୧୪ ବର୍ଷର ବାଳକ ଗଢ଼ିଲେ ଦେଶ, ନିଜକୁ କହିଲେ ରାଷ୍ଟ୍ରପତି, ତିଆରି କଲେ ଜାତୀୟ ପତାକା
ଜଣେ ୧୪ ବର୍ଷର ବାଳକ ପାଠପଢ଼ା କିମ୍ବା ଖେଳକୁଦରେ ନାଁ କମାଇବା ସାଧାରଣ କଥା। ମାତ୍ର ଏତେ କମ୍ ବୟସରେ ଏକ ବଡ଼ କାମ କରିବା ଏକଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ବିଶ୍ୱାସ ନ ହେଲେ ବି ଏହା ସତ। ଜଣେ ନାବାଳକ ନିଜେ ଏକ ଦେଶ ସୃଷ୍ଟି କରି ଏହାକୁ ଚଳାଉଛନ୍ତି । ଏହା ଯେତିକି ଅଦ୍ଭୁତ ଲାଗୁଛି, ପ୍ରକୃତରେ ଏହି ଘଟଣା ସତ। ଏହି ବୟସରେ କେହି ଜଣେ ଦେଶର ରାଷ୍ଟ୍ରପତି ହୋଇପାରିବେ କି? […] The post ୧୪ ବର୍ଷର ବାଳକ ଗଢ଼ିଲେ ଦେଶ, ନିଜକୁ କହିଲେ ରାଷ୍ଟ୍ରପତି, ତିଆରି କଲେ ଜାତୀୟ ପତାକା appeared first on Dharitri Odia News.
ଜଣେ ୧୪ ବର୍ଷର ବାଳକ ପାଠପଢ଼ା କିମ୍ବା ଖେଳକୁଦରେ ନାଁ କମାଇବା ସାଧାରଣ କଥା। ମାତ୍ର ଏତେ କମ୍ ବୟସରେ ଏକ ବଡ଼ କାମ କରିବା ଏକଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ବିଶ୍ୱାସ ନ ହେଲେ ବି ଏହା ସତ। ଜଣେ ନାବାଳକ ନିଜେ ଏକ ଦେଶ ସୃଷ୍ଟି କରି ଏହାକୁ ଚଳାଉଛନ୍ତି । ଏହା ଯେତିକି ଅଦ୍ଭୁତ ଲାଗୁଛି, ପ୍ରକୃତରେ ଏହି ଘଟଣା ସତ। ଏହି ବୟସରେ କେହି ଜଣେ ଦେଶର ରାଷ୍ଟ୍ରପତି ହୋଇପାରିବେ କି? କିଏ ତାଙ୍କୁ ରାଷ୍ଟ୍ରପତି ଭାବରେ ବିବେଚନା କରିବେ? ଜାଣନ୍ତୁ ଏ ସମ୍ପର୍କରେ…
ସାଧାରଣତଃ ଏତେ କମ୍ ବୟସରେ ପିଲା ଗମ୍ଭୀର ହେବା ଆରମ୍ଭ କରନ୍ତି ଏବଂ ସେମାନଙ୍କ ଭବିଷ୍ୟତ ବିଷୟରେ ବୁଝିବାକୁ ଚେଷ୍ଟା କରନ୍ତି, ସେତେବେଳେ ଗୋଟିଏ ପୁଅ ସମଗ୍ର ଦେଶକୁ ନିଜ ଅଧୀନକୁ ନେବା ଆରମ୍ଭ କରିଛନ୍ତି। ଏହି ବାଳକଙ୍କର ନାମ ହେଉଛି ଡାନିଏଲ ଜ୍ୟାକସନ ଏବଂ ୨୦୧୯ରେ ସେ କିଛି ଲୋକଙ୍କ ସହ ଏକ ଦେଶ ପ୍ରତିଷ୍ଠା କରିଥିଲେ ଏବଂ ନିଜେ ଏହାର ରାଷ୍ଟ୍ରପତି ହୋଇଥିଲେ।
