ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ ସେବା, ମିଳିବ ୫୦ ପ୍ରତିଶତ ରିହାତି
ଭୁବନେଶ୍ୱର,୮।୫: ଯାତ୍ରୀଙ୍କ ଯାତାୟତର ସୁବିଧା ପାଇଁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ ସେବା। ମୁଖ୍ୟମନ୍ତ୍ରୀ ବସ ସେବାରେ ମହିଳା, ଟ୍ରାନ୍ସ ଜେଣ୍ଡରଙ୍କୁ ୫୦ ପ୍ରତିଶତ ରିହାତି ମିଳିବ। ଏହାସହ ଛାତ୍ର ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କୁ ମଧ୍ୟ ମିଳିବ ୫୦ ପ୍ରତିଶତ ରିହାତି ମିଳିବାର ସୁବଧା ରହିଛି। ଏହି ପ୍ରସ୍ତାବ ସମେତ ୫ଟି ବିଭାଗର ୮ଟି ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। କ୍ୟାବିନେଟ ବୈଠକରେ ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ ନାଁରେ ନୂତନ ଯୋଜନାକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ […] The post ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ ସେବା, ମିଳିବ ୫୦ ପ୍ରତିଶତ ରିହାତି appeared first on Dharitri Odia News.
ଭୁବନେଶ୍ୱର,୮।୫: ଯାତ୍ରୀଙ୍କ ଯାତାୟତର ସୁବିଧା ପାଇଁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ ସେବା। ମୁଖ୍ୟମନ୍ତ୍ରୀ ବସ ସେବାରେ ମହିଳା, ଟ୍ରାନ୍ସ ଜେଣ୍ଡରଙ୍କୁ ୫୦ ପ୍ରତିଶତ ରିହାତି ମିଳିବ। ଏହାସହ ଛାତ୍ର ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କୁ ମଧ୍ୟ ମିଳିବ ୫୦ ପ୍ରତିଶତ ରିହାତି ମିଳିବାର ସୁବଧା ରହିଛି। ଏହି ପ୍ରସ୍ତାବ ସମେତ ୫ଟି ବିଭାଗର ୮ଟି ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। କ୍ୟାବିନେଟ ବୈଠକରେ ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ ନାଁରେ ନୂତନ ଯୋଜନାକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାକୁ ମଧ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି।
ଏହି ଯୋଜନାରେ ଏକ ହଜାର କୋଟି ବ୍ୟୟରେ ୫୦୦ କିଲୋମିଟର ନୂତନ ରାସ୍ତା ନିର୍ମାଣ ହେବ। ନିର୍ବାଚନ ମଣ୍ଡଳିରେ ଥିବା ସଡ଼କ ନିର୍ମାଣ ଓ ମରାମତି ଏବଂ ନିର୍ବାଚନମଣ୍ଡଳି ଅର୍ଥ ବ୍ୟବସ୍ଥା ନାଁରେ ନୂତନ ଯୋଜନାକୁ ମଞ୍ଜୁରୀ ମିଳିଛି। ପ୍ରାଣୀ ଚିକିତ୍ସା ବୈଷୟିକ ସେବା ନିୟମ ଏବଂ ପ୍ରାଣୀ ଚିକିତ୍ସା ବୈଷୟିକ ସେବା କ୍ୟାଡରରେ ୧୧୩ ନୂତନ ପଦବୀ ସୃଷ୍ଟି କରିବା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି।
ସେହିପରି ଫ୍ୟାମିଲ ପେନସନ ବ୍ୟାବସ୍ଥା ପୂର୍ବରୁ ଅବିବାହିତ ଝିଅଙ୍କ ପାଇଁ ଥିଲା। ଏବେ ଏଥିରେ ସଂଶୋଧନ କରାଯାଇଛି। ଯଦି ଦିବ୍ୟାଙ୍ଗ ଝିଅ ହୋଇଥିବେ, ତାଙ୍କର ବାହାଘର ସରିଛି, ତଥାପି ପେନସନ ପାଇପାରିବେ। କେବଳ ପରିବାରର ଆୟ ୫ଲକ୍ଷରୁ କମ ଥିବ।
The post ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ ସେବା, ମିଳିବ ୫୦ ପ୍ରତିଶତ ରିହାତି appeared first on Dharitri Odia News.