ବଡ଼ ଧରଣର ଅଗ୍ନିକାଣ୍ଡ: ପୋଡ଼ିଗଲା କୋଟି କୋଟି ଟଙ୍କାର ଯନ୍ତ୍ରପାତି
ତାଳଚେର,୧୩।୭(ମନୋଜ ନନ୍ଦ): MCLର ତାଳଚେର କୋଲଫିଲଡ୍ସ ଅନ୍ତର୍ଗତ ଭରତପୁର(ବଉଳପୁର) ସାଇଲୋରେ ରବିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ଯନ୍ତ୍ରପାତି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି। ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବରୁ ଏଭଳି ଘଟିଲା ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ଅପରାହ୍ନରେ ସାଇଲୋରେ ଥିବା ସି-4 ଡ୍ରାଇଭ ହାଉସରେ ନିଆଁ ଲାଗି ଥିଲା । ଏହା କ୍ରମେ କନ୍ଭରବେଲ୍ଟ ଏବଂ ତେଲରେ କ୍ରମଶଃ ନିଆଁ ଲାଗି […] The post ବଡ଼ ଧରଣର ଅଗ୍ନିକାଣ୍ଡ: ପୋଡ଼ିଗଲା କୋଟି କୋଟି ଟଙ୍କାର ଯନ୍ତ୍ରପାତି appeared first on Dharitri Odia News.
ତାଳଚେର,୧୩।୭(ମନୋଜ ନନ୍ଦ): MCLର ତାଳଚେର କୋଲଫିଲଡ୍ସ ଅନ୍ତର୍ଗତ ଭରତପୁର(ବଉଳପୁର) ସାଇଲୋରେ ରବିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ଯନ୍ତ୍ରପାତି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି। ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବରୁ ଏଭଳି ଘଟିଲା ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ରବିବାର ଅପରାହ୍ନରେ ସାଇଲୋରେ ଥିବା ସି-4 ଡ୍ରାଇଭ ହାଉସରେ ନିଆଁ ଲାଗି ଥିଲା । ଏହା କ୍ରମେ କନ୍ଭରବେଲ୍ଟ ଏବଂ ତେଲରେ କ୍ରମଶଃ ନିଆଁ ଲାଗି ଚାରିଆଡେ ବ୍ୟାପିବା ସହ ଯନ୍ତ୍ରାଂଶରେ ନିଅଁା ଲାଗି ଯାଇଥିଲା।
ଖବର ପାଇ ଖଣିର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ। ନିଆଁ ଏତେ ଭୟଙ୍କର ଥିଲା ଯେ, ତାକୁ ଶ୍ରମିକଙ୍କ ଦ୍ୱାରା ଆୟତ୍ତ କରିବା ଅସମ୍ଭବ ପର ହୋଇ ନ ଥିଲା।
ଖବର ପାଇ ବିଭାଗୀୟ ଦମକଳ ଏବଂ ତାଳଚେର ଦମକଳ କର୍ମଚାରୀ ପହଞ୍ଚି ନିଅଁାକୁ ଆୟତ୍ତ କରିଥିଲେ। ସଟଶର୍କିଟ ଯୋଗୁ ନିଆଁ ଲାଗିଥିବା କୁହାଯାଉଛି । ଅଗ୍ନିକାଣ୍ଡ ଯୋଗୁ କୋଟି କୋଟି ଟଙ୍କାର କ୍ଷତି ହୋଇଥିବା କୁହାଯାଉଛି । ଅଗ୍ନିକାଣ୍ଡ ପରେ ନାଲକୋକୁ କୋଇଲା ପରିବହନ ବନ୍ଦ ରହିଛି । ସାଇଲୋରେ ଥିବା ରାପିଡି ଲୋଡିଙ୍ଗ ସିଷ୍ଟମ RLSରୁ କୋଇଲା ନାଲକୋକୁ ଯାଇ ଥାଏ।
The post ବଡ଼ ଧରଣର ଅଗ୍ନିକାଣ୍ଡ: ପୋଡ଼ିଗଲା କୋଟି କୋଟି ଟଙ୍କାର ଯନ୍ତ୍ରପାତି appeared first on Dharitri Odia News.