ଫାର୍ମ ହାଉସରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର
ଅନୁଗୁଳ : ଅନୁଗୁଳ ବନ୍ତଳାରେ ଚାଞ୍ଚଲ୍ୟ । ଫାର୍ମ ହାଉସ ଜମିରୁ ମିଳିଲା ଦମ୍ପତିଙ୍କ ମୃତଦେହ । ଫାର୍ମ ହାଉସରେ ଲାଗିଥିବା ସୋଲାର ତାରବାଡ଼ରେ ଲାଗି ରହି ଅଘଟଣ ଘଟିଛି । ମୃତକ ହେଲେ ଅନୁଗୁଳ ଜିଲ୍ଲା ଗଦେଇମୁଣ୍ଡା ଗାଁର ସୁରା ପ୍ରଧାନ ଓ ସୁକାନ୍ତି ପ୍ରଧାନ । ଉଭୟ ପ୍ରାୟ ଏକ ବର୍ଷ ହେବ ବନ୍ତଳା ପୋକତୁଙ୍ଗା ଗାଁର ଭାବଗ୍ରାହୀ ଦେହୁରୀଙ୍କ ଫାର୍ମ ହାଉସରେ ବାଡ଼ି ବଗିଚାର କାମ କରୁଥିଲେ । ଆଜି ସକାଳେ ଉଭୟଙ୍କ […]

ଅନୁଗୁଳ : ଅନୁଗୁଳ ବନ୍ତଳାରେ ଚାଞ୍ଚଲ୍ୟ । ଫାର୍ମ ହାଉସ ଜମିରୁ ମିଳିଲା ଦମ୍ପତିଙ୍କ ମୃତଦେହ । ଫାର୍ମ ହାଉସରେ ଲାଗିଥିବା ସୋଲାର ତାରବାଡ଼ରେ ଲାଗି ରହି ଅଘଟଣ ଘଟିଛି । ମୃତକ ହେଲେ ଅନୁଗୁଳ ଜିଲ୍ଲା ଗଦେଇମୁଣ୍ଡା ଗାଁର ସୁରା ପ୍ରଧାନ ଓ ସୁକାନ୍ତି ପ୍ରଧାନ । ଉଭୟ ପ୍ରାୟ ଏକ ବର୍ଷ ହେବ ବନ୍ତଳା ପୋକତୁଙ୍ଗା ଗାଁର ଭାବଗ୍ରାହୀ ଦେହୁରୀଙ୍କ ଫାର୍ମ ହାଉସରେ ବାଡ଼ି ବଗିଚାର କାମ କରୁଥିଲେ ।
ଆଜି ସକାଳେ ଉଭୟଙ୍କ ମୃତଦେହ ଏକାଠି ପଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ପୋକତୁଙ୍ଗାର ରଗୁଡ଼ିତଇଲା ନିକଟରେ କୌଣସି ବ୍ୟକ୍ତି ଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିବା ବେଳେ ସେଥିରେ ଲାଗି ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ବନ୍ତଳା ପୁଲିସ ଘଟଣାସ୍ଥଳରୁ ଉଭୟ ଶବ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ତଦନ୍ତ କରୁଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ସଠିକ କାରଣ ଜଣା ପଡି ନଥିବାବେଳେ ଉପଯୁକ୍ତ ତଦନ୍ତ ଦାବି କରିଚାହଁନ୍ତି ପରିବାର ଲୋକେ ।