ଲେଙ୍ଗୁ ମିଶ୍ର ଛକ -ଜୀରାବ୍ରିଜ ରାସ୍ତା ଜବରଦଖଲ: ଉଚ୍ଛେଦ ଆରମ୍ଭ, ମାଡିଲା ବୋଲଡୋଜର
ବରଗଡ, ୩୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ରବିବାର ସକାଳୁ ଆରମ୍ଭ ହୋଇଛି। ଜବରଦଖଲରେ ରହିଥିବା ଘର ଗୁଡିକ ଉପରେ ବୋଲଡୋଜର ମାଡି ବସିଛି। ବିଭାଗୀୟ ଅଧିକାରୀଙ୍କ ସମେତ ବ୍ୟାପକ ପୋଲିସ ମୁତୟନ ଅଛନ୍ତି। ଉଚ୍ଛେଦ ପୂର୍ବରୁ ଶନିବାର ସମ୍ପୃକ୍ତ ଅଞ୍ଚଳରେ ପୋଲିସ ଫ୍ଲାଗମାର୍ଚ୍ଚ କରିଥିଲା। ଗୁରୁବାର ପୌର ପ୍ରଶାସନ ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକଠାରୁ ରାସ୍ତା ମାପଚୁପ କରିଥିବାବେଳେ ଉଚ୍ଛେଦ ନେଇ ଶୁକ୍ରବାର ଡାକବାଜି ଯନ୍ତ୍ରରେ […] The post ଲେଙ୍ଗୁ ମିଶ୍ର ଛକ -ଜୀରାବ୍ରିଜ ରାସ୍ତା ଜବରଦଖଲ: ଉଚ୍ଛେଦ ଆରମ୍ଭ, ମାଡିଲା ବୋଲଡୋଜର appeared first on Dharitri Odia News.
ବରଗଡ, ୩୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ରବିବାର ସକାଳୁ ଆରମ୍ଭ ହୋଇଛି। ଜବରଦଖଲରେ ରହିଥିବା ଘର ଗୁଡିକ ଉପରେ ବୋଲଡୋଜର ମାଡି ବସିଛି। ବିଭାଗୀୟ ଅଧିକାରୀଙ୍କ ସମେତ ବ୍ୟାପକ ପୋଲିସ ମୁତୟନ ଅଛନ୍ତି। ଉଚ୍ଛେଦ ପୂର୍ବରୁ ଶନିବାର ସମ୍ପୃକ୍ତ ଅଞ୍ଚଳରେ ପୋଲିସ ଫ୍ଲାଗମାର୍ଚ୍ଚ କରିଥିଲା। ଗୁରୁବାର ପୌର ପ୍ରଶାସନ ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକଠାରୁ ରାସ୍ତା ମାପଚୁପ କରିଥିବାବେଳେ ଉଚ୍ଛେଦ ନେଇ ଶୁକ୍ରବାର ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିଲା । ତେବେ ଏହି ଉଚ୍ଛେଦ ଅଭିଯାନ ଆଗକୁ ଆଗେଇ ଚାଲିବ ନା ବିଗତ ବର୍ଷ ଭଳି ଅଧାରେ ଅଟକି ଯିବ, ସେଥିପ୍ରତି ସହରବାସୀଙ୍କ ନଜର ରହିଛି ।
The post ଲେଙ୍ଗୁ ମିଶ୍ର ଛକ -ଜୀରାବ୍ରିଜ ରାସ୍ତା ଜବରଦଖଲ: ଉଚ୍ଛେଦ ଆରମ୍ଭ, ମାଡିଲା ବୋଲଡୋଜର appeared first on Dharitri Odia News.