ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ,୧।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ସଦସ୍ୟ ଅନୁରାଗ ଠାକୁରଙ୍କ ଜାତି ମନ୍ତବ୍ୟକୁ ବୁଧବାର ବିପକ୍ଷ ସଦସ୍ୟମାନେ ଦୃଢ଼ ନିନ୍ଦା କରିଛନ୍ତି। ଏଥିସହ ଦେଶବ୍ୟାପୀ ଜାତିଗତ ଜନଗଣନା କରାଇବାକୁ ସେମାନେ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ଶାସକ-ବିରୋଧୀ ମୁହଁାମୁହଁି ହେବାରୁ ଗୃହରେ ଅଚଳାବସ୍ଥା ଦେଖାଦେଇଛି। ସଭାରେ ମଙ୍ଗଳବାର ବଜେଟ ଉପରେ ଆଲୋଚନା ବେଳେ ରାହୁଲ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ଟାର୍ଗେଟ କରିଥିଲେ। ବଜେଟ ପୂର୍ବରୁ ହଲଓ୍ବା ସେରେମନିର ଫଟୋ ଦେଖାଇ […] The post ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଲା କଂଗ୍ରେସ appeared first on Dharitri Odia News.

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ,୧।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ସଦସ୍ୟ ଅନୁରାଗ ଠାକୁରଙ୍କ ଜାତି ମନ୍ତବ୍ୟକୁ ବୁଧବାର ବିପକ୍ଷ ସଦସ୍ୟମାନେ ଦୃଢ଼ ନିନ୍ଦା କରିଛନ୍ତି। ଏଥିସହ ଦେଶବ୍ୟାପୀ ଜାତିଗତ ଜନଗଣନା କରାଇବାକୁ ସେମାନେ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ଶାସକ-ବିରୋଧୀ ମୁହଁାମୁହଁି ହେବାରୁ ଗୃହରେ ଅଚଳାବସ୍ଥା ଦେଖାଦେଇଛି।
ସଭାରେ ମଙ୍ଗଳବାର ବଜେଟ ଉପରେ ଆଲୋଚନା ବେଳେ ରାହୁଲ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ଟାର୍ଗେଟ କରିଥିଲେ। ବଜେଟ ପୂର୍ବରୁ ହଲଓ୍ବା ସେରେମନିର ଫଟୋ ଦେଖାଇ ରାହୁଲ କହିଥିଲେ, ସୀତାରାମନ୍‌ ହଲଓ୍ବା ପରଷୁଥିବାବେଳେ ତାଙ୍କ ସହ କେହି ଜଣେ ହେଲେ ଏସ୍‌ସି, ଏସ୍‌ଟି କିମ୍ବା ଓବିସି ନ ଥିଲେ। କେବଳ ଉଚ୍ଚଜାତିର ଲୋକଙ୍କୁ ହଲଓ୍ବା ଦିଆଯାଇଥିଲା। ଏହା ଉପରେ ଜବାବ ରଖି ଅନୁରାଗ କହିଥିଲେ, ଯାହାଙ୍କର ଜାତିଗୋତ୍ର ଜଣାନାହିଁ, ସେ ଆମକୁ ଜାତି କଥା କହୁଛନ୍ତି। ଏହି ପ୍ରସଙ୍ଗରେ ମଙ୍ଗଳବାର ଗୃହରେ ହଟ୍ଟଗୋଳ ହୋଇଥିଲା। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରାଗଙ୍କ ଭାଷଣକୁ ଏକ୍ସ’ରେ ଶେୟାର କରିଥିଲେ। ବୁଧବାର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକର ସଦସ୍ୟମାନେ ସରକାର ବିରୋଧୀ ସ୍ଲୋଗାନ ଦେଇ ଗୃହ ମଧ୍ୟଭାଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ବାଚସ୍ପତି ଓମ୍‌ ବିର୍ଲା ଅନୁମତି ନ ଦେବାରୁ କଂଗ୍ରେସ, ଡିଏମ୍‌କେ, ସମାଜବାଦୀ ପାର୍ଟି ଏବଂ ଶିବସେନା (ୟୁବିଟି) ଏମ୍‌ପିମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ପ୍ରଧାନମନ୍ତ୍ରୀ ଅନୁରାଗଙ୍କ ଜାତି ମନ୍ତବ୍ୟ ବେଳର ଦୃଶ୍ୟକୁ ଶେୟାର କରିବା ସଂସଦୀୟ ସ୍ବାଧିକାରର ଭଙ୍ଗ ବୋଲି ସେମାନେ ସମାଲୋଚନା କରିଥିଲେ।

ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ କହିବାକୁ ଉଠିବାରୁ କଂଗ୍ରେସ ଉପନେତା ଗୌରବ ଗୋଗୋଇ ଓ ଅନ୍ୟ କେତେଜଣ ବିରୋଧୀ ସଦସ୍ୟ କାଗଜ ଚିରି ଗୃହ ମଧ୍ୟଭାଗକୁ ଫୋପାଡ଼ିଥିଲେ। ବିର୍ଲା ଏହାକୁ ନାପସନ୍ଦ କରିବା ସହ ଏପରି କାର୍ଯ୍ୟରୁ କ୍ଷାନ୍ତ ରହିବାକୁ ପରାମର୍ଶ ଦେଇଥିଲେ। ରିଜିଜୁ କହିଥିଲେ, କଂଗ୍ରେସ ଜାତି ଆଧାରରେ ଦେଶକୁ ବିଭାଜିତ କରିବାକୁ ଉଦ୍ୟମ କରିଥିଲା। ତେଣୁ କଂଗ୍ରେସ ନେତା ରାହୁଲଙ୍କୁ ତାଙ୍କ ଜାତି ପଚାରିବାରେ କିଛି ଭୁଲ୍‌ ନାହିଁ।ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜଳନ୍ଧର ଏମ୍‌ପି ଚରଣଜିତ୍‌ ସିଂ ଚନ୍ନି ରୁଲ୍‌ ୨୨୨ ଅଧୀନରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଗତ କରିଥିଲେ।

The post ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଲା କଂଗ୍ରେସ appeared first on Dharitri Odia News.