୍ୟ ଲାଭ କରି ଅଟକି ରହିଥିବା କାମଟିକୁ ସମ୍ପନ୍ନ କରିବେ। ସ୍ତ୍ରୀଙ୍କ ସାହାଯ୍ୟରୁ କାମ ସୁବିଧାରେ ସମ୍ପନ୍ନ ହେବ। ଅର୍ଥ ଲାଭ ସାଙ୍ଗକୁ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
କନ୍ୟା
ଶୁକ୍ର ଏବଂ ଚନ୍ଦ୍ରଙ୍କ ସ୍ଥିତିରୁ ଆର୍ଥିକାବସ୍ଥାରେ ପରିବର୍ତ୍ତନ ସକାଶେ ବିଭିନ୍ନ ଯୋଜନା କରିବେ। ଅପୂରଣୀୟ ଆଶା ମନକୁ ଆଲୋଡ଼ିତ କରିବାରୁ ମନ ଅଶାନ୍ତ ରହିବ। ଆମଦାନୀ କାରବାର କ୍ଷେତ୍ରରେ ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ ଓ ଲାଭବାନ୍‌ ମଧ୍ୟ ହେବେ। ଆରୋଗ୍ୟଲାଭ କରିବା ସାଙ୍ଗକୁ ବନ୍ଧୁମାନଙ୍କ ସହାନୁଭୂତି ଲାଭ କରିପାରିବେ।
ତୁଳା
ତୁଳା
ଶୁକ୍ର ରାଶିକୁ ଅବଲୋକନ କରୁଥିବାରୁ ଶାରୀରିକ ଦୁର୍ବଳତା ଦୂର ହେବା ସହ ଆଶ୍ୱସ୍ତି ଲାଭ କରିବେ। ପଦସ୍ଥ ବ୍ୟକ୍ତିବିଶେଷଙ୍କ ନିକଟରୁ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ। ଶିଳ୍ପ, ବାଣିଜ୍ୟ, ରାଜନୀତି ଓ ପ୍ରଶାସନିକ ସ୍ତରରେ ବ୍ୟତିକ୍ରମ ପରିଲକ୍ଷିତ ହେବ। ପଡ଼ୋଶୀଙ୍କ ସହାୟତା ଲାଭ କରି ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି।
ବିଛା
ବିଛା
ଚନ୍ଦ୍ରଙ୍କ ଶୁଭତ୍ୱରୁ ସ୍ବାସ୍ଥ୍ୟରେ ଉନ୍ନତି, କର୍ମାରମ୍ଭ, ପ୍ଲଟିଂ କାରବାରରେ ଅଗ୍ରଗତି, ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। ବିଶାଖା ନକ୍ଷତ୍ରର ଚେଷ୍ଟା କରୁଥିବା କାମଟି ନ ହେବା କାରଣରୁ ମନ ଉଦାସ ରହିପାରେ। କ୍ରୀଡ଼ା, ସହିତ୍ୟ, ସଙ୍ଗୀତରେ ସମସ୍ୟା ସମାଧାନ ହୋଇଯିବ। ବନ୍ଧୁ ସମ୍ପର୍କରେ ଉନ୍ନତି ଘଟିବା ହେତୁ ଖୁସି ଅନୁଭବ କରିବେ।
ଧନୁ
ଧନୁ
ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ଆପଣଙ୍କ ଉନ୍ନତ ଚିନ୍ତାଧାରା ସନ୍ତାନଙ୍କ ସମସ୍ୟା, ଉଚ୍ଚଶିକ୍ଷାର ସୁଯୋଗ ପାଇପାରନ୍ତି। ପ୍ରତିଯୋଗିତା, କ୍ରୀଡ଼ା, ଗବେଷଣା, ପରିବହନ, ବାଣିଜ୍ୟ ମାନ୍ଦା ହେବ ନାହିଁ। ସହକର୍ମୀଙ୍କଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହେବେ। ସାମାଜିକ ସ୍ତରରେ ପ୍ରିୟ କଥା କହି ସମସ୍ୟା ସୁଧାରି ନେବେ।
ମକର
ମକର
ସପ୍ତମସ୍ଥ ମଙ୍ଗଳ ପ୍ରଭାବରେ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ । ଜମିଜମା, ବ୍ୟବସାୟ, ପରିବହନ ପାଇଁ ଅସୁବିଧା ହେବ ନାହିଁ। କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟାଲୋଚନା ପରିପ୍ରେକ୍ଷୀରେ ସମ୍ପର୍କୀୟ ପରାମର୍ଶ ଲୋଡ଼ିପାରନ୍ତି। ବନ୍ଧୁମିଳନ, ଆନୁଷ୍ଠାନିକ କାମ, ରପତ୍ାନି କାରବାର, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
ଗ୍ରହସ୍ଥିତିର ସାମ୍ୟତା ଆପଣଙ୍କ ଦିନଚର୍ଯ୍ୟା ସକାଶେ ଶୁଭପ୍ରଦ ରହିବ। ଆଳସ୍ୟ ଓ ଅବହେଳା ପରିହାର କରି କାମ କରିଚାଲିଲେ ଅଭିଳାଷ ପୂରଣ ହେବ। ଗୃହସୀମାଜନିତ ବିବାଦ, କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଆର୍ଥିକ ଉନ୍ନତି ଘଟିବ, କିଛି ବ୍ୟାଙ୍କ ଜମା ମଧ୍ୟ କରିପାରିବାର ସୂଚନା ମଧ୍ୟ ରହିଛି।
ମୀନମୀନ

ସ୍ବାସ୍ଥ୍ୟ ଭଲ ରହିବା ସହ କର୍ମାରମ୍ଭ, ନିଯୁକ୍ତି ଖବର, ବନ୍ଧୁଙ୍କ ନିମନ୍ତ୍ରଣରେ ଯାତ୍ରା ଭଳି ଶୁଭସୂଚକ କେତେକ କାର୍ଯ୍ୟ କରିବେ। ଶନିଙ୍କ ସ୍ଥିତିଜନିତ ମାନସିକ ଅସ୍ଥିରତା ଲାଗି ରହିଲେ ମଧ୍ୟ କାମ ଅଟକିବ ନାହିଁ । ପରିବାର ଖର୍ଚ୍ଚ ବୃଦ୍ଧିହେତୁ ମନରେ ସରସତା ରହି ନ ପାରେ। ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିପାରନ୍ତି।

The post ରାଶିଫଳ: ଗୁରୁବାର, ଜୁନ୍ ୫ ତାରିଖ – Daily Horoscope appeared first on Dharitri Odia News.