ଦରମା ବୃଦ୍ଧି ନେଇ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ, ସୂଚନା ଦେଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ
ଖୁବଶୀଘ୍ର ଭତ୍ତା ସହ ଆଶା, ଅଙ୍ଗନବାଡ଼ି ଦିଦି, ସ୍ବଚ୍ଛ ସାଥୀଙ୍କ ଦରମା ବୃଦ୍ଧି ନେଇ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ । ଏ ନେଇ ଗଜପତିରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସୂଚନା ଦେଇଛନ୍ତି । ସେହିପରି ୭ ମାସରେ ଗଜପତି ଜିଲ୍ଲାକୁ ମିଳିଛି ୨୭୯ କୋଟି ଟଙ୍କା । ପାରଳାଖେମୁଣ୍ଡି ଚାରି ଥାକିଆ ବାଇପାସ ରାସ୍ତା ପାଇଁ ୫୦ କୋଟି ମଞ୍ଜୁର କରାଯାଇଛି । ଗତବର୍ଷ ମେ ୧୦ ତାରିଖରେ ଗଜପତି ଆସି ୩୮୦ ଦରଖାସ୍ତ […] The post ଦରମା ବୃଦ୍ଧି ନେଇ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ, ସୂଚନା ଦେଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ appeared first on KNews Odisha.

ଖୁବଶୀଘ୍ର ଭତ୍ତା ସହ ଆଶା, ଅଙ୍ଗନବାଡ଼ି ଦିଦି, ସ୍ବଚ୍ଛ ସାଥୀଙ୍କ ଦରମା ବୃଦ୍ଧି ନେଇ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ । ଏ ନେଇ ଗଜପତିରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସୂଚନା ଦେଇଛନ୍ତି । ସେହିପରି ୭ ମାସରେ ଗଜପତି ଜିଲ୍ଲାକୁ ମିଳିଛି ୨୭୯ କୋଟି ଟଙ୍କା ।
ପାରଳାଖେମୁଣ୍ଡି ଚାରି ଥାକିଆ ବାଇପାସ ରାସ୍ତା ପାଇଁ ୫୦ କୋଟି ମଞ୍ଜୁର କରାଯାଇଛି । ଗତବର୍ଷ ମେ ୧୦ ତାରିଖରେ ଗଜପତି ଆସି ୩୮୦ ଦରଖାସ୍ତ ପାଇଥିଲେ। ଏଥି ମଧ୍ୟରୁ ୩୫୦ଟି ଦରଖାସ୍ତ ସମାଧାନ ହୋଇଥିବା 5T ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।
ଗ୍ରାମାଞ୍ଚଳରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ନଥିବା ଲୋକଙ୍କୁ ବିଏସକେଓ୍ବାଇ ନବୀନ କାର୍ଡ ପାଇଁ ଆବେଦନ କରିବାକୁ କୁହଯାଇଛି। ନୂଆ ଓଡ଼ିଶା ଗଠନ କରିବାକୁ ଆହ୍ବାନ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ଏପଟେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମରେ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ 5T ଅଧ୍ୟକ୍ଷ । ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି । ପାଠପଢା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଉପରେ ଗୁରୁତ୍ବାରୋପ କରିଛନ୍ତି ।
The post ଦରମା ବୃଦ୍ଧି ନେଇ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ, ସୂଚନା ଦେଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ appeared first on KNews Odisha.