ଗଞ୍ଜାମ ବ୍ଲକରେ ଶକ୍ତି ପ୍ରଦର୍ଶନ କଲା ବିଜେଡି; ବିଡିଓଙ୍କୁ ଭେଟି…

ଗଞ୍ଜାମ,୨୭ା୫(ବିଦ୍ୟାଧର ସାହୁ)-ଗଞ୍ଜାମ ବ୍ଲକରେ ପଞ୍ଚାୟତସ୍ତରରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଜନପ୍ରତିନିଧିଙ୍କ ଗୋଚରରେ ହେଉନାହିଁ । ଏଥିସହ ବିଭିନ୍ନ ଯୋଜନାର ହିତାଧିକାରୀ ଚୟନ ଏବଂ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଛି ବୋଲି ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି। ମଙ୍ଗଳବାର ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ବିଜେଡିର ନେତାମାନେ ଜିଲାପାଳ ଓ ଉପଜିଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀଙ୍କୁ ଭେଟି ୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ବ୍ଲକରେ ପିସି କାରବାର ସହ […] The post ଗଞ୍ଜାମ ବ୍ଲକରେ ଶକ୍ତି ପ୍ରଦର୍ଶନ କଲା ବିଜେଡି; ବିଡିଓଙ୍କୁ ଭେଟି… appeared first on Dharitri Odia News.

ଗଞ୍ଜାମ ବ୍ଲକରେ ଶକ୍ତି ପ୍ରଦର୍ଶନ କଲା ବିଜେଡି; ବିଡିଓଙ୍କୁ ଭେଟି…

ଗଞ୍ଜାମ,୨୭ା୫(ବିଦ୍ୟାଧର ସାହୁ)-ଗଞ୍ଜାମ ବ୍ଲକରେ ପଞ୍ଚାୟତସ୍ତରରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଜନପ୍ରତିନିଧିଙ୍କ ଗୋଚରରେ ହେଉନାହିଁ । ଏଥିସହ ବିଭିନ୍ନ ଯୋଜନାର ହିତାଧିକାରୀ ଚୟନ ଏବଂ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଛି ବୋଲି ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି। ମଙ୍ଗଳବାର ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ବିଜେଡିର ନେତାମାନେ ଜିଲାପାଳ ଓ ଉପଜିଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀଙ୍କୁ ଭେଟି ୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ବ୍ଲକରେ ପିସି କାରବାର ସହ ପୂର୍ବତନ ବିଧାୟକଙ୍କ ହାତ ପାଣ୍ଠି କାର୍ଯ୍ୟାଦେଶ ଥିଲେ ମଧ୍ୟ ସେହି କାର୍ଯ୍ୟ ଗୁଡିକର ଲେଆଉଟ ଦିଆଯାଉନାହିଁ ବୋଲି ମଧ୍ୟ ଦାବିପତ୍ରରେ ଉଲ୍ଲେଖ ରହିଛି। ଏସବୁର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଦାବିପତ୍ର ପ୍ରଦାନ ବେଳେ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଭୁଗ୍ରୁ ବକ୍ସିପାତ୍ର, ପୂର୍ବତନ ବିଧାୟକ ବେହେରା, ଶ୍ରମିକ ନେତା ଶଙ୍କର ଦାସ, ବରିଷ୍ଠ ନେତା ପ୍ରଶାନ୍ତ କୁମାର କର, ଜିଲା ପରିଷଦ ସନାତନ ବେହେରା, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ସୁରଥ ପାହନ, ବିଜେଡି ଏନଏସି ଯୁବନେତା ସୁଧୀର କୁମାର ପାଢ଼ୀ, ପୂର୍ବତନ ଏନଏସି ଉପନଗରପାଳ ନୀଳାଞ୍ଚଳ ବାରିକି ପ୍ରମୁଖଙ୍କ ସମେତ ବିଜେଡି ସମର୍ଥିତ ସମସ୍ତ ସରପଞ୍ଚ, ସମିତି ସଭ୍ୟାସଭ୍ୟ ଉପସ୍ଥିତ ଥିଲେ। ପରେ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ରଙ୍କୁ ଭେଟି ଆଇନ ଶୃଙ୍ଖଳା ଉପରେ ଆଲୋଚନା କରିଥିଲେ ବିଜେଡି ପ୍ରତିନିଧି ଦଳ।

The post ଗଞ୍ଜାମ ବ୍ଲକରେ ଶକ୍ତି ପ୍ରଦର୍ଶନ କଲା ବିଜେଡି; ବିଡିଓଙ୍କୁ ଭେଟି… appeared first on Dharitri Odia News.