ସଂସଦରେ ଆଉ ହଙ୍ଗାମା କରିପାରିବେନି ବିରୋଧୀ! ନିୟମରେ ବଡ଼ ପରିବର୍ତ୍ତନ କଲେ ଓମ ବିର୍ଲା
ନୂଆଦିଲ୍ଲୀ,୪।୭: ସଂସଦରେ ଆଉ ହଙ୍ଗାମା କରିପାରିବେନି ବିରୋଧୀ। ଏନେଇ ନିୟମରେ ହୋଇଛି ବଡ଼ ପରିବର୍ତ୍ତନ। ଲୋକ ସଭା ବାଚସ୍ପତି ଓମ ବିର୍ଲା ଏଥିପାଇଁ ନିୟମରେ ବଡ଼ ସଂଶୋଧଡ଼ କରିଛନ୍ତି। ନବ ନିର୍ବାଚିତ ଏମପିମାନେ ଶପଥ ଗ୍ରହଣ କରିବା ଦେଇଥିବା ସ୍ଲୋଗାନକୁ ଦୃଷ୍ଟିରେ ରଖି ବିର୍ଲା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଗୃହର ସଦସ୍ୟ ଭାବରେ ଶପଥ ଗ୍ରହଣ କରିବା ସମୟରେ ନିର୍ବାଚିତ ଏମପି କୌଣସି ନାରାବଜି ଦେଇ ପାରିବେ ନାହିଁ। ଗୃହର କାର୍ଯ୍ୟକାରିତା […] The post ସଂସଦରେ ଆଉ ହଙ୍ଗାମା କରିପାରିବେନି ବିରୋଧୀ! ନିୟମରେ ବଡ଼ ପରିବର୍ତ୍ତନ କଲେ ଓମ ବିର୍ଲା appeared first on Dharitri Odia News.
ନୂଆଦିଲ୍ଲୀ,୪।୭: ସଂସଦରେ ଆଉ ହଙ୍ଗାମା କରିପାରିବେନି ବିରୋଧୀ। ଏନେଇ ନିୟମରେ ହୋଇଛି ବଡ଼ ପରିବର୍ତ୍ତନ। ଲୋକ ସଭା ବାଚସ୍ପତି ଓମ ବିର୍ଲା ଏଥିପାଇଁ ନିୟମରେ ବଡ଼ ସଂଶୋଧଡ଼ କରିଛନ୍ତି। ନବ ନିର୍ବାଚିତ ଏମପିମାନେ ଶପଥ ଗ୍ରହଣ କରିବା ଦେଇଥିବା ସ୍ଲୋଗାନକୁ ଦୃଷ୍ଟିରେ ରଖି ବିର୍ଲା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଗୃହର ସଦସ୍ୟ ଭାବରେ ଶପଥ ଗ୍ରହଣ କରିବା ସମୟରେ ନିର୍ବାଚିତ ଏମପି କୌଣସି ନାରାବଜି ଦେଇ ପାରିବେ ନାହିଁ।
ଗୃହର କାର୍ଯ୍ୟକାରିତା ସମ୍ବନ୍ଧୀୟ କେତେକ ବିଷୟକୁ ନିୟନ୍ତ୍ରଣ କରିବା ପାଇଁ ଓମ ବିର୍ଲା ‘ବାଚସ୍ପତିଙ୍କ ନିର୍ଦ୍ଦେଶନା’ର ନିର୍ଦ୍ଦେଶନା ୧ରେ ଏକ ନୂତନ ଧାରା ଯୋଡିଛନ୍ତି, ଯାହା ପୂର୍ବ ନିୟମରେ ବିଶେଷ ଭାବରେ ପ୍ରଦାନ କରାଯାଇ ନାହିଁ। ‘ନିର୍ଦ୍ଦେଶ -୧’ର ସଂଶୋଧନ ଅନୁଯାୟୀ, ନୂଆ ଧାରା ୩ ଅନୁଯାୟୀ ଗୃହର ସଦସ୍ୟମାନେ ଶପଥ ନେବା ସମୟରେ କୌଣସି ଅସଂସଦୀୟ ଶଦ୍ଦ କିମ୍ବା ସ୍ଲୋଗାନ ବ୍ୟବହାର କରିପାରିବେ ନାହିଁ।
ଗତ ସପ୍ତାହରେ ଶପଥ ଗ୍ରହଣ କରୁଥିବାବେଳେ କିଛି ସଦସ୍ୟ ‘ଜୟ ସମ୍ବିଧାନ’ ଏବଂ ‘ଜୟ ହିନ୍ଦୁ ରାଷ୍ଟ୍ର’ ଭଳି ଅନେକ ନାରାବାଜି ଦେଇଥିଲେ। ଯାହାକୁ ଦୃଷ୍ଟିରେ ରଖି ଏହାକୁ ସଂଶୋଧନ କରାଯାଇଛି। ସଂସଦ ଅଧିବେଶନର ପ୍ରଥମ ଏବଂ ଦ୍ୱିତୀୟ ଦିନରେ ଶପଥ ଗ୍ରହଣ ସମାରୋହରେ ଅନେକ ଏମପି ଏପରି ଶବ୍ଦ ବ୍ୟବହାର କରିଥିଲେ। କେବଳ ଏତିକି ନୁହେଁ, AIMIM ଏମପି ଅସଦୁଦ୍ଦିନ ଓୱାଇସି ‘ଜୟ ପାଲେଷ୍ଟାଇନ’ର ସ୍ଲୋଗାନ ମଧ୍ୟ ଉଠାଇଥିଲେ। ଯେଉଁଥିରେ ଅନେକ ସଦସ୍ୟ ଏହାକୁ ବିରୋଧ କରିଥିଲେ। ତା’ପରେ ବାଚସ୍ପତି ସଦସ୍ୟମାନଙ୍କୁ ଶପଥର ନିର୍ଦ୍ଧାରିତ ଫର୍ମାଟ ଅନୁସରଣ କରିବାକୁ ଅନୁରୋଧ କରିଥିଲେ, କିନ୍ତୁ କେହି ଏହାକୁ ଅନୁସରଣ କରି ନ ଥିଲେ।
The post ସଂସଦରେ ଆଉ ହଙ୍ଗାମା କରିପାରିବେନି ବିରୋଧୀ! ନିୟମରେ ବଡ଼ ପରିବର୍ତ୍ତନ କଲେ ଓମ ବିର୍ଲା appeared first on Dharitri Odia News.