ଯାଜପୁର, ନୂଆ ଜଗନ୍ନାଥ ରାସ୍ତା ପାଲଟିଛି ଡମ୍ପିଂୟାର୍ଡ଼, ଦୃଷ୍ଟି ଦେବାକୁ ପ୍ରଶାସନ ନିକଟରେ ଦାବି
ନିରାକାରପୁର, ୨୬।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ନିରାକାରପୁର ବଜାରରୁ ଲେଣ୍ଡୋ ପଞ୍ଚାୟତର ଯାଜପୁର ଗାଁକୁ ଯିବା ମୁଖ୍ୟ ରାସ୍ତାଟି ଏବେ ଡମ୍ପିଂୟାର୍ଡ଼ ପାଲଟିଛି। ଖାଲି ଯାଜପୁର ନୁହେଁ ଏହି ରାସ୍ତା ଉପରେ ଲେଣ୍ଡୋ ପଞ୍ଚାୟତର ରେଙ୍ଗଟା, ମାଳିସାହି, କୁନିଆଁ ସାମନ୍ତରାପୁର, ଭଗବତୀପଡ଼ା, କଣାସ ବ୍ଲକର ତଇଲା, ବରାଗଡ଼, ଅଭୟପୁର ସମେତ ପଡୋଶୀ ୫ରୁ ଉର୍ଦ୍ଧ ପଞ୍ଚାୟତବାସୀ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ମାତ୍ର ରାସ୍ତାସାରା ଡମ୍ପିଂୟାର୍ଡ଼ କାରଣରୁ ଲୋକେ ଏହି ରାସ୍ତା ନାଁ ଶୁଣିଲେ […] The post ଯାଜପୁର, ନୂଆ ଜଗନ୍ନାଥ ରାସ୍ତା ପାଲଟିଛି ଡମ୍ପିଂୟାର୍ଡ଼, ଦୃଷ୍ଟି ଦେବାକୁ ପ୍ରଶାସନ ନିକଟରେ ଦାବି appeared first on Dharitri Odia News.
ନିରାକାରପୁର, ୨୬।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ନିରାକାରପୁର ବଜାରରୁ ଲେଣ୍ଡୋ ପଞ୍ଚାୟତର ଯାଜପୁର ଗାଁକୁ ଯିବା ମୁଖ୍ୟ ରାସ୍ତାଟି ଏବେ ଡମ୍ପିଂୟାର୍ଡ଼ ପାଲଟିଛି। ଖାଲି ଯାଜପୁର ନୁହେଁ ଏହି ରାସ୍ତା ଉପରେ ଲେଣ୍ଡୋ ପଞ୍ଚାୟତର ରେଙ୍ଗଟା, ମାଳିସାହି, କୁନିଆଁ ସାମନ୍ତରାପୁର, ଭଗବତୀପଡ଼ା, କଣାସ ବ୍ଲକର ତଇଲା, ବରାଗଡ଼, ଅଭୟପୁର ସମେତ ପଡୋଶୀ ୫ରୁ ଉର୍ଦ୍ଧ ପଞ୍ଚାୟତବାସୀ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ମାତ୍ର ରାସ୍ତାସାରା ଡମ୍ପିଂୟାର୍ଡ଼ କାରଣରୁ ଲୋକେ ଏହି ରାସ୍ତା ନାଁ ଶୁଣିଲେ ଏବେ ନାକ ଟେକୁଛନ୍ତି । ଦୈନିକ ନିରାକାରପୁର ହାଟ ବଜାରରୁ ବାହାରୁଥିବା ଆବର୍ଜନା ଏହି ରାସ୍ତାରେ ଗଦା ହେଉଛ। ହାତ ଗଣତି କିଛି ଦୋକାନୀଙ୍କୁ ଛାଡିଦେଲେ ଦୈନିକ ଏଠାରେ ଆବର୍ଜନା ଗଦା ହେବାରେ ଲାଗିଛି । ଦୀର୍ଘଦିନ ଧରି ଆବର୍ଜନା ଜମା ହେବା କାରଣରୁ ଗତ ଲଘୁଚାପ ଜନିତ ଅଦିନିଆ ବର୍ଷା ପରେ ଏହା ପଚି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଫଳରେ ଏହି ରାସ୍ତାରେ ଯାଉଥିବା ଯାତ୍ରୀମାନେ ସମସ୍ୟାରେ ପଡୁଛନ୍ତି। ସେହିପରି ନିକଟରେ ବାସ କରୁଥିବା ଲୋକମାନେ ଏହି ଉତ୍କଟ ଗନ୍ଧଯୋଗୁ ଚଳି ପାରୁନଥିବା ଅଭିଯୋଗ କରିଛନ୍ତି। ରାସ୍ତାର ଏଭଳି ଅବ୍ୟବସ୍ଥା ପାଇଁ ବିଗତ ଦିନରେ ଲେଣ୍ଡୋ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପକ୍ଷରୁ ନିରାକାରପୁର ଥାନାରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ମିଳୁନାହିଁ। ସବୁଠାରୁ ବଡ଼ କଥା ହେଉଛି ଏହି ରାସ୍ତାଦେଇ ବିଭିନ୍ନ ସମୟରେ ବିଭିନ୍ନ ବିଭାଗର ପଦାଧିକାରୀମାନଙ୍କ ସମେତ ସ୍ବାସ୍ଥ୍ୟକର୍ମୀ, ସ୍ଥାନୀୟ ପୋଲିସ ପ୍ରଶାସନ ଏ ଅଞ୍ଚଳର ଇଷ୍ଟଦେବୀ ମା”ତୋଟାଭଗବତୀଙ୍କ ଦର୍ଶନ ସହ ଜରୁରୀ କାଳୀନ କାର୍ଯ୍ୟ ନିମନ୍ତେ ଯାଉଥିଲେ ସୁଦ୍ଧା ସେମାନଙ୍କର ଏଥିପ୍ରତି ଦୃଷ୍ଟି ନ ପଡିବା ବିଡ଼ମ୍ବନାର ବିଷୟ ବୋଲି ସାଧାରଣରେ ଅଭିଯୋଗ ହେଉଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।
The post ଯାଜପୁର, ନୂଆ ଜଗନ୍ନାଥ ରାସ୍ତା ପାଲଟିଛି ଡମ୍ପିଂୟାର୍ଡ଼, ଦୃଷ୍ଟି ଦେବାକୁ ପ୍ରଶାସନ ନିକଟରେ ଦାବି appeared first on Dharitri Odia News.