୬ରେ ଜନ୍ମମାଟିକୁ ବୁଲିଯିବେ ରାଷ୍ଟ୍ରପତି

ବାରିପଦା,୨୦ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୬ରେ ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବେ। ୩ରୁ ୭ ପର୍ଯ୍ୟନ୍ତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜିଲା ପ୍ରଶାସନ ସୂଚନା ଦେଇଛି। ରାଷ୍ଟ୍ରପତି ଡିସେମ୍ବର ୩ରେ ଭୁବନେଶ୍ୱରରେ ପହଞ୍ଚତ୍ବେ। ୩ ଦିନ ଧରି ଭୁବନେଶ୍ୱର ଓ ପୁରୀଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ୬ ତାରିଖରେ ମୟୂରଭଞ୍ଜ ଜିଲା ବାଦାମପାହାଡ଼ସ୍ଥିତ ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିବା ପରେ ଜନ୍ମମାଟି ଉପରବେଡ଼ା […] The post ୬ରେ ଜନ୍ମମାଟିକୁ ବୁଲିଯିବେ ରାଷ୍ଟ୍ରପତି appeared first on Dharitri Odia News.

୬ରେ ଜନ୍ମମାଟିକୁ ବୁଲିଯିବେ ରାଷ୍ଟ୍ରପତି

ବାରିପଦା,୨୦ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୬ରେ ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବେ। ୩ରୁ ୭ ପର୍ଯ୍ୟନ୍ତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜିଲା ପ୍ରଶାସନ ସୂଚନା ଦେଇଛି। ରାଷ୍ଟ୍ରପତି ଡିସେମ୍ବର ୩ରେ ଭୁବନେଶ୍ୱରରେ ପହଞ୍ଚତ୍ବେ। ୩ ଦିନ ଧରି ଭୁବନେଶ୍ୱର ଓ ପୁରୀଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ୬ ତାରିଖରେ ମୟୂରଭଞ୍ଜ ଜିଲା ବାଦାମପାହାଡ଼ସ୍ଥିତ ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିବା ପରେ ଜନ୍ମମାଟି ଉପରବେଡ଼ା ଯିବେ। ପରେ ଉପଖଣ୍ଡ ଚିକିତ୍ସାଳୟରେ ଏସ୍‌ଏଲ୍‌ଏସ୍‌ ଟ୍ରଷ୍ଟ ପକ୍ଷରୁ ଏକ ଯାନର ଲୋକାର୍ପଣ ସହ ରାଇରଙ୍ଗପୁରସ୍ଥିତ ମହିଳା ମହାବିଦ୍ୟାଳୟରେ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ସହ ଆଲୋଚନା କରିବେ। ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିରରେ ଦର୍ଶନ ସହ ଗଣେଶଙ୍କୁ ଆଳତି କରିବେ। ତା’ ପରଦିନ ବିଭିନ୍ନ ପ୍ରକଳ୍ପର ଭିତ୍ତିିପ୍ରସ୍ତର ସ୍ଥାପନ ପରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

The post ୬ରେ ଜନ୍ମମାଟିକୁ ବୁଲିଯିବେ ରାଷ୍ଟ୍ରପତି appeared first on Dharitri Odia News.