ଏକ ରିପୋର୍ଟ ଅନୁଯାୟୀ, ଡାନୁବ ନଦୀ ନିକଟରେ ଫ୍ରି ରିପବ୍ଲିକ ଅଫ ଭର୍ଡିସ ନାମକ ଏକ ଦେଶ ଅଛି। ଏହି ଦେଶ ମାତ୍ର ୦.୨ ବର୍ଗ ମାଇଲଠାରୁ ଛୋଟ ହେବ ଯଥା ଏକ ପାର୍କ। ଏହି ଦେଶର ରାଷ୍ଟ୍ରପତି ହେଉଛନ୍ତି ଡାନିଏଲ ଜ୍ୟାକ୍ସନ। ସେ ସାକ୍ଷାତକାରରେ ଡାନିଏଲ କହିଛନ୍ତି, ମାତ୍ର ୧୪ ବର୍ଷ ବୟସରେ ସେ କିଛି ଲୋକଙ୍କ ସହ ମିଶି ଏହି ଦେଶ ପ୍ରତିଷ୍ଠା କରିଥିଲେ। କାରଣ ଏହି ସ୍ଥାନଟିକୁ କେହି ଦଖଲ କରି ନ ଥିଲେ। ଏହି ଲୋକମାନେ ତାଙ୍କୁ ଫ୍ରି ରିପବ୍ଲିକ୍ ଅଫ ଭର୍ଡିସ ନାମକ ଏହି ମାଇକ୍ରୋନେଶନର ସଭାପତି ଭାବରେ ମନୋନୀତ କରିଛନ୍ତି। ଏହି ଦେଶରେ ପହଞ୍ଚିବା ପାଇଁ କେବଳ ଗୋଟିଏ ଉପାୟ ଅଛି, ଯାହା ୫ କିଲୋମିଟର ପର୍ଯ୍ୟନ୍ତ ଡଙ୍ଗାରେ ଯିବାକୁ ପଡ଼ିଥାଏ।
ସେ ଏହି ଦେଶରେ ଡାନିଏଲ ଜ୍ୟାକସନଙ୍କ ବ୍ୟବସ୍ଥା କରିବାକୁ ଚାହୁଁଛନ୍ତି। ବର୍ତ୍ତମାନ ଡାନିଏଲ କହିଛନ୍ତି, ଯୁଦ୍ଧ ସମୟରେ ସେ ୟୁକ୍ରେନକୁ ମଧ୍ୟ ସାହାଯ୍ୟ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ୪୦୦ ଲୋକ ଏହି ଦେଶର ନାଗରିକତ୍ୱ ଗ୍ରହଣ କରିଛନ୍ତି ଏବଂ ୧୫୦୦୦ ଲୋକ ଏହା ପାଇଁ ଦସ୍ତଖତ କରିଛନ୍ତି ଏବଂ ସେମାନେ ନାଗରିକତ୍ୱକୁ ଅପେକ୍ଷା କରିଛନ୍ତି। ଏହା ଏକ ଭିନ୍ନ ବିଷୟ ଯେ, ଏହି ଦେଶରେ ଭିତ୍ତିଭୂମି ନାମରେ କିଛି ନାହିଁ। ରୁଷିଆର ପ୍ରଭାବରେ ଥିବା ପଡ଼ୋଶୀ କ୍ରୋଏସିଆରୁ ଡାନିଏଲଙ୍କ ଦେଶ ବିପଦରେ। ତାଙ୍କ ଦେଶ ତାଙ୍କ ସହ ଅଘୋଷିତ ଯୁଦ୍ଧରେ ଅଛି।
The post ୧୪ ବର୍ଷର ବାଳକ ଗଢ଼ିଲେ ଦେଶ, ନିଜକୁ କହିଲେ ରାଷ୍ଟ୍ରପତି, ତିଆରି କଲେ ଜାତୀୟ ପତାକା appeared first on Dharitri Odia News.