ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

ଭୁବନେଶ୍ୱର,୫।୧: ପୁଣି ଭାରତର ଏକ ନମ୍ବର ଧନୀ ତାଲିକାକୁ ଫେରିଛନ୍ତି ଗୌତମ ଆଦାନି। ହିଣ୍ଡେନବର୍ଗ ରିପୋର୍ଟ ପରେ ଦୋହଲି ଯାଇଥିବା ଆଦାନି ସାମ୍ରାଜ୍ୟ ପୁଣିଥରେ ଶକ୍ତି ଯୋଗାଡ଼ କରି ଆଗକୁ ବଢିଛି। ଏହା ସହିତ ଗୌତମ ଆଦାନି ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଭାରତ ଏବଂ ଏସିଆର ଏକ ନମ୍ବର ଧନୀ ତାଲିକାରେ ପ୍ରଥମ ସ୍ଥାନ ଦଖଲ କରିଛନ୍ତି। ଆଦାନି ବିଶ୍ୱ ଧନୀ ତାଲିକାରେ ମଧ୍ୟ ଲମ୍ବା ଡିଆଁ ମାରି ୧୨ ନମ୍ବର […] The post ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ appeared first on Dharitri Odia News.

ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

ଭୁବନେଶ୍ୱର,୫।୧: ପୁଣି ଭାରତର ଏକ ନମ୍ବର ଧନୀ ତାଲିକାକୁ ଫେରିଛନ୍ତି ଗୌତମ ଆଦାନି। ହିଣ୍ଡେନବର୍ଗ ରିପୋର୍ଟ ପରେ ଦୋହଲି ଯାଇଥିବା ଆଦାନି ସାମ୍ରାଜ୍ୟ ପୁଣିଥରେ ଶକ୍ତି ଯୋଗାଡ଼ କରି ଆଗକୁ ବଢିଛି। ଏହା ସହିତ ଗୌତମ ଆଦାନି ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଭାରତ ଏବଂ ଏସିଆର ଏକ ନମ୍ବର ଧନୀ ତାଲିକାରେ ପ୍ରଥମ ସ୍ଥାନ ଦଖଲ କରିଛନ୍ତି। ଆଦାନି ବିଶ୍ୱ ଧନୀ ତାଲିକାରେ ମଧ୍ୟ ଲମ୍ବା ଡିଆଁ ମାରି ୧୨ ନମ୍ବର ତାଲିକାରେ ପହଞ୍ଚିଛନ୍ତି ଏବଂ ତାଙ୍କ ପଛକୁ ମୁକେଶ ଅମ୍ବାନୀ ୧୩ତମ ସ୍ଥାନରେ ରହିଛନ୍ତି।

ଏହା ପୂର୍ବରୁ ଡିସେମ୍ବର ୨୦୨୩ରେ ମୁକେଶ ବିଶ୍ୱ ଧନୀ ତାଲିକାରେ ୧୪ତମ ସ୍ଥାନକୁ ଉଠିଥିବା ବେଳେ ଆଦାନି ୧୫ତମ ସ୍ଥାନରେ ରହିଥିଲେ। ବର୍ତମାନ ଆଦାନିଙ୍କ ମୋଟ ସମ୍ପତ୍ତି ୯୭.୬ ବିଲିୟନ ଆମେରିକୀୟ ଡଲାର ରହିଛି, ଗତ ୨୪ ଘଣ୍ଟାରେ ଆଦାନିଙ୍କ ସମ୍ପତ୍ତି ୭.୬ ବିଲିୟନ ଡଲାର ବୃଦ୍ଧି ପାଇଛି।

ତେବେ ଆଦାନି-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଆଦାନି ସମୂହ କମ୍ପାନୀ ମାନଙ୍କର ଶେୟାର ମୂଲ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଗୌତମ ଆଦାନିଙ୍କ ସମ୍ପତ୍ତି ବୃଦ୍ଧି ପାଇଛି। ସୁପ୍ରିମକୋର୍ଟ ଶୁଣାଣି ସମୟରେ କହିଥିଲେ ଯେ ଏହି ଘଟଣାରେ ସେବି’ର ତଦନ୍ତ ସଠିକ୍ ମାର୍ଗରେ ଅଛି। ଏହାସହ ସେବି’କୁ ୨୪ ଟି ମଧ୍ୟରୁ ଅବଶିଷ୍ଟ ୨ ମାମଲାର ତଦନ୍ତ କରିବାକୁ ଆଉ ୩ ମାସ ସମୟ ଦେଇଛନ୍ତି।

The post ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ appeared first on Dharitri Odia News.