ସୁପରମ୍ୟାନ୍ ସାଜିଲେ ରମନଦୀପ: ଏମିତି କ୍ୟାଚ୍ ନେଲେ ସମସ୍ତେ ରହିଗଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ
ଲକ୍ଷ୍ନୌ,୬।୫: ଆଇପିଏଲ ୨୦୨୪ର ୫୪ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ କୋଲକାତା ଏକ ବଡ଼ ବିଜୟ ହାସଲ କରିଛି, ଏହା ପରେ ଦଳ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ମ୍ୟାଚରେ ରମନଦୀପ ସିଂ ନେଇଥିବା ଚମତ୍କାର ଡାଇଭିଂ କ୍ୟାଚ ଚର୍ଚ୍ଚାର ବିଷୟ ପାଲଟିଛି। ଦର୍ଶକମାନେ ବର୍ତ୍ତମାନ ତାଙ୍କ ଡାଇଭିଂ କ୍ୟାଚ ଆଇପିଏଲ ୨୦୨୪ର ସର୍ବଶ୍ରେଷ୍ଠ କ୍ୟାଚ ବୋଲି କହୁଛନ୍ତି। କୋଲକାତା ଦ୍ରୁତ […] The post ସୁପରମ୍ୟାନ୍ ସାଜିଲେ ରମନଦୀପ: ଏମିତି କ୍ୟାଚ୍ ନେଲେ ସମସ୍ତେ ରହିଗଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ appeared first on Dharitri Odia News.
ଲକ୍ଷ୍ନୌ,୬।୫: ଆଇପିଏଲ ୨୦୨୪ର ୫୪ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ କୋଲକାତା ଏକ ବଡ଼ ବିଜୟ ହାସଲ କରିଛି, ଏହା ପରେ ଦଳ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ମ୍ୟାଚରେ ରମନଦୀପ ସିଂ ନେଇଥିବା ଚମତ୍କାର ଡାଇଭିଂ କ୍ୟାଚ ଚର୍ଚ୍ଚାର ବିଷୟ ପାଲଟିଛି। ଦର୍ଶକମାନେ ବର୍ତ୍ତମାନ ତାଙ୍କ ଡାଇଭିଂ କ୍ୟାଚ ଆଇପିଏଲ ୨୦୨୪ର ସର୍ବଶ୍ରେଷ୍ଠ କ୍ୟାଚ ବୋଲି କହୁଛନ୍ତି।
କୋଲକାତା ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଲକ୍ଷ୍ନୌ ଓପନର୍ ଅର୍ଶିନ କର୍ନିକଙ୍କୁ ଏକ ଲେନ୍ଥ ବଲ ବୋଲିଂ କରିଥିଲେ। କର୍ନିକ ଫ୍ଲିକ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବଲ ତାଙ୍କ ବ୍ୟାଟର ଧାରକୁ ସ୍ପର୍ଶ କରି ଉପରକୁ ଯାଇଥିଲା। ରମଦଦୀପ ସମ୍ପୂର୍ଣ୍ଣ ସତର୍କ ଥିଲେ, ସେ ବହୁତ ଦୂର ଦୌଡ଼ିଥିଲେ, ବଲ ଉପରେ ଆଖି ରଖିଥିଲେ, ଠିକ ସମୟରେ ଡେଇଁ କ୍ୟାଚ ନେଇଥିଲେ।
ରମନଦୀପ ସିଂ ଚମତ୍କାର ବ୍ୟାଟିଂ କରିଥିଲେ, ଯାହା କୋଲକାତା ନାଇଟ ରାଇଡର୍ସକୁ ଏକ ଶକ୍ତିଶାଳୀ ସ୍କୋର କରିବାରେ ସାହାଯ୍ୟ କରିଥିଲା। କୋଲକାତା ବ୍ୟାଟ୍ସମ୍ୟାନ ରମଣଦୀପ ମାତ୍ର ୬ଟି ବଲରେ ୨୫ ରନ ସଂଗ୍ରହ କରିଥିଲେ। ଏଥିରେ ସେ ଗୋଟିଏ ଚାରି ଓ ୩ ଛକା ମାରିଥିଲେ।
Judgment
Technique
Composure![]()
Ramandeep Singh with one of the best catches you'll see
![]()
Watch the match LIVE on @StarSportsIndia and @JioCinema
#TATAIPL | #LSGvKKR | @KKRiders pic.twitter.com/VHoXgC0qGu
— IndianPremierLeague (@IPL) May 5, 2024
The post ସୁପରମ୍ୟାନ୍ ସାଜିଲେ ରମନଦୀପ: ଏମିତି କ୍ୟାଚ୍ ନେଲେ ସମସ୍ତେ ରହିଗଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ appeared first on Dharitri Odia News.



