ପରାଜୟ ପରେ ମୁହଁ ଖୋଲିଲେ ରୋହିତ: କହିଲେ, ଏହି କାରଣରୁ ହାରିଲୁ
ମୁମ୍ବାଇ,୪ା୧୧:ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜରେ ହ୍ବାଇଟଓ୍ବାଶ୍ ପରେ ବ୍ୟାଟରଙ୍କ ପ୍ରଦର୍ଶନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା। ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପୂର୍ବରୁ ଏହା ଟିମ୍ ମ୍ୟାନେଜମେଣ୍ଟର ଚିନ୍ତା ବଢ଼ାଇଛି ବୋଲି ରୋହିତ କହିଛନ୍ତି। ତେବେ ଅଷ୍ଟ୍ରେଲିଆରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ରୋହିତ ଶର୍ମା ନିଜେ ଏହି ସିରିଜ୍ରେ ୯୧ ରନ୍ କରିଥିବା ବେଳେ ବିରାଟ କୋହଲି […] The post ପରାଜୟ ପରେ ମୁହଁ ଖୋଲିଲେ ରୋହିତ: କହିଲେ, ଏହି କାରଣରୁ ହାରିଲୁ appeared first on Dharitri Odia News.
ମୁମ୍ବାଇ,୪ା୧୧:ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜରେ ହ୍ବାଇଟଓ୍ବାଶ୍ ପରେ ବ୍ୟାଟରଙ୍କ ପ୍ରଦର୍ଶନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା। ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପୂର୍ବରୁ ଏହା ଟିମ୍ ମ୍ୟାନେଜମେଣ୍ଟର ଚିନ୍ତା ବଢ଼ାଇଛି ବୋଲି ରୋହିତ କହିଛନ୍ତି। ତେବେ ଅଷ୍ଟ୍ରେଲିଆରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ରୋହିତ ଶର୍ମା ନିଜେ ଏହି ସିରିଜ୍ରେ ୯୧ ରନ୍ କରିଥିବା ବେଳେ ବିରାଟ କୋହଲି ମାତ୍ର ୯୩ ରନ୍ କରିଥିଲେ। ଦୁଇ ସିନିୟର ବ୍ୟାଟର ଖରାପ ପ୍ରଦର୍ଶନ କରିବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।
ରୋହିତ କହିଛନ୍ତି, ଯାହା ହେବା କଥା ହୋଇ ସାରିଲାଣି। ବର୍ତ୍ତମାନ ଏହାକୁ ଚିନ୍ତା ନ କରି କିଭଳି ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ହେବ ତା’ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ହେବ । ବର୍ତ୍ତମାନ ଭାରତ ଡବ୍ଲ୍ୟୁଟିସି ଫାଇନାଲ ଉପରେ ଧ୍ୟାନ ନ ଦେଇ ଅଷ୍ଟ୍ରେଲିଆ ସିରିଜ୍ ଉପରେ ଫୋକସ୍ କରିବା ଉଚିତ ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆରେ ଟେଷ୍ଟ କ୍ରିକେଟ ଖେଳିବା ଆଦୌ ସହଜ ହୋଇ ନ ଥାଏ। ତେଣୁ ଏହି ସିରିଜ୍ ଉପରେ ଧ୍ୟାନ ଦେବାର ସମୟ ଆସି ଯାଇଛି ବୋଲି ରୋହିତ କହିଛନ୍ତି।
The post ପରାଜୟ ପରେ ମୁହଁ ଖୋଲିଲେ ରୋହିତ: କହିଲେ, ଏହି କାରଣରୁ ହାରିଲୁ appeared first on Dharitri Odia News.