୩ କୋଟିରେ ନିର୍ମାଣ ହେବ ଏନ୍ଏସି କାର୍ଯ୍ୟାଳୟ
ଭବାନୀପାଟଣା, ୫ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ ଏନ୍ଏସିର ନିଜସ୍ବ ଗୃହ ଦୀର୍ଘ ୫୫ ବର୍ଷ ପରେ ନିର୍ମାଣ ହେବାକୁ ଯାଉଛି। ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଜୁନାଗଡ଼ ଏନ୍ଏସି କାର୍ଯ୍ୟାଳୟର ନୂତନ ଗୃହ କେବେ ନିର୍ମାଣ ହେବ ସେ ନେଇ ବିଧାନସଭାରେ ପ୍ରଶ୍ନ ରଖିଥିଲେ। ଏହାର ଜବାବରେ ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ପାତ୍ର ଉତ୍ତର ରଖିଥିଲେ ଯେ, ଜୁନାଗଡ଼ ଏନ୍ଏସି ଅଫିସର ନୂତନ ଗୃହ ପାଇଁ […] The post ୩ କୋଟିରେ ନିର୍ମାଣ ହେବ ଏନ୍ଏସି କାର୍ଯ୍ୟାଳୟ appeared first on Dharitri Odia News.
ଭବାନୀପାଟଣା, ୫ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ ଏନ୍ଏସିର ନିଜସ୍ବ ଗୃହ ଦୀର୍ଘ ୫୫ ବର୍ଷ ପରେ ନିର୍ମାଣ ହେବାକୁ ଯାଉଛି। ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଜୁନାଗଡ଼ ଏନ୍ଏସି କାର୍ଯ୍ୟାଳୟର ନୂତନ ଗୃହ କେବେ ନିର୍ମାଣ ହେବ ସେ ନେଇ ବିଧାନସଭାରେ ପ୍ରଶ୍ନ ରଖିଥିଲେ। ଏହାର ଜବାବରେ ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ପାତ୍ର ଉତ୍ତର ରଖିଥିଲେ ଯେ, ଜୁନାଗଡ଼ ଏନ୍ଏସି ଅଫିସର ନୂତନ ଗୃହ ପାଇଁ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପତ୍ର ସଂଖ୍ୟା ୫୮୨୨/ତା ୧୧ା୩ା୨୦୨୪ରେ ୩ କୋଟି ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପର ଆବଶ୍ୟକ ବିବରଣୀ ପ୍ରସ୍ତୁତି ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ପାତ୍ର ତାଙ୍କ ଉତ୍ତରରେ କହିଥିଲେ। ପ୍ରକାଶ ଯେ, ଜୁନାଗଡ ଏନ୍ଏସି କାର୍ଯ୍ୟାଳୟ ୧୯୭୦ ମାର୍ଚ୍ଚ ୧୮ରେ ସ୍ଥାପିତ ହୋଇଥିଲା। ସେତେବେଳଠୁ ପଞ୍ଚାୟତ କାର୍ଯ୍ୟାଳୟରେ ଏହା ଚାଲୁଥିଲା। ହେଲେ କୋଠା ଛାତରୁ ସିମେଣ୍ଟ ଖଣ୍ଡ ଖସିବା ସହ ବର୍ଷା ହେଲେ ପାଣି ଗଳୁଥିଲା। ଫଳରେ କାର୍ଯ୍ୟାଳୟ କର୍ମଚାରୀ ନିଜକୁ ନିରାପଦ ନ ଭାବି ପରିସରରେ ଥିବା ପାଠାଗାରକୁ କାର୍ଯ୍ୟାଳୟ ସ୍ଥାନାନ୍ତର କରିଥିଲେ। ଗତ ୫ବର୍ଷ ହେଲା ପାଠାଗାରରେ ଏନ୍ଏସି କାର୍ଯ୍ୟାଳୟ ଚାଲୁଛି। ଏବେ ନୂତନ ଗୃହ ହେବା ଆଶା ଉଜ୍ଜୀବିତ ପରେ ସ୍ଥାନୀୟ ନଗରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
The post ୩ କୋଟିରେ ନିର୍ମାଣ ହେବ ଏନ୍ଏସି କାର୍ଯ୍ୟାଳୟ appeared first on Dharitri Odia News.