ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତ, ଅଷ୍ଟ୍ରେଲିଆକୁ କଲା ଚିତ୍‌ପଟାଙ୍ଗ

ପ୍ୟାରିସ୍‌,୨।୮: ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଟିମ। ଦଳ ଆଜି ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇ ଦେଇଛି। ଏଥିସହ ଦୀର୍ଘ ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ ଅଷ୍ଟ୍ରେଲିଆକୁ ହରାଇବାର ସଫଳତା ପାଇଛି। ଶେଷ ଥର ପାଇଁ ଭାରତ ୧୯୭୨ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇଥିଲା। ଏହାପରେ ଭାରତ ଯେତେଥର ବି ଅଷ୍ଟ୍ରେଲିଆକୁ ଭେଟିଥିଲା ସବୁବେଳେ ପରାଜିତ ହୋଇଥିଲା। କିନ୍ତୁ ଆଜି ହରମନପ୍ରୀତ ସିଂହଙ୍କ ଭାରତୀୟ […] The post ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତ, ଅଷ୍ଟ୍ରେଲିଆକୁ କଲା ଚିତ୍‌ପଟାଙ୍ଗ appeared first on Dharitri Odia News.

ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତ, ଅଷ୍ଟ୍ରେଲିଆକୁ କଲା ଚିତ୍‌ପଟାଙ୍ଗ

ପ୍ୟାରିସ୍‌,୨।୮: ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଟିମ। ଦଳ ଆଜି ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇ ଦେଇଛି। ଏଥିସହ ଦୀର୍ଘ ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ ଅଷ୍ଟ୍ରେଲିଆକୁ ହରାଇବାର ସଫଳତା ପାଇଛି।

ଶେଷ ଥର ପାଇଁ ଭାରତ ୧୯୭୨ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇଥିଲା। ଏହାପରେ ଭାରତ ଯେତେଥର ବି ଅଷ୍ଟ୍ରେଲିଆକୁ ଭେଟିଥିଲା ସବୁବେଳେ ପରାଜିତ ହୋଇଥିଲା। କିନ୍ତୁ ଆଜି ହରମନପ୍ରୀତ ସିଂହଙ୍କ ଭାରତୀୟ ହକି ଟିମ ନୂଆ ରେକର୍ଡ କରିଛି। ଭାରତ ପକ୍ଷରୁ ଅଭିଷେକ ପ୍ରଥମ ଗୋଲ ସ୍କୋର କରିଥିବା ବେଳେ ବାକି ଦୁଇଟି ଗୋଲ ହରମନପ୍ରୀତଙ୍କ ଷ୍ଟିକରୁ ଆସିଛି। ଏହି ବିଜୟ ସହ ଭାରତ ଗ୍ରୁପ ବି’ର ଦ୍ୱିତୀୟ ସ୍ଥାନରେ ରହି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମ ସ୍ଥାନରେ ଅଲିମ୍ପିକ୍ସ ଚାମ୍ପିୟନ ବେଲଜିୟମ ରହିଛି।

ସୂଚନାଥାଉ କି, ୧୯୭୨ରେ ଭାରତ ଶେଷ ଥର ପାଇଁ ଅଷ୍ଟ୍ରେଲିଆକୁ ୩-୧ରେ ହରାଇଥିଲା। ଏହାପରେ ଦଳ ୧୯୭୬ରେ ୧-୬, ୧୯୭୬(ପ୍ଲେ ଅଫ)ରେ ପୁଣିଥରେ ଶୁଟ୍‌ ଆଉଟରେ ୪-୫, ୧୯୮୪ରେ ୨-୪, ୧୯୯୨ରେ ୦-୧, ୨୦୦୦ରେ ୨-୨, ୨୦୦୪ରେ ୩-୪, ୨୦୨୦ରେ ୧-୭ରେ ପରାସ୍ତ ହୋଇଥିଲା।

The post ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତ, ଅଷ୍ଟ୍ରେଲିଆକୁ କଲା ଚିତ୍‌ପଟାଙ୍ଗ appeared first on Dharitri Odia News.