ଚିଟ୍‌ଫଣ୍ଡ ଦୁର୍ନୀତି: ବିମାନ ଜବତ କଲା ଇଡି

ହାଇଦ୍ରାବାଦ,୮।୩: ହାଇଦ୍ରାବାଦର ଏକ କମ୍ପାନୀ ଓ ଏହାର ମାଲିକଙ୍କ ବିରୋଧରେ ମନିଲଣ୍ଡରିଂ ମାମଲାର ତଦନ୍ତ ଚଳାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଉକ୍ତ କମ୍ପାନୀର ହାଇଦ୍ରାବାଦ ଏୟାରପୋର୍ଟରେ ଥିବା ଏକ ବିମାନକୁ ଜବତ କରିଛି। ଫାଲ୍‌କନ୍‌ ଗ୍ରୁପ୍‌ (କ୍ୟାପିଟାଲ ପ୍ରୋଟେକ୍ସନ ଫୋର୍ସ ପ୍ରା.ଲିଃ) ଏବଂ ଏହାର ସିଏମ୍‌ଡି ଅମରଦୀପ୍‌ କୁମାର ଓ ଅନ୍ୟମାନେ ଚିଟ୍‌ଫଣ୍ଡ ଦୁର୍ନୀତିରେ ଜମାକାରୀମାନଙ୍କଠାରୁ ୮୫୦ କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଥିଲା। ସାଇବରାବାଦ ପୋଲିସ ଏନେଇ ମାମଲା ରୁଜୁ କରିଥିବାବେଳେ ଇଡି ଏହାର […] The post ଚିଟ୍‌ଫଣ୍ଡ ଦୁର୍ନୀତି: ବିମାନ ଜବତ କଲା ଇଡି appeared first on Dharitri Odia News.

ଚିଟ୍‌ଫଣ୍ଡ ଦୁର୍ନୀତି: ବିମାନ ଜବତ କଲା ଇଡି

ହାଇଦ୍ରାବାଦ,୮।୩: ହାଇଦ୍ରାବାଦର ଏକ କମ୍ପାନୀ ଓ ଏହାର ମାଲିକଙ୍କ ବିରୋଧରେ ମନିଲଣ୍ଡରିଂ ମାମଲାର ତଦନ୍ତ ଚଳାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଉକ୍ତ କମ୍ପାନୀର ହାଇଦ୍ରାବାଦ ଏୟାରପୋର୍ଟରେ ଥିବା ଏକ ବିମାନକୁ ଜବତ କରିଛି। ଫାଲ୍‌କନ୍‌ ଗ୍ରୁପ୍‌ (କ୍ୟାପିଟାଲ ପ୍ରୋଟେକ୍ସନ ଫୋର୍ସ ପ୍ରା.ଲିଃ) ଏବଂ ଏହାର ସିଏମ୍‌ଡି ଅମରଦୀପ୍‌ କୁମାର ଓ ଅନ୍ୟମାନେ ଚିଟ୍‌ଫଣ୍ଡ ଦୁର୍ନୀତିରେ ଜମାକାରୀମାନଙ୍କଠାରୁ ୮୫୦ କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଥିଲା।

ସାଇବରାବାଦ ପୋଲିସ ଏନେଇ ମାମଲା ରୁଜୁ କରିଥିବାବେଳେ ଇଡି ଏହାର ତଦନ୍ତ କରୁଛି। ଏକ ନିବେଶ ଯୋଜନାରେ ଅଧିକ ସୁଧ ଦେବାର ପ୍ରଲୋଭନ ଦେଖାଇ ଫାଲ୍‌କନ ଗ୍ରୁପ୍‌ ଜମାକାରୀଙ୍କଠାରୁ ୧,୭୦୦ କୋଟି ଟଙ୍କା ସଂଗ୍ରହ କରିଥିଲା। ସେଥିରୁ ୮୫୦ କୋଟି ଟଙ୍କା ଜମାକାରୀଙ୍କୁ ଫେରାଯାଇ ନ ଥିଲା। ଅମରଦୀପ୍‌ ଉକ୍ତ ବିମାନରେ ଦେଶ ବାହାରକୁ ପଳାଇଥିଲେ। କମ୍ପାନୀର ୮ ସିଟ୍‌ ବିଶିଷ୍ଟ ଉକ୍ତ ଏନ୍‌୯୩୫ଏଚ୍‌ ହଓ୍ବକର ୮୦୦ଏ ବିମାନ ଶୁକ୍ରବାର ହାଇଦ୍ରବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିବା ବେଳେ ଇଡି କର୍ତ୍ତୃପକ୍ଷ ଏହାକୁ ଜବତ କରିଛନ୍ତି। ଗତବର୍ଷ କିଣାଯାଇଥିବା ଉକ୍ତ ବିମାନର ମୂଲ୍ୟ ପ୍ରାୟ ୧୪ କୋଟି ଟଙ୍କା ବୋଲି ଇଡି ତଲାସିରୁ ଜଣାପଡ଼ିଛି।

The post ଚିଟ୍‌ଫଣ୍ଡ ଦୁର୍ନୀତି: ବିମାନ ଜବତ କଲା ଇଡି appeared first on Dharitri Odia News.