ଦୀର୍ଘ ୧୬ଘଣ୍ଟା ପରେ ମୋରମ ଖାଦାନରୁ ଉଦ୍ଧାର ହେଲା ହାତୀ ଛୁଆ
କରଞ୍ଜିଆ ୪।୧: ମୋରମ ଖାଦାନ ଖାଲରେ ହାତୀ ଛୁଆ ଖସିପଡିବା ଘଟଣାର ଦୀର୍ଘ ୧୬ଘଣ୍ଟା ପରେ ମୋରମ ଖାଦାନରୁ ଉଦ୍ଧାର ହେଲା ହାତୀ ଛୁଆ । ଗତ ରାତିରୁ କରଞ୍ଜିଆ ବନଖଣ୍ଡ ଅର୍ନ୍ତଗତ ପକାମୁଣ୍ଡା ମୋରମ୍ ଖାଦାନରେ ଖସିପଡିଥିଲା । ଗୁରୁତର ହୋଇ ଖାଲ ଭିତରେ ଫସି ରହିଥିଲା ହାତୀ ଛୁଆ । ହାତୀ ଛୁଆକୁ ନିସ୍ତେଜକ ଇଞ୍ଜେକସନ ଦେଇ ଏକ ହାଇଡ୍ରା ମେସିନ ସାହାଯ୍ୟରେ ଖାଦାନ ଖାଲ ଭିତରୁ ଉଦ୍ଧାର କଲା ବନ ବିଭାଗ । ବର୍ତ୍ତମାନ ତାକୁ ସତେଜ ହେବା ପାଇଁ ଇଞ୍ଜେକସନ ଦିଆଯାଇଛି । ହାତୀ ଛୁଆ ସଚେତ ଅବସ୍ଥାକୁ ଆସିଲେ ତାର ସ୍ବାସ୍ଥ୍ୟାବସ୍ଥା ଠିକ୍ ଭାବେ ଜଣାପଡ଼ିବ ବୋଲି କରଞ୍ଜିଆ DFO ଶ୍ରୀକାନ୍ତ ନାୟକ ସୂଚନା ଦେଇଛନ୍ତି ।You Can Read:ପୌର ସଂସ୍ଥା କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ
କରଞ୍ଜିଆ ୪।୧: ମୋରମ ଖାଦାନ ଖାଲରେ ହାତୀ ଛୁଆ ଖସିପଡିବା ଘଟଣାର ଦୀର୍ଘ ୧୬ଘଣ୍ଟା ପରେ ମୋରମ ଖାଦାନରୁ ଉଦ୍ଧାର ହେଲା ହାତୀ ଛୁଆ । ଗତ ରାତିରୁ କରଞ୍ଜିଆ ବନଖଣ୍ଡ ଅର୍ନ୍ତଗତ ପକାମୁଣ୍ଡା ମୋରମ୍ ଖାଦାନରେ ଖସିପଡିଥିଲା । ଗୁରୁତର ହୋଇ ଖାଲ ଭିତରେ ଫସି ରହିଥିଲା ହାତୀ ଛୁଆ । ହାତୀ ଛୁଆକୁ ନିସ୍ତେଜକ ଇଞ୍ଜେକସନ ଦେଇ ଏକ ହାଇଡ୍ରା ମେସିନ ସାହାଯ୍ୟରେ ଖାଦାନ ଖାଲ ଭିତରୁ ଉଦ୍ଧାର କଲା ବନ ବିଭାଗ । ବର୍ତ୍ତମାନ ତାକୁ ସତେଜ ହେବା ପାଇଁ ଇଞ୍ଜେକସନ ଦିଆଯାଇଛି । ହାତୀ ଛୁଆ ସଚେତ ଅବସ୍ଥାକୁ ଆସିଲେ ତାର ସ୍ବାସ୍ଥ୍ୟାବସ୍ଥା ଠିକ୍ ଭାବେ ଜଣାପଡ଼ିବ ବୋଲି କରଞ୍ଜିଆ DFO ଶ୍ରୀକାନ୍ତ ନାୟକ ସୂଚନା ଦେଇଛନ୍ତି ।
You Can Read:
ପୌର ସଂସ୍ଥା କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