ମେ ମାସରେ ପୁଣି ବାତ୍ୟା ସମ୍ଭାବନା !
ଭୁବନେଶ୍ୱର : ମେ ମାସରେ ପୁଣି ବାତ୍ୟା ସମ୍ଭାବନା ! ଏହାର ନାଁ ରଖାଯାଇଛି ‘ଶକ୍ତି’ । ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା ସ୍ପଷ୍ଟ ହୋଇନଥିବାବେଳେ,ବାତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି । ମେ ୨୩ ରୁ ୨୮ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରେ ଏହା ବାତ୍ୟାରେ ପରିଣତ ହୋଇ ୨୪ରୁ ୨୬ତାରିଖ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଛି । ଏହା ଓଡ଼ିଶା […]

ଭୁବନେଶ୍ୱର : ମେ ମାସରେ ପୁଣି ବାତ୍ୟା ସମ୍ଭାବନା ! ଏହାର ନାଁ ରଖାଯାଇଛି ‘ଶକ୍ତି’ । ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା ସ୍ପଷ୍ଟ ହୋଇନଥିବାବେଳେ,ବାତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି । ମେ ୨୩ ରୁ ୨୮ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରେ ଏହା ବାତ୍ୟାରେ ପରିଣତ ହୋଇ ୨୪ରୁ ୨୬ତାରିଖ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଛି । ଏହା ଓଡ଼ିଶା ଉପକୂଳ ଓ ବାଂଲାଦେଶର ଚତୋଗ୍ରାମରେ ପ୍ରଭାବ ପକାଇପାରେ । ଏନେଇ ବାଂଲଦେଶ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ବାତ୍ୟା ସମ୍ଭାବନା ନେଇ କହିନାହିଁ।
ଘୂର୍ଣ୍ଣିଝଡର ପ୍ରାଥମିକ ପ୍ରଭାବ ବାଂଲାଦେଶ ଉପରେ ପଡିବାର ଆଶଙ୍କା କରାଯାଉଥିବା ବେଳେ ଓଡ଼ିଶାର ଉପକୂଳ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ ଏବଂ ଖୋର୍ଦ୍ଧାରେ ମଧ୍ୟମ ପ୍ରଭାବ ପଡିପାରେ । ଏହି ଅଞ୍ଚଳରେ ୨୪ରୁ ୨୭ ମେ ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ୪୦ରୁ ୬୦କି.ମି ବେଗରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏଥିପାଇଁ ପ୍ରଶାସନିକ ସ୍ଥରରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହେଲାଣି ।
ସୂଚନା ଅନୁସାରେ ମୌସୁମୀ ବାୟୁ ମଙ୍ଗଳବାର ଦକ୍ଷିଣ ବିଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ, ନିକୋବର ଦ୍ୱୀପପୁଞ୍ଜ ଏବଂ ଉତ୍ତର ଆଣ୍ଡାମାନର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି । ଏହି ସମୟରେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିଝଡ ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଛି । ମୌସୁମୀ ଏଥର ସଅଳ ଆସିଥିଲେ ହେଁ ପୂରା ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ପୂର୍ବରୁ ହିଁ ପାଣିପାଗ ବିଭାଗ ସ୍ପଷ୍ଟ କରି ସାରିଛି। ଆଇଏମଡିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଏବେ ମୌସୁମୀ ପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ।